1.Discussion on the Constitution: ସମ୍ବିଧାନର ୭୫ ବର୍ଷ ଯାତ୍ରାକୁ ଆଜି ଲୋକସଭାରେ ଆଲୋଚନା କରାଯିବ। ବିରୋଧୀ ଦଳର ଦାବିକୁ ସରକାରୀ ଦଳ ଗ୍ରହଣ କରି ଡିସେମ୍ବର ୧୩ ଓ ୧୪ ଦୁଇଦିନ ଲୋକସଭାରେ ଏହି ବିଷୟ ଆଲୋଚନା କରିବାକୁ ସ୍ଥିର କରାଯାଇଛି। ସେହିପରି ରାଜ୍ୟ୍ୟସଭାରେ ଡିସେମ୍ବର ୧୬ ଏବଂ ୧୭ ତାରିଖରେ ଏ ବିଷୟ ଆଲୋଚନା ହେବ। କଂଗ୍ରେସର ଆଦାନୀ ପ୍ରସଙ୍ଗ ଏବଂ ବିଜେପି ପକ୍ଷରୁ ଏହାକୁ ସମାଲୋଚନା କରି ଜର୍ଜ ସୋରସ୍‍ ପ୍ରସଙ୍ଗକୁ ଅଣାଯାଇଥିଲା। ଏହାପରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହି ଅଚଳାବସ୍ଥା ଦୂର ପାଇଁ ସମ୍ବିଧାନ ଯାତ୍ରାର ୭୫ ବର୍ଷ ପ୍ରସଙ୍ଗରେ ବିତର୍କ କରିବା ପାଇଁ ଉଭୟ ଦଳ ରାଜି ହୋଇଥିଲେ। 

 

2. ONOE to be introduced: ଗୁରୁବାରଦିନ କେନ୍ଦ୍ର କ୍ୟାବିନେଟ୍‍ ଏକ ଦେଶ ଏକ ନିର୍ବାଚନ ବିଧେୟକ ଉପରେ ମୋହର ଲଗାଇଛନ୍ତି। ଏଥିରେ ଦୁଇଟି ସ୍ୱତନ୍ତ୍ର ବିଧେୟକ ରହିଛି। ଗୋଟିଏ ବିଧେୟକରେ ଲୋକସଭା ଏବଂ ବିଧାନସଭାର ନିର୍ବାଚନକୁ ଏକ ସଙ୍ଗେ କରିବା ପାଇଁ ବ୍ୟବସ୍ଥା ରହିଛି। ଦ୍ୱିତୀୟ ବିଧେୟକରେ ଗ୍ରାମ ପଞ୍ଚାୟତ, ମ୍ୟୁନିସିପାଲିଟି ନିର୍ବାଚନକୁ ଏକ ସଙ୍ଗେ କରିବା ପାଇଁ ନିୟମ ରହିଛି। ପ୍ରଥମ ବିଧେୟକ ପାଇଁ ସଂସଦର ଉଭୟ ଗୃହର ଅନୁମୋଦନ ଆବଶ୍ୟକ। ଦ୍ୱିତୀୟ ବିଧେୟକ ଲାଗି ରାଜ୍ୟମାନଙ୍କ ଅନୁମୋଦନ ଆବଶ୍ୟକ ରହିଛି। ଏହି ବିଧେୟକ ସଂସଦରେ ଉପସ୍ଥାପନ ହେବା ପରେ ଯୁଗ୍ମ ସଂସଦୀୟ କମିଟିକୁ ଅଧିକ ସମର୍ଥନ ହାସଲ ଲାଗି ପଠାଇବା ବ୍ୟବସ୍ଥା ହେବାର ସୂଚନା ମିଳିଛି। 

 

 

3. Disaster Management 2004 Bill passed: ଲୋକସଭାରେ ବିପର୍ଯ୍ୟୟ ପ୍ରଶମନ ବିଧେୟକ ୨୦୨୪ ପାରିତ ହୋଇଛି। ଏବେ ଏହା ରାଜ୍ୟସଭାରେ ଅନୁମୋଦନ ଲାଗି ଉପସ୍ଥାପନ କରାଯିବ। ଏହି ବିଧେୟକରେ ବିପର୍ଯ୍ୟୟ ପ୍ରଶମନକୁ ଅଧିକ ମଜଭୁତ କରିବା ପାଇଁ ଉଦ୍ୟମ ହୋଇଛି। ବିଶେଷକରି ରାଜ୍ୟ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧୀକରଣଗୁଡ଼ିକୁ ମଜଭୁତ କରିବା, ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି ଓ ଉଚ୍ଚକ୍ଷମତାପନ୍ନ କମିଟିକୁ ସାମ୍ବିଧାନିକ ମର୍ଯ୍ୟାଦା ପ୍ରଦାନ କରିବାକୁ ଏହି ସଂଶୋଧନ ବିଧେୟକ ଲକ୍ଷ୍ୟ ରଖିଛି। 

   

4. Delhi Govt appeals for Permanent Ban on Firecrackers: ଦିଲ୍ଲୀ ସରକାର ସମ୍ପୂର୍ଣ୍ଣଭାବେ ବାଣ ନିଷେଦ୍ଧ କରିବା ଉପରେ ସୁପ୍ରିମକୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଛି। ଏବେ ଦୀପାବଳୀ ସମୟରେ ବାଣ କିଣା ଉପରେ ରୋକ ଲଗାଇଛନ୍ତି କୋର୍ଟ। ସରକାରଙ୍କ ଯୁକ୍ତି ଅନୁସାରେ ଦୀପାବଳୀ ପରବର୍ତ୍ତୀ ସମୟରେ ବିବାହ ଏବଂ ଅନ୍ୟ ଉତ୍ସବ ସମୟରେ ବାଣ ଫୁଟା ଦ୍ୱାରା ପ୍ରଦୂଷଣ ବଢ଼ୁଛି। ଏଣୁ ପ୍ରଦୂଷଣକୁ ନିୟନ୍ତ୍ରଣ ଲାଗି ଏପରି କାରବାରକୁ ନିଷିଦ୍ଧ କରିବାକୁ ସରକାର ନିବେଦନ କରିଛନ୍ତି। 

 

 

5. America’s National Plan to Combat Islamophobia: ଘୃଣା, ହିଂସା, ମୁସଲମାନଙ୍କ ବିରୁଦ୍ଧରେ ବାଛ ବିଚାରକୁ ନିୟନ୍ତ୍ରଣ କରିବାକୁ ଯାଇ ଆମେରିକା ଏକ ୧୦୦ ବିନ୍ଦୁର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ  ଗୁରୁବାରଦିନ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ଯୋଜନାକୁ ସର୍ବସାଧାରଣ କରାଯାଇଛି। ବିଶେଷକରି ଦେଶରେ ବଢ଼ି ଚାଲୁଥିବା ଇସ୍ଲାମ ପ୍ରବଣତାକୁ ଏହାକୁ ମୁକାବିଲା କରିପାରିବ ବୋଲି ପ୍ରଶାସନ ଆଶା କରିଛି। 

 

6. 7 New Nursing College: ରାଜ୍ୟ ସରକାର ୭ଟି ନୂଆ ନର୍ସିଂ କଲେଜ ଖୋଲିବାକୁ ଯାଉଛନ୍ତି। କୋରାପୁଟ, ପୁରୀ, ବଲାଙ୍ଗୀର, ଅନୁଗୁଳ, ଯାଜପୁର, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ଏହି ନୂଆ ନର୍ସିଂ କଲେଜ ଖୋଲାଯିବ। ଏଥିନେଇ ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିବର୍ଷ ଏହି କଲେଜରୁ ୪୨୦ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହେବେ। କଲେଜ ନିର୍ମାଣ ଲାଗି ପ୍ରତି କଲେଜକୁ ୧୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। 

 

7. CM’s Grievance on 16th:  ଆସନ୍ତା ସୋମବାରଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଅକ୍ଟୋବର ୨୮ ତାରିଖରୁ ଏହି ଅଭିଯୋଗ ଶୁଣାଣି ବନ୍ଦ ରହିଛି। ଏଣୁ ସେହଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଲାଗି ଯେଉଁମାନେ ନିଜର ଆବେଦନ କରିଥିଲେ ସେମାନେ ହିଁ ଏହି ଶୁଣାଣୀରେ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। 

 

8. Retail Inflation eases to 5.5%: ଦେଶରେ ଉତ୍ପାଦନ ବୃଦ୍ଧି ହେତୁ ମୁଦ୍ରାସ୍ଫୀତିହାର କମିଛି। ଏହା ୫.୫ ପ୍ରତିଶତରେ ସୀମିତ ରହିଛି। ଅକ୍ଟୋବର ମାସରେ ଏହି ସୂଚକାଙ୍କ ୬ ପ୍ରତିଶତ ଉପରକୁ ଯାଇଥିଲା। ଯାହା ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡଠାରୁ ଅଧିକ ହୋଇଥିଲା। ସେହିପରି ଗ୍ରାହକ ମୁଦ୍ରା ସୂଚକାଙ୍କ ( ସିପିଆଇ ଅକ୍ଟୋବରରେ ୧୦.୮୭ ଥିବା ବେଳେ ନଭେମ୍ବରରେ ୯.୦୪ ପ୍ରତିଶତକୁ ଆସିଛି। 

 

9. World Champion: ଭାରତୀୟ ଚେସ୍‍ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ ବିଶ୍ୱଚାମ୍ପିୟନ ହୋଇଛନ୍ତି। ମାତ୍ର ୧୮ ବର୍ଷ ବୟସରେ ଏହି ଉପାଧି ଏକ ଭାରତ ପାଇଁ ଏକ ଗୌରବର ବିଷୟ। 

 

10. Cashless Treatment for Accident victims: ରାସ୍ତା ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଏଣିକି କ୍ୟାସଲେସ୍‍ ଚିକିତ୍ସା ମିଳିବ।  ଗୋଲ୍ଡେନ ଆଓ୍ୱାରରେ ଚିକିତ୍ସା ସହାୟତା ପ୍ର୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୬ଟି ରାଜ୍ୟରେ ଏହି ନିୟମ ଲାଗୁ କରାଯାଇଛି। ଆସନ୍ତା ୩ ମାସ ଭିତରେ ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି।