1. 22 Thousand Crore returned: ବିଭିନ୍ନ ସରକାରୀ ବ୍ୟାଙ୍କ ଠକେଇ ମାମଲାରେ ଇଡି ଚଢ଼ାଉ କରି ପଳାୟନ କରିଥିବା ଶିଳ୍ପପତିଙ୍କଠାରୁ ୨୨ ହଜାର ୨୮୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହାକୁ ସମ୍ପୃକ୍ତ ସରକାରୀ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି। ନୀରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋସ୍କିଙ୍କ ଭଳି ପଳାୟନକାରୀଙ୍କ ଠାରୁ ଇଡି ଏହି ସମ୍ପତ୍ତି ଉଦ୍ଧାର କରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। କେବଳ ବିଜୟ ମାଲ୍ୟାଙ୍କଠାରୁ ୧୪ ହଜାର ୧୩୧ କୋଟି ଜବତ ହୋଇଥିବା ବେଳେ ନୀରବ ମୋଦୀଙ୍କଠାରୁ ୧୦୫୨ କୋଟି, ଏବଂ ମେହୁଲ ଚେସ୍କିଙ୍କଠାରୁ ୨୫୬୬ କୋଟି ଟଙ୍କା ଜବତ କରାଯାଇଥିବା ସେ ଲୋକସଭାରେ କହିଛନ୍ତି। 

 

2. No Darshan in Srimandir: ପୁରୀ ଶ୍ରୀମନ୍ଦିରରେ ଚାଲିଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟକ୍ରମ ଏହାସହ ଆଜି ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉମାନେ ଶୟନ କରିବେ। ସେଥିଲାଗି ଆଜି ଦିନ ୨ଟାରୁ ଦର୍ଶନ ବନ୍ଦ ରହିବ। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

 

 

3. New Dress Code in Anand Bazaar: ଶ୍ରୀମନ୍ଦିରରେ ଅବଢ଼ା ବିକ୍ରି କରୁଥିବା ସୁଆର ସେବକଙ୍କ ସହାୟକଙ୍କ ପାଇଁ ଲାଗୁ ହୋଇଛି ଡ୍ରେସକୋଡ୍‍। ଏହିକ୍ରମରେ ସେମାନେ ଗେରୁଆ ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି। ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ମଧ୍ୟରୁ ଏହା ଗୋଟିଏ।  ଏହାଦ୍ୱାରା ଆନନନ୍ଦ ବଜାରକୁ ଆସୁଥିବା ଭକ୍ତ ଅବଢ଼ା ବା ଶୁଖିଲା ମହାପ୍ରସାଦ କିଣିବା ସମୟରେ ଆଉ ଠକାମୀର ଶିକାର ହେବେ ନାହିଁ ବୋଲି ଆଶା ରହିଛି।  ଆନନ୍ଦ ବଜାରର ଦୋକାନ କେବଳ ସୁଆର ସେବକ ଚଳାଇବେ ଏବଂ ତାଙ୍କୁ ସହାୟତା କରିବା ପାଇଁ ଜଣେ ଲେଖାଏଁ ସହାୟକ ନିଯୁକ୍ତ କରିପାରିବେ ବୋଲି ଶ୍ରୀମନ୍ଦିର ପକ୍ଷରୁ ବ୍ୟବସ୍ଥା କରାଯାଇଛି। 

 

4. ONOE voted to be introduced: ଲୋକସଭାରେ ଉପସ୍ଥାପନ ପାଇଁ ଯୋଗ୍ୟ ହୋଇଛି ଏକ ଦେଶ ଏକ ନିର୍ବାଚନ ବିଧେୟକ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁପାରିସ ଆଧାରରେ ଏହି ବିଧେୟକ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଦେଶରେ କୋଟିଏ ସମୟରେ ରାଜ୍ୟ  ବିଧାନସଭା ଓ ଲୋକସଭାର ନିର୍ବାଚନ ପାଇଁ ବ୍ୟବସ୍ଥା ରହିଛି। ଏପରିକି ରାଜ୍ୟ ଗୁଡ଼ିକର ପଞ୍ଚାୟତିରାଜ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ମଧ୍ୟ ଏହି ନିର୍ବାଚନର ୧୦୦ ଦିନ ଭିତରେ କରାଇବାକୁ ବିଧେୟକରେ ବ୍ୟବସ୍ଥା ରହିଛି। ଏହି ବିଧେୟକକୁ ଉପସ୍ଥାପନ କରିବାକୁ ବିରୋଧୀ ଦଳ ବିରୋଧ କରିବାରୁ ବିଭାଜନ ଭୋଟ ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ୪୬୭ଟି ଭୋଟ ପଡ଼ିଥିଲା। ସେଥିରୁ ୨୬୯ ଭୋଟ ବିଧେୟକ ସପକ୍ଷରେ ଥିବାବେଳେ ୧୯୮ ଭୋଟ ବିରୋଧରେ ପଡ଼ିଥିଲା। ଆଜି ଏହି ବିଧେୟକ ଉପସ୍ଥାପନ ହୋଇ ଯୁଗ୍ମ ସଂସଦୀୟ କମିଟିକୁ ବିଚାର ପାଇଁ ଯାଇପାରେ। 

 

 

5. 3 Odisha MP Absent: ବିଭାଜନ ଭୋଟ୍‍ ବେଳେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ୨୦ ଜଣ ସାଂସଦ ଗୃହରେ ଅନୁପସ୍ଥିତ ଥିଲେ। ବାରମ୍ବାର ତାଗିଦ ଓ ତ୍ରିସ୍ତରୀୟ ହ୍ୱୀପ୍‍ ପରେ ମଧ୍ୟ ଏମାନଙ୍କ ଅନୁପସ୍ଥିତିକୁ ନେଇ ଦଳ ଉଦବେଗ ପ୍ରକାଶ କରିଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ମଧ୍ୟ ସୂଚନା ଦେଇଛି। ଏଥିରେ ଓଡ଼ିଶାର ତିନିଜଣ ସାଂସଦ ରହିଛନ୍ତି। ସେମାନେ ହେଲେ ପ୍ରଦୀପ ପାଣିଗ୍ରାହୀ, ନବଚରଣ ମାଝି ଏବଂ ବଳଭଦ୍ର ମାଝି। 

 

6. Bishnu Sethi Transferred: କେନ୍ଦ୍ରୀୟ ପିଏସ୍‍ୟୁ ଲାଞ୍ଚ ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇଏଏସ୍‍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ପଦବୀରୁ ହଟାଇଛନ୍ତି ରାଜ୍ୟ ସରକାର  ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‍ଡି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନ୍‍ରୁ ଫେରିଥିବା ଆଇଏଏସ୍‍ ଅଧିକାରୀ ସଞ୍ଜୀବ ମିଶ୍ର ଦାୟିତ୍ୱ ନେବେ।  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ ସଞ୍ଜୀବ। 

 

 

7. New Secretary to CM: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ ମନୋଜ ସାହୁ। ଆନ୍ତଃ ରାଜ୍ୟ କ୍ୟାଡର ଡେପ୍ୟୁଟେସନ୍‍ରେ ସେ ଓଡ଼ିଶା ଆସିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। 

 

8. Will be in BJD till Last Breathe: ବିଜେଡି ଛାଡ଼ି ବିଜେପିକୁ ଚାଲିଯିବେ ବୋଲି ଯେଉଁ ସନ୍ଦେହ ଓ ଚର୍ଚ୍ଚା ରାଜ୍ୟରେ ଉପୁଜିଛି ତାହାକୁ ସ୍ପଷ୍ଟ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦମାନେ।  ସେମାନେ ଶେଷ ନିଃଶ୍ୱାସ ଯାଏ ବିଜେଡିରେ ଅଛନ୍ତି ଏବଂ ଯେଉଁ ଚର୍ଚ୍ଚା ଚାଲିଛି ତାହା ତାଙ୍କର ଚରିତ୍ର ସଂହାର ପାଇଁ ଉଦ୍ଦିଷ୍ଟ ବୋଲି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ୭ ରାଜ୍ୟସଭା ସାଂସଦ। ନିକଟରେ ୨ ଜଣ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ଯୋଗ ଦେଇ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। 

 

 

9. 4 years Age Relaxation: ପୁଲିସ ଡ୍ରାଇଭର ନିଯୁକ୍ତି ମାମଲାରେ ହାଇକୋର୍ଟ ବୟସ କୋହଳ ପାଇୋ ଆଦେଶ ଦେଇଛନ୍ତି। କୋଭିଡ୍‍ କାରଣରୁ ୪ ବର୍ଷ ନିଯୁକ୍ତି ହୋଇପାରି ନଥିବାରୁ ବୟସ କୋହଳ କରିବାକୁ ଦାବି କରି ମାମଲା ଦାୟର ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। 

 

10. Rain Alert: ଆଜିଠାରୁ ତିନିଦିନ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାଯୋଗୁ ତାପମାତ୍ରା ଆହୁରି କମିପାରେ ବୋଲି ପାଣିପାଗବିଭାଗ ଅନୁମାନ କରିଛି।