Top 10 News Headlines 


COMMERCIAL BREAK
SCROLL TO CONTINUE READING

1. New Law to Protects Hindu Monastery: ହିନ୍ଦୁ ମଠ ମନ୍ଦିରଗୁଡ଼ିକର ରକ୍ଷଣବେକ୍ଷଣ ଲାଗି ନୂଆ ଆଇନର ଆବଶ୍ୟକତା ରହିଛି। ଏଣୁ ସରକାର ଏ ଦିଗରେ ଚିନ୍ତା କରୁଛନ୍ତି ଓ ଖୁବ୍‍ ଶୀଘ୍ର ନୂଆ ଆଇନ ଆଣିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 


2. Task Force meet to fix Migrant Labourer issues: ରାଜ୍ୟରେ ଦାଦନ ଶ୍ରମିକଙ୍କ ସମସ୍ୟା ସମାଧାନ ତଥା ରାଜ୍ୟରୁ ଦାଦନ ଯିବା ସମସ୍ୟାକୁ ହ୍ରାସ କରିବା ଲାଗି ମାନସ ମନ୍ଥନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିକ୍ରମରେ ଗଠତ ଟାସ୍କ ଫୋର୍ସର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। 


3. Vigilance week: ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆୟ ବହିର୍ଭୁତ ମାମଲାର ତଦନ୍ତ ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ଗତ ୪ ମାସ ମଧ୍ୟରେ ୧୨୩ ଜଣଙ୍କ ବିରୁଦ୍ଧରେ ୮୮ଟି ମାମଲା ରୁଜୁ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଏମାନଙ୍କ ଭିତରେ ୨୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୧୨ଜଣ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ଏବଂ ୫୪ ଜଣ ତୃତୀୟଶ୍ରେଣୀ କର୍ମଚାରୀ ରହିଥିବା ବେଳେ ୨୬ ଜଣ ସାଧାରଣ ଲୋକ ଏବଂ  ୭ ଜଣ ଅନ୍ୟ ଲୋକ ସେବକ ରହିଥିବା କୁହାଯାଇଛି। 


4. Vigilance Award: ରାଜ୍ୟ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ୫ ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବଶ୍ରଷ୍ଠ ଭିଜିଲାନ୍ସ ଡିଭିଜନ୍‍ ଭାବରେ କୋରାପୁଟକୁ ପୁରସ୍କୃତ କରାଯାଇଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ  ୟୁନିଟକୁ ସର୍ବଶ୍ରଷ୍ଠ ୟୁନିଟ ଭାବେ ପୁରସ୍କୃତ କରାଯାଇଛି। ବାଲେଶ୍ୱର ଡିଭିଜନ୍‍ ଅଧୀନରେ କାମ କରୁଥିବା ଭଦ୍ରକ ୟୁନିଟ ଡିଏସ୍‍ପି ଦୁସ୍ମନ୍ତ କୁମାର ନାୟକଙ୍କୁ ସର୍ବଶ୍ରଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ପୁରସ୍କୃତ କରାଯାଇଛି। ବ୍ରହ୍ମପୁର ଡିଭିଜନ୍‍ର ଡିଏସ୍‍ପି ସୀତାଞ୍ଜଳୀ ନାୟକଙ୍କୁ ଶ୍ରଷ୍ଠ ମହିଳା ତଦନ୍ତକାରୀ ଅଧିକାରୀ ଭାବେ ପୁରସ୍କୃତ କରାଯାଇଛି। ହେମନ୍ତକୁମାର ସ୍ୱାଇଁଙ୍କୁ ଶ୍ରେଷ୍ଠ ଭିଜିଲାନ୍ସ ଓକିଲ ଭାବେ ପୁରସ୍କୃତ କରାଯାଇଛି।  


5. CM Reviews Flood affected area: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆକାଶମାର୍ଗରୁ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷା ହେତୁ ଉତ୍ତରାଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସମୟରେ ଉପସ୍ଥିତ ଥିଲେ। ନଭେମ୍ବର ୨ ତାରିଖରେ ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି। 


6. Subhadra aid soon: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନର ତୃତୀୟ ପର୍ଯ୍ୟାୟ ଖୁବ୍‍ ଶୀଘ୍ର ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ଯୋଜନାରେ ସାମିଲ କରାଯାଇ ଅର୍ଥ ପ୍ରଦାନ ଶେଷ ହୋଇଛି। ଏକ କୋଟି ମହିଳାଙ୍କୁ ଏହି  ଯୋଜନାରେ ସହାୟତା ଅର୍ଥ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି।


7. OAS Transfer: ରାଜ୍ୟ ସରକାର ବରିଷ୍ଠ ଓଏଏସ୍‍ ଅଧିକାରୀଙ୍କ ଭିତରେ ଅଦଳ ବଦଳ କରିଛନ୍ତି। ୧୧ ଜଣ ଅଧିକାରୀଙ୍କ କ୍ଷେତ୍ରରେ ବଦଳି ଆଦେଶ ଜାରି କରିଛନ୍ତି ସାଧାରଣ ପ୍ରଶାସନ ବିଭାଗ। 


8. Tigress named as Yamuna: ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବାର ବାଘୁଣୀର  ନାଁ  ରଖାଯାଇଛି।  ବାଘୁଣୀର ନାମ ଯମୁନା ରଖାଯାଇଛି ବୋଲି ପିସିସିଏଫ  ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଗୋଟିଏ ଅଢେଇ ବର୍ଷର ବାଘୁଣୀ ରବିବାର ଅଣାଯାଇଛି  ।


9. Chirag Chikara: ୨୩ ବର୍ଷରୁ କମ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି ଚରାଗ ଚିକାରା । ତୃତୀୟ ଭାରତୀୟ ରେସଲର ଭାବରେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ଆଲବାନିଆରେ ଆୟୋଜିତ ପ୍ରତିଯୋଗୀତାରେ ଚିକାରା ବିଶ୍ବ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୫୭ କେଜି ରେସଲିଂ ବର୍ଗରେ ଫାଇନାଲରେ  କର୍ଗିସ୍ତାନର ଆବଦିମଲିକ କାରାକୋଭଙ୍କୁ ୪-୩ରେ ପରାସ୍ତ କରିଛନ୍ତି ଚିରାଗ । 


10. Dhanteras: ଆସନ୍ତା କାଲି ଧନତେରାସ୍‍। ଉତ୍ତର ଭାରତରେ ଏହି ପର୍ବକୁ ଧନ ଆଗମନର ପର୍ବ ଭାବେ ପାଳନ କରାଯାଏ। ଏହିଦିନ କୌଣସି ବ୍ୟକ୍ତି ଧତବ ଜିନିଷ କିଣି ଘରକୁ ଆଣିବାର ପର୍ମପରା ସେଠାରେ ରହିଛି। ଏହାକୁ ଏବେ ସାରା ଭାରତ ଅନୁକରଣ କରିଛି। ଏହି ଦିନଟିକୁ ସୁନା, ରୂପା ଭଳି ମୂଲ୍ୟବାନ ଧାତୁରେ ନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି ଲୋକେ। ଏଣୁ ବିଭିନ୍ନ ସୁନା ଦୋକାନ ବ୍ଲିଙ୍କଇଟ୍‍, ବିଗ୍‍ ବାସ୍କେଟ, ସ୍ୱିଗି ଭଳି ପ୍ଲାଟଫର୍ମ ଦ୍ୱାରା ପ୍ରତିଷ୍ଠିତ ସୁନା ଦୋକାନୀ ସୁନା ଘରେ ପହଞ୍ଚାଇବାକୁ ଚୁକ୍ତିବଦ୍ଧ ହୋଇଛନ୍ତି।


Also Read- Delhi Pollution: ୩୦୦ ପାର୍ ହେଲା ଦିଲ୍ଲୀ AQI, ଆଗକୁ ହେବ ସାଙ୍ଘାତିକ !


Also Read- Shukra Gochar 2024: ଧନୁ ରାଶିରେ ଶୁକ୍ର ଚଳନ, ଜାଣନ୍ତୁ ଆପଣଙ୍କ ଉପରେ ପଡିବ କି ପ୍ରଭାବ