Top 10 News Today 


COMMERCIAL BREAK
SCROLL TO CONTINUE READING

1. New Darshan Rules in Srimandir: ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ନୂଆ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ ହେବ। ଏନେଇ  ବିଭିନ୍ନ ଅଂଶୀଦାରଙ୍କ ସହ ପରିଚାଳନା କମିଟି ଆଲୋଚନା କରି ଯୋଜନା ପ୍ରସ୍ତୁତ କରିଛି। ସାତ ପାହାଚ ଦେଇ ଭକ୍ତ ପ୍ରବେଶ କରିବା ପରେ ସେମାନେ ନାଟ ମଣ୍ଡପରେ ଧାଡ଼ିରେ ଦର୍ଶନ କରିବେ। ଏହି ଦର୍ଶନ ପରେ ସେମାନେ ଘଣ୍ଟି ଦ୍‍ୱାର ଓ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ନାଟ ମଣ୍ଡପରେ ଦର୍ଶନ କରିବା ପାଇଁ ପାହାଚ ଆକୃତିର ପଣ୍ଡାଲ ନିର୍ମାଣ କରାଯାଇଛି। ଏହି ପାହାଚକୁ ଭୋଗ ସମୟରେ କାଢ଼ି ନେବାର ବ୍ୟବସ୍ଥା ବି ହୋଇଛି। ୨୭ ଓ ୨୮ ତାରିଖରେ ଏହାର ପରୀକ୍ଷଣ ହେବ। ଏନେଇ ଆଜି ସମ୍ପୂର୍ଣ୍ଣ ଯୋଜନା ଲୋକଲୋଚନକୁ ଆସିଛି।
 
2. Pathautsav on Sunday: ଜାନୁୟ୍ରାରୀ ୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ପଥୋତ୍ସବ। ଏଥର ଉତ୍ତର ଜୋନରେ ଆୟୋଜନ କରାଯିବ। ଶିଖର ଚଣ୍ଡୀରୁ ଇନ୍‍ଫୋ ସିଟି ଯାଏ ଏହି ଉତ୍ସବ ପାଳନ କରାଯିବ। ପ୍ରବାସୀ ଦିବସ ପାଳନ ଅବସରରେ ଏହି ଉତ୍ସବ ଅନେକ ପ୍ରବାସୀଙ୍କ ମନରେ ଭୁବନେଶ୍ୱରକୁ ସ୍ଥାନୀତ କରିବ ବୋଲି ଆଶା କରାଯାଇଛି। 


3. Dog Sterilisation to begin soon: ଖୁବ୍‍ ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ। ବିଏମ୍‍ସି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ପୂର୍ବରୁ ଚାଲୁଥିବା କାର୍ଯ୍ୟକ୍ରମ ହାଇକୋର୍ଟଙ୍କ ଆଦେଶ ଯୋଗୁ ଅଟକ ରହିଥିଲା। ଏବେ କୋର୍ଟରେ ମାମଲା ଶେଷ ହେବା ପରେ ଏହି କାର୍ଯ୍ୟକ୍ରମକୁ ପୁଣିଥରେ ବିଏମ୍‍ସି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। 


4. Part Plot Dispute: ଏଣିକି ପାର୍ଟ ପ୍ଲଟ କ୍ରେତାଙ୍କ ସମସ୍ୟା ସମାଧାନ ହେବ। ସେମାନେ ଚାହିଁଲେ ସେମାନଙ୍କ ଜାଗାକୁ ବିକ୍ରି କରିପାରିବେ ବା ସମ୍ପୂର୍ଣ୍ଣ ମାଲିକାନା ପାଇପାରିବେ। ପୂର୍ବରୁ ଏନେଇ ସମସ୍ୟା ଆସୁଥିବାରୁ ସରକାର ଏଥିଲାଗି ନୁଆ ଆଇନ ବ୍ୟବସ୍ଥା  ନୂଆ ବର୍ଷରୁ ଲାଗୁ କରିବାକୁ ଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। 


5. Police Questions Alu Arjun: ସନ୍ଧ୍ୟା ଥିଏଟର ଦଳା ଚକଟା ମାମଲାରେ ନୋଟିସ ପାଇ ଅଭିନେତା ଆଲୁ ଅର୍ଜୁନ ହାଇଦ୍ରାବାଦ୍‍ ପୁଲିସ ଥାନାରେ ହାଜର ହୋଇଛନ୍ତି। ଡିସେମ୍ବର ୪ ତାରିଖରେ ଏହି ଦଳା ଚକଟା ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଆହତ ହୋଇଥିଲେ।


6. Low Pressure Rain: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପାଗ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଆକାଶ ମେଘୁଆ ରହିବା ସହ ବର୍ଷା ଲାଗି ରହିଛି। ଏହା ଆସନ୍ତା ଦୁଇଦିନ ଯାଏ ଜାରି ରହିବ ବୋଲି ପାଣିପୋଗ ବିଭାଗ ପକ୍ଷରୁ କୁହାଯାଇଛି। 


7. PCC President: ନୂଆବର୍ଷରେ ନିଯୁକ୍ତ ହୋଇପାରନ୍ତି ନୂଆ ପିସିସି ସଭାପତି। ଅନେକ ଦିନ ହେଲା ଖାଲିପଡ଼ିଥିବା ଏହି ପଦବୀ ପୂରଣ ପାଇଁ ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ତଥା କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ। 


8. ECI Clears Misconception: ମହାରାଷ୍ଟ୍ରରେ   ବିଧାନସଭା ନିର୍ବାଚନ ସମ୍ପର୍କିତ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ଭାରତର ନିର୍ବାଚନ କମିଶନ। ସେ କହିଛନ୍ତି ସନ୍ଧ୍ୟାବେଳେ ମହାରାଷ୍ଟ୍ରରେ  ଭୋଟ ପରିମାଣ ବଢ଼ିବା ଏକ ସ୍ୱଭାବିକ ଘଟଣା। ଏହାକୁ ପ୍ରମାଣ ସହ କଂଗ୍ରେସକୁ ଚିଠି ଯୋଗେ ଜଣାଇଛନ୍ତି କମିଶନ। 


9. Committee to decide fate of ULFA: ଆସାମର ୟୁନାଇଟେଡ୍‍ ଲିବରେସନ୍‍ ଫ୍ରଣ୍ଟ ଏବଂ ଏହାର ସମସ୍ତ ସହଯୋଗୀ ସଂସ୍ଥାକୁ ରଦ୍ଦ କରାଯିବ ନା ନାହିଁ ଏ ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ଗୃହ ମନ୍ତ୍ରଣାଳୟ ଏକ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଗୌହାଟୀ ହାଇକୋର୍ଟଙ୍କ  ପୂର୍ବତନ ବିଚାରପତି ଜଷ୍ଟିସ ମାଇକେଲ ଜୋଥାଖୁମ୍ବା ଏହାର ମୁଖ୍ୟ ହେବେ। 


10. Data rich Platform for NCRB: ଅପରାଧିକ କାରବାରକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଡେଟା  ନେଟଓ୍ୱର୍କ ପ୍ରତିଷ୍ଠା କରିବେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଏନ୍‍ସିଆର୍‍ବିକୁ  ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଏନ୍‍ସିଆର୍‍ବିର ବୈଠକରେ ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି।