1. Jharkhand Votes Today: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ। ୧୫ ଜିଲ୍ଲାର ୪୩ ଆସନ ଲାଗି ଭୋଟ ହେବ। ଏହା ସହ ୧୦ ରାଜ୍ୟ ୩୧ ବିଧାନସଭା ଏବଂ କେରଳର ଓ୍ୱୟନାଡ଼ ଲୋକସଭା ଆସନରେ ଉପ ନିର୍ବାଚନ ଲାଗି ଆଜି ଭୋଟ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଆବଶ୍ୟକ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଛି। 

 

2. Cabinet Meet: ରାଜ୍ୟ କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ପ୍ରସ୍ତାକୁ ଏଥିରେ ଆଲୋଚନା କରାଯିବ। ଅପରାହ୍ଣ ୪ଟାରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି। ହେଲେ କୌଣସି ଏଜେଣ୍ତା ନିର୍ଦ୍ଧାରଣ କରାଯାଇ ନାହିଁ।  

 

3. Tulsi Vivah: ଆଜି ପବିତ୍ର ଗରୁଡ଼ ଦ୍ୱାଦଶୀ। ଏହି ଅବସରରେ ଶ୍ରୀମନ୍ଦିରରେ ପବିତ୍ର ତୁଳସୀ ବିବାହ ପର୍ବ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ଏହା ଏକ ପବିତ୍ର ଦିନ ଭାବେ ଗ୍ରହଣ କରାଯାଇଥାଏ। ଶ୍ରୀ ଜଗନ୍ନାଥଙଘ୍କୁ ଏହି ଅବସରରେ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରାଯିବାର ବିଧି ରହିଛି। 

 

4. New Govt Holidays: ୨୦୨୫ ବର୍ଷ ଲାଗି ସରକାରଙ୍କ କ୍ୟାଲେଣ୍ଡର ଜାରି କରାଯାଇଛି। ଏଥିରେ ସରକାରୀ ଛୁଟି ଦିନଗୁଡ଼ିକୁ ନିର୍ଦ୍ଧାରଣ କରାଯାଇଛି। ସମୁଦାୟ ୨୬ ଦିନ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି। ବିଭିନ୍ନ ପର୍ବ ପର୍ବାଣୀ ପାଇଁ ଏଗୁଡ଼ିକ ବନ୍ଦ ରହିବ। ଏହା ସହ କର୍ମଚାରୀଙ୍କୁ ୮ ଦିନ ଇଚ୍ଛାଧୀନ ଛୁଟି ମିଳିବ। 

 

5. ABC for Graduation: ସ୍ନାତ୍ତକ ପାଠ୍ୟକ୍ରମ ଲାଗି ଜାତୀୟ ଶିକ୍ଷାନୀତି ଆଧାରରେ ଶୈକ୍ଷିକ ବ୍ୟାଙ୍କ ଆକାଉଣ୍ଟ ବା ଏବିସି ଖୋଲିବା ଲାଗି ବାଧ୍ୟତାମୂଳକ କରାଯାଇଛି। ରେଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନିଜ ନିଜ ଅଧୀନରେ ଥିବା ଅନୁଷ୍ଠାନ ଗୁଡ଼ିକ ସହ ଏ ବାବଦରେ ତୁରନ୍ତ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଜାତୀୟ ଶିକ୍ଷା ନୀତି ଲାଗୁ କାଇଁ ଏହା ପ୍ରାଥମିକ ଆବଶ୍ୟକତା।  

 

 

6. Non Hindu in Sri Mandir: ଶ୍ରୀମନ୍ଦିର ଭିତରକୁ ପୁଣିଥରେ ପ୍ରବେଶ କରିଛନ୍ତି ଜଣେ ଅଣ ହିନ୍ଦୁ ମହିଳା। ଏହି ମହିଳା ଭକ୍ତଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାରରେ ଅବସ୍ଥାପିତ ପୁଲିସ ତାଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି। ଗୁମୁଟଠାରେ ତାଙ୍କୁ କିଛି ପୁଲିସ ସନ୍ଦେହ କରି ଅଟକାଇଥିଲେ। ସେ ଚୀନି ଭାଷାରେ କଥା ହେଉଥିବା ଜଣାପଡ଼ିଛି। ପୁଲିସ ତାଙ୍କୁ ଜାଣିବା ପରେ ମନ୍ଦିର ବାହାରକୁ ଆଣି ବିଦା କରିଛି। ମଙ୍ଗଳବାର ଅପରାହ୍ଣରେ ଏହି ଘଟଣା ଘଟିଛି।

 

7. IAS Sanjeev Mishra Returns Odisha: ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ ସଞ୍ଜୀବ ମିଶ୍ରଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ୍‍ରୁ ରାଜ୍ୟକୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି। ଏହିକ୍ରମରେ ସେ ରାଜ୍ୟକୁ ଫେରିବା ପରେ ତାଙ୍କ ପାଇଁ ଉପଯୁକ୍ତ ପଦବୀ ସ୍ଥିର କରିବେ ସରକାର। 

 

 

8. CRUT on ONDC: ଏଣିକି ଘରେ ବସି  ଭୁବନେଶ୍ୱର ସିଟି ବସ୍‍ ସେବା ତଥା ‘ ମୋ’ବସ୍‍’ ପାଇଁ ଟିକଟ କରିହେବ। ଏଥିନେଇ ଆବଶ୍ୟକ ବୁଝାମଣା କରିଛନ୍ତି ରାଜ୍ୟ ସରକାର। ଓପନ ନେଟ୍‍ଓ୍ୱର୍କ ଫର ଡିଜିଟାଲଥ୍‍ କମର୍ସ ପ୍ଲାଟ୍‍ଫର୍ମରେ ପଞ୍ଜିକୃତ ହେବା ପରେ ଏହି ସୁବିଧା ଉପଲବ୍ଧ ହୋଇଛି। ଏହାଦ୍ୱାରା କୌଣସ ଯାତ୍ରୀ ଚାହିଁଲେ ଫୋନ୍‍ ପେ’, ଗୁଗଲ ପେ’ ଭଳି ପ୍ଲାଟଫର୍ମ କିମ୍ବା ଅନ୍ୟ ଅନ୍‍ ଲାଇନ୍‍ ଟିକଟ ପ୍ଲାଟଫର୍ମରୁ ଟିକଟ କିଣିପାରିବେ। 

 

9. No Uranium Mining:  ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାରେ ୟୁରାନି୍ରୟମ ଖନନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆନ୍ଦ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ଦୀର୍ଘ ଦିନର ଉଦ୍‍ବେଗକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।   କପ୍ପାତ୍ରଲା ସଂରକ୍ଷିତ ଜଙ୍ଗଲରେ ଏହି ଖନନ କାର୍ଯ୍ୟ ଚାଲିଥିଲା। 

 

10. Elon Musk and Vivek Ramaswamy in Donald Cabinet: ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ସରକାରରେ ବିଶିଷ୍ଟ ଶିଳ୍ପପତି ଏଲନ୍‍ ମସ୍କ ଏବଂ ବିବେକ ରାମସ୍ୱାମୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ। ସରକାରଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧିକୁ ଏହି ଦୁଇ ବ୍ୟକ୍ତି ନିର୍ଦ୍ଧାରଣ କରିବେ। ଅତ୍ୟଧିକ ନିୟମ କୁ ଲାଘବ କରିବା ଏବଂ ଅତିରିକ୍ତ ଖର୍ଚ୍ଚ କମାଇବା ପାଇଁ ଏହି ଦୁଇଜଣ କାର୍ଯୃ କରିବେ।