Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1-Pm Modi: ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି ।
2-Weather Update: ଶୀତରେ ଥଣ୍ତା ପବନ ସାଙ୍ଗକୁ ଝିପି ଝିପି ବର୍ଷା ଜାରି ରହିଛି। ଗତ କିଛି ଦିନ ହେବ ଏଭଳି ପାଗ ଦେଖିବାକୁ ମିଳୁଛି। ଆଜି (ଶନିବାର) ମଧ୍ୟ ଏଭଳି ପାଗ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ବର, ମୟୂରଭଂଜ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା। ଏହିସବୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡଘଡି ମଧ୍ୟ ହେବାର ସମ୍ଭାବନା ରହିଛି।
3-ଅଦିନିଆ ବର୍ଷା ଉଜାଡିଦେଲା ଫସଲ। ଅଦିନିଆ ବର୍ଷା ଯୋଗୁଁ ଗଜପତି, ବାଲେଶ୍ବର,କୋରାପୁଟ୍, କଳାହାଣ୍ତି, କଟକ, ନୟାଗଡ, ଖୋର୍ଧା, ପୁରୀ, ଜଗତସିଂହପୁର, ଯାଜପୁର,ଭଦ୍ରକ, କନ୍ଧମାଳ, ସୋନପୁର, ଢେଙ୍କାନାଳ ଓ ରାୟଗଡାରେ ଚାଷ ନଷ୍ଟ ହୋଇ ଯାଇଛି। ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ।
4-ED Raids ex-Congress MLA Niranjan Patnaik's Properties: ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଶୁକ୍ରବାର ଦିନ ଇଡି ରେଡ୍ କରିଛି। EDର ଏହି ଚଢ଼ାଉ ନିରଞ୍ଜନ ପଟ୍ଟନାୟକଙ୍କ ୫ଟି ଠିକଣାରେ ହୋଇଛି। ଖବର ଅନୁଯାୟୀ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ମଧ୍ୟ ED ରେଡ୍ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ରେଡ୍ କଣ ପାଇଁ କରିଛି ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ।
5-ShreeRamMandir: ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରକଳ୍ପ ହାସଲ କଲା ଐତିହାସିକ ଉପଲବ୍ଧି । ପ୍ରକଳ୍ପକୁ ବ୍ରିଟିସ ସେଫ୍ଟି କାଉନସିଲର ସୋର୍ଡ ଅଫ ଅନର ମିଳିଛି । ଏହାସହ ଭାରତର ଜାତୀୟ ସେଫ୍ଟି କାଉନସିଲ ପକ୍ଷରୁ ମଧ୍ୟ ସର୍ବଶ୍ରେଷ୍ଠ ସୁରକ୍ଷା ପୁରସ୍କାର ମିଳିଛି ।
6-One Nation One Election: ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ ପାଇଁ ବିଜେପି ସାଂସଦ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଯୁଗ୍ମ ସଂସଦୀୟ କମିଟି-ଜେପିସି । ଓଡ଼ିଆ ସାଂସଦ ଭାବେ ବୈଜୟନ୍ତ ପଣ୍ଡା, ଭର୍ତ୍ତୃହରି ମହତାବ ସମ୍ବିତ ପାତ୍ର ସଦସ୍ୟ ଅଛନ୍ତି ।
7-Om Prakash Chautala Dies: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀ ଲାଲଙ୍କ ପୁଅ ଓମ ପ୍ରକାଶ ଚୌଟାଲା ସମୁଦାୟ ପାଞ୍ଚ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ କେବଳ ଥରେ ଶେଷ କରିପାରିଥିଲେ।
8-JinnatTiger: ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ସସପେନ୍ସ। ଝାଡ଼ଖଣ୍ଡରେ କିଛି ଦିନ ବୁଲିବା ପରେ ଏବେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ରହିଛି, ତାହା ଜଣାପଡୁନାହିଁ। ବାରିପଦା RCCF ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି।
9-Earthquake: ଥରିଲା ନେପାଳ। ନେପାଳରେ ଭୂକମ୍ପ ଝଟ୍କା ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ଅନୁଭୂତ ହୋଇଥିବା ସୂଚନା ମିଳିଛି।
10- Germany Accident:ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍। କାର୍ ଧକ୍କାରେ ୨ ମୃତ, ୬୫ ଆହତ; ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ। କାର୍ରେ ଜଣେ ନାବାଳକ ସମେତ ୨ ଜଣ ଥିଲେ, ଧରିଲା ପୋଲିସ