Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ଆଜି ୨୮ ଡିସେମ୍ବର ୨୦୨୪ ଶନିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଡ. ସିଂହଙ୍କ ମଝିଆ ଝିଅ ମୁଖାଗ୍ନୀ ଦେଇଥିଲେ। ଆଜି ଦିନ ୧୧.୪୫ରେ ଶ୍ରୀ ସିଂହ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ଅଣାଯାଇଥିଲା। ବିଶାଳ ଶୋଭାଯାତ୍ରା ପୁଷ୍ପରେ ଏକ ସୁସଜ୍ଜିତ ଟ୍ରକ ସାହାଯ୍ୟରେ ଶ୍ରୀ ସିଂହଙ୍କର ପାର୍ଥିବ ଶରୀରକୁ ଅଣାଯାଇଥିଲା। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ଦେଖିବାକୁ ମିଳିଥିଲା। 


Headlines 02- ଦିଲ୍ଲୀ ରାଜ୍ୟପାଳ ଭି.କେ ସାକ୍ସେନା ଆମ୍ ଆଦମୀ ପାର୍ଟିର 'ମହିଳା ସମ୍ମାନ ଯୋଜନା' ବିଷୟରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ମୋଟ 22 ଲକ୍ଷ ମହିଳା ପଞ୍ଜୀକୃତ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଏଲଜି ମାଧ୍ୟମରେ ଏହି ଅନୁସନ୍ଧାନ ପାଇଁ ବିଜେପି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥାଇପାରେ ।


Headlines 03- ଆସନ୍ତା ୩୦ ତାରିଖ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି । ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ । ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ । ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ ଉଭୟେ କ୍ଷତିପୂରଣ ପାଇବେ । ବୀମାଭୁକ୍ତ ହୋଇଥିବା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଛନ୍ତି । କାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି । କୃଷି ରକ୍ଷକ ଆପ୍‌ର ଟୋଲ୍‌ ଫ୍ରି ନଂ ୧୪୪୪୭ରେ ଆବେଦନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


Headlines 04- ବିମାନ ଯାତ୍ରାକୁ ସରଳ ଓ ଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ଏବେ ଏକ ନୂଆ ନିୟମ ଲାଗୁ କରିଛି ଯାହା ବିମାନରେ ହ୍ୟାଣ୍ଡ ଲଗେଜ ବହନକୁ ନିୟନ୍ତ୍ରଣ କରିବ। ଆସନ୍ତା ମାସରୁ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରାରେ ଯାତ୍ରୀମାନେ ବିମାନରେ କେବଳ ଗୋଟିଏ କ୍ୟାବିନ୍ ବ୍ୟାଗ୍ କିମ୍ବା ହ୍ୟାଣ୍ଡବ୍ୟାଗ୍ ନେଇ ଯାଇପାରିବେ। ବିମାନବନ୍ଦରରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯାତ୍ରୀ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ପ୍ରୟାସର ଏହା ଏକ ଅଂଶ । 


Headlines 05- ଆହୁରି ସଶକ୍ତ ହେବାକୁ ଯାଉଛି ଓଡ଼ିଶା ଅଗ୍ନିଶମ ବାହିନୀ । ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ବାଡ୍ । ଏଥିପାଇଁ ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-9ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ପ୍ରଦାନ କରାଯାଇଛି । ଫାୟାର୍ ଟିମକୁ ସନ୍ଧାନୀ କୁକୁର ପ୍ରଦାନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ବାହାନଗା ଟ୍ରେନ୍ ଟ୍ରାଜେଡି ସମୟରେ ମୃତଦେହ ଖୋଜିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାରୁ ଟିମରେ ଡଗ୍‌ ସ୍କ୍ୱାଡ୍ ସାମିଲ ନେଇ ଅଗ୍ନିଶମ ଡିଜି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।


Headlines 06- ମୃଦୁ ଭୂକମ୍ପରେ ଥରିଲା ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଅଚାନକ ଶବ୍ଦ ହୋଇଥିଲା। ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ। ମୋହନା ସମେତ ଲୁହାଗୁଡ଼ି, ଚାନ୍ଦିପୁଟ, ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଅପରାହ୍ନ ୧ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ସୂଚନା ।


Headlines 07- ରାଜ୍ୟରେ ଅଦରକାରୀ ଆଇନ ଖୋଜିବେ ଲ କମିଶନ। ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଲ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।


Headlines 08- ଧାନ କଟନୀ ଛଟନୀ ଓ ଧାନ କିଣା ଅବ୍ୟବସ୍ଥା ନେଇ ଭବାନୀପାଟଣା ରେ ଆଜି ୧୨ଘଣ୍ଟିଆ ବନ୍ଦ। ସଦର ବିଧାୟକ ସାଗର ଚରଣ ଦାସ ଏହି ବନ୍ଦ ଡାକରା ଦେଇଛନ୍ତି। ସକାଳୁ ଭବାନୀପାଟଣା ଓ କେସିଙ୍ଗାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଫସଲ ନଷ୍ଟ, ମଣ୍ଡିରେ ଅବ୍ୟସ୍ଥା ଓ କଟନିଛଟନିକୁ ନେଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି।


Headlines 09- ନୂଆବର୍ଷ ତୋରଣ ପୋତାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ ପ୍ରଥମେ ବିବାଦରୁ ଓ ପରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଘଟଣାସ୍ଥଳରେ ଜାରି ହୋଇଛି ଧାରା ୧୬୩ । ଦୁର୍ଗାମଣ୍ଡପ ଛକରେ BNSS ଧାରା ୧୬୩ ଲାଗୁ ହୋଇଛି ।


Headlines 10- ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ବରଗଡ, ବଲାଙ୍ଗୀର, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ସୋନପୁରରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି, ପଶ୍ଚିମ ଓ ଉତ୍ତର ଓଡି଼ଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ।


Also Read- Venus Transit: ଆଜି କୁମ୍ଭରେ ଶୁକ୍ରଙ୍କ ଚଳନ, ୫ ରାଶି ପାଇଁ ନୂଆବର୍ଷରେ ପ୍ରଗତିର ଯୋଗ


Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଧନ ଯୋଗ, ୫ ରାଶିର ବ୍ୟକ୍ତି ପାଇବେ ଲାଭ