Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଓଡ଼ିଶା ମାଟିରେ ଜୟ ଜଗନ୍ନାଥ କହିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଥିଲେ ଯେ, ଆମେ ସମସ୍ତେ ମିଶି ଓଡ଼ିଶାର ଗୌରବ ବଢ଼ାଇବା । ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି ଏବଂ ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ ଆମେ କାମ କରୁଛୁ । 


Headlines 02- ବିରୋଧୀଙ୍କୁ ନିଶାନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଜନୀତିର ବିଚାରଧାରା ଅଲଗା ହେବା କିଛି ନୂଆ ନୁହେଁ । ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ ବିଷୟ ପାଲଟିଛି । କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ । ପୂର୍ବରୁ ମନ୍ତ୍ରୀ ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ କିନ୍ତୁ ବର୍ତ୍ତମାନ ତାହା ବଢିଛି । ଓଡ଼ିଶା ଲୋକେ ହୃଦୟ ଖୋଲି ବିଜେପିକୁ ସମର୍ଥନ କରିଛନ୍ତି । ବିଦେଶକୁ ଗଲେ ଲଗାତାର ତୃତୀୟ ଥର ସରକାର ପାଇଁ ଆମକୁ ପ୍ରଶଂସା ମିଳୁଛି । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ସମାନ ଉତ୍ସାହ ରହିଛି । 


Headlines 03- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ଆଜିର ଦିନକୁ ଐତିହାସିକ ଦିନ । ଆମ ସରକାର ଆସିବାର ମାତ୍ର ୫ ମାସ ହୋଇଛି। ସୁଭଦ୍ରା ଯୋଜନା, ଚାଷୀଙ୍କୁ ୩୧୦୦ ଟଙ୍କା ଏମ୍‌ଏସ୍‌ପି ନିଷ୍ପତ୍ତି ହୋଇଛି। ଆପଣଙ୍କୁ କହିରଖୁଛୁ ଯେ, ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ।  ଭୁବନେଶ୍ବରରେ ପହଞ୍ଚିବା ପରେ ପିଏମ୍ ମୋଦୀଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରୁ ସିଧା ସଭାସ୍ଥଳକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ।


Headlines 04- ଶୁକ୍ରବାର ଦିନ ଦିଲ୍ଲୀ ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ସ୍ଥିତିକୁ ଗଲାଣି । ଗ୍ୟାଙ୍ଗଷ୍ଟରମାନେ ଦିଲ୍ଲୀରେ ରାଜ କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ସବୁ ଜାଣି ଚୁପ୍ ରହିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ତିନୋଟି ସ୍ଥାନରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ଲରେନ୍ସ ବିଷ୍ଣୋଇ ସାବରମତି ଜେଲରୁ ଏକ ଗ୍ୟାଙ୍ଗ ଚଳାଉଛନ୍ତି। ତାଙ୍କୁ ବିଜେପି ପକ୍ଷରୁ ସୁରକ୍ଷା ଦିଆଯାଉଛି ସେଥିପାଇଁ ଅପରାଧୀମାନେ ଏତେ ନିର୍ଭୟରେ ଅଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।


Headlines 05- ଶୁକ୍ରବାର ଅପରାହ୍ନରେ ମହାରାଷ୍ଟ୍ରର ଗୋନ୍ଦିଆଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସଟି ଭଣ୍ଡାରା ଠାରୁ ଗୋନ୍ଦିଆକୁ ଆସୁଥିଲା। ଗୋନ୍ଦିଆ ଠାରୁ ୩୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।


Headlines 06- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ଅନୁଷ୍ଠିତ । ସେଠାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ, ସାଂସଦଙ୍କ ସହ ଦଳୀୟ ପଦାଧିକାରୀ ।  ୨ ଘଣ୍ଟାର ବିଚାର ବିମର୍ଶ ହୋଇଥିବା ସୂଚନା ।


Headlines 07- ଭ୍ୟାନରେ ଚାଲାଣ ହେଉଥିବା ସମୟରେ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । କୋରାପୁଟ ସେମିଳିଗୁଡ଼ା ସହର ବିଲେଇଗୁଡ଼ା ଛକ ନିକଟରେ ଗାଡିକୁ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣେ ଆଇଟିଆଇ ଛାତ୍ର ହୋଇଥିବା ସୂଚନା ମିଳିଛି ।


Headlines 08- ପ୍ରଥମ ଥର ପାଇଁ ଭାରତୀୟ ନୌସେନା  ବୁଡ଼ା ଜାହାଜ ଆଇଏନଏସ ଆରିଘାତରୁ କେ -୪ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ନବନିର୍ମିତ କ୍ଷେପଣାସ୍ତ୍ରର ରେଞ୍ଜ 3500କିମି ରହିଛି । ନଭେମ୍ବର 27ରୁ 30 ମଧ୍ୟରେ ବଙ୍ଗୋପସାଗରରେ 3490 କିମି ଉଡ଼ାଣ କରିଡରରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ଭାରତ କିଛି ଦିନ ପୂର୍ବରୁ ସାର୍ବଜନୀନ କ୍ଷେତ୍ର ଚେତାବନୀ ଓ ଏୟାରମ୍ୟାନ କୁ ନୋଟିସ ଜାରି କରିଥିଲା ।


Headlines 09- ମାଲକାନିଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI -79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୁଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ। ଓଡିଶା ଏବଂ ଛତିଶଗଡ଼ର ଉଭୟ ସରକାର ତାଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଗିରଫ ମହିଳା ମାଓବାଦୀଙ୍କ ଘର ଛତିଶଗଡର ବିଜାପୁର ଜିଲ୍ଲାରେ ଥିବା କୁହାଯାଉଛି।


Headlines 10- ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆକାଶ ମେଘୁଆ ରହିପାରେ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ,  ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଉପକୂଳ ଏବଂ ଦକ୍ଷିଣ ଓଡିଶାରେ କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଗଂଜାମ, ନୟାଗଡ, ଗଜପତି, ଗଂଜମ , କୋରାପୁଟ୍, ମାଲକାନଗିରି  ଜିଲ୍ଲାର ଗୋଟିଏ ୨ ଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ସୁନ୍ଦରଗଡ, କେନ୍ଦୁଝର,କନ୍ଧମାଳ ଓ କଳାହାଣ୍ତିରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ।


Also Read- PM Modi Odisha Visit: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ କାର୍ଯ୍ୟକ୍ରମ ଝଲକ


Also Read- Delhi Assembly: ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ, କହିଲେ ଦିଲ୍ଲୀରେ ଚାଲିଛି ଗ୍ୟାଙ୍ଗଷ୍ଟର ରାଜ