Top 10 News Headlines


COMMERCIAL BREAK
SCROLL TO CONTINUE READING

1. Russia President to Visit India: ଖୁବଶୀଘ୍ର ଋଷ୍ ରାଷ୍ଟ୍ରପତି ଭାରତ ଆସିବେ। ଏନେଇ ଋଷ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଖୁବ୍‍ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି କ୍ରେମଲିନ୍‍ ମୁଖପାତ୍ର ମିଟ୍ରି ପେସ୍‍କୋଭ୍‍ ସୂଚନା ଦେଇଛନ୍ତି।


2. Delhi Seeks Centre Permission for Artificial Rain: ଦିଲ୍ଲୀରେ ପ୍ରଦୂଷଣ ଉତ୍କଟ ହୋଇଛି। ସାଧାରଣ ବାୟୁ ମାନକଠାରୁ ଏହା ୬୦ ଗୁଣ ବିପଜ୍ଜନକ ହୋଇଛି। ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କୃତ୍ରିମ ବର୍ଷା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ବାରମ୍ବାର ଏହିପରି ଅନୁରୋଧକୁ କେନ୍ଦ୍ର ରକ୍ଷା କରୁ ନାହିଁ ବୋଲି ଶ୍ରୀ ରାୟ ଅଭିଯାଗ ଆଣିଛନ୍ତି। 


3. Marashtra Last Phase election: ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭା ଲାଗି ଭୋଟ୍‍ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହା ସହ ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଭୋଟ୍‍ଦାନକୁ ସୁରୁଖୁର କରିବା ଲାଗି  ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି।


4. All Party Meet on 25th: ଆସନ୍ତା ୨୫ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ୨୬ ତାରିଖରେ ବିଧାନସଭା ଆରମ୍ଭ ହେବାକୁ ଥିବାରୁ ଗୃହ କାର୍ଯ୍ୟକୁ ସୁରୁଖୁର କରିବା ନିମନ୍ତେ ଏହି ବୈଠକ ଉଦ୍ଦିଷ୍ଟ ରହିବ। ବିଧାନସଭାର ଏହି ଶୀତକାଳୀନ ଅଧିବେଶନ ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ।  


5.SC on Online: ପୁଣିଥରେ ଦିଲ୍ଲୀରେ ଅନ୍‍ ଲାଇନରେ କୋର୍ଟ ଚାଲିବ। ଏହାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ରାଜ୍ୟରେ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଗମ୍ଭୀର ଥିବାରୁ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ନାଗରିକଙ୍କ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇବା ସୁପ୍ରିମକୋର୍ଟଙ୍କ ଦାୟିତ୍ୱ ବୋଲି କହିବା ସହ ମୁଖ୍ୟ ବିଚାରପତି  ଅନେକ ଓକିଲ ଏବଂ ମହକୀଲଙ୍କ ଦାବିକୁ ବିଚାରକୁ ନେଇ ଏହା କହିଛନ୍ତି। 


6. Elon Musk Launches India’s GSAT N2:  ପ୍ରଥମଥର ପାଇଁ ଇସ୍ର୍ରୋ ଏବଂ ଏଲନ୍‍ ମସ୍କଙ୍କ ମହାକାଶ କେନ୍ଦ୍ର ସ୍ପେସ୍‍-ଏକ୍ସ ଭିତରେ ଭାଗିଦାରୀ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତର ମାହାକା ସଂସ୍ଥା ଇସ୍ରୋ ପକ୍ଷରୁ ନିର୍ମିତ ଯୋଗାଯୋଗ ଉପଗ୍ରହ ଜି ସାଟ-ଏନ୍‍୨କୁ ସ୍ପେସ୍‍ ଏକ୍ସର ରକେଟ ମହାକାଶରେ ସ୍ଥାପନ କରିଛି। ଏହି ଉପଗ୍ରହ ମଶଧ୍ୟମରେ ଇଣ୍ଟରନେଟ୍‍ ଯୋଗାଯୋଗ ସେକେଣ୍ଡ ପ୍ରତି ୪୮ ଜିବିପିଏସ୍‍ ରହିବ। ଫଳରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ଇଣ୍ଟରନେଟ୍‍ ସୁବିଧା ମିଳିବା ସହଜ ହେବ। ଏହାସୌହ ସ୍ମାର୍ଟ ସିଟିଗୁଡ଼ିକରେ ଯୋଗାଯୋଗକୁ ଏହା ଅଧିକ ଦ୍ରୁତ କରିବ। 


7. President to Visit Odisha: ରାଷ୍ଟ୍ରପତି ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଡିସେମ୍ବର ୩ ତାରିଖ ସନ୍ଧ୍ୟାରେ ସେ ଭୁବନେଶ୍ୱର ପହଞ୍ଚିବେ। ଏହାପରେ ସେ ଭୁବନେଶ୍ୱର, ପୁରୀ ଏବଂ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। 


8. PM and NSA to attend DGP conference: ଆସନ୍ତା ୨୯ ତାରିଖରେ ଡିଜିପି ସମ୍ମିଳନର ଅନୁଷ୍ଠିତ ହେବ।  ପ୍ର୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହିପରି ଏକ ଶୀର୍ଷ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଏଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ୩ ଦିନ ଧରି ଏହି ବୈଠକ ଅନୁଷ୍ଠିତହେବ। 


9. 1 Missing while bathing on Puri Beach: ପୁରୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ସମୁଦ୍ରରେ ଗାଧୋଉଥିବା ବେଳେ ସେ ଭାସି ଯାଇଥିଲା। ଯୁବକଙ୍କ ନାମ ପ୍ରିୟାଂଶୁ ବେହେରା ଏବଂ ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଉତ୍ତମପୁର ଗାଁରେ। ଅଗ୍ନିଶମ ଏବଂ ଲାଇଫ ଗାର୍ଡଙ୍କ ମାଧ୍ୟମରେ ଯୁବକଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରହିଛି। 


10. Indira Gandhi Birth Anniversary: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ହେଉଛି ଜନ୍ମ ବାର୍ଷିକୀ। ପ୍ରାୟ ୧୬ ବର୍ଷ ସେ ଭାରତକୁ ଶାସନ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତାଙ୍କ ଅଙ୍ଗରକ୍ଷୀମାନେ ତାଙ୍କୁ ବାସଭବନରେ ଗୁଳିଗରି ହତ୍ୟା କରିଥିଲେ। ଏହା ପୂର୍ବଦିନ ଭୁବନେଶ୍ୱରଠାରେ ସେ ସାଧାରଣ ଜନତାଙ୍କୁ ଦେଇଥିବା ଭାଷଣ ତାଙ୍କର ଶେଷ ଭାଷଣ ଥିଲା। ସେ ଏହି ଅବସରରେ ହିଂସା ଓ ଏକତା ସନ୍ଦର୍ଭରେ ନିଜର ଅଭିଭାଷଣ ରଖିଥିଲେ।