ଆଜି ସ୍ୱଦେଶୀ ଦ୍ରବ୍ୟ ପ୍ରତି ପ୍ରତିବଦ୍ଧତାର ଦିନ ଏବଂ ଅନ୍ୟ ପ୍ରମୁଖ ୧୦ ଖବର

1. Swadeshi Day: ଆଜି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୯୨୧ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧି ବିଦେଶୀ ବସ୍ତ୍ର ପରିତ୍ୟାଗ କରି ସ୍ୱଦେଶୀ ଧାରଣ କରିବାକୁ ଆହ୍ୱାନ ଦେଇଥିଲେ। ଏହିକ୍ରମରେ ଦେଶର ବିଭିନ୍ନ ସ୍ଥାନରେ ଜାତୀୟତାବାଦୀ ଆନ୍ଦୋଳନକାରୀ ବିଦେଶୀ ବସ୍ତ୍ରକୁ ଜାଳି ପ୍ରଦର୍ଶନ କରିଥିଲେ। ଏହା ଇଂରେଜଙ୍କ ଅର୍ଥନୀତି ଉପରା ପ୍ରଭାବ ପକାଇଥିଲା। ନିଜକୁ ସ୍ୱାଲମ୍ବୀ କରିବା ଏହି ଆନ୍ଦୋଳନର ଉଦ୍ଦେଶ୍ୟ ରହିଥିଲା। 

 

2. NIC foundation Day: ଦକ୍ଷିଣ ଆଫ୍ରିକାରେ ଭାରତୀୟ ବ୍ୟବସାୟୀ ଯେଉଁଭଳି ଭାବେ  ବିଭେଦର ଶିକାର ହେଉଥିଲା ତାହାକୁ ନେଇ ଗାନ୍ଧିଜୀ ଏକ ସାଂଗଠନିକ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏହିକ୍ରମରେ ତିଆରି ହୋଇଥିଲା ନାଟାଲ୍‍ ଇଣ୍ଡିଆନ୍‍ କଂଗ୍ରେସ ବା ଏନ୍‍ଆଇସି।  ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ଦୂର କରି ତାଙ୍କୁ ନ୍ୟାୟ ଓ ସମାନତା ପ୍ରଦାନ କରିବା ଏହି ସଂଗଠନର ଉଦ୍ଦେଶ୍ୟ ଥିଲ। ୧୮୯୪ ଆଜିର ଦିନରେ ଏନ୍‍ଆଇସି ପ୍ରତିଷ୍ଠା ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଲାଗି ଏକ ନୂଆ ଯୁଗର ଆରମ୍ଭ କରିଥିଲା। 

 

3. IAS Reshuffle: ରାଜ୍ୟରେ ମୋହନ ମାଝିଙ୍କ ସରକାର ଆସିବା ପରେ ଏକ ବଡ଼ ଧରଣର ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ଅଦଳବଦଳ  ଦେଖିବାକୁ ମିଳିଛି। ଏହିକ୍ରମରେ ୧୮ ଜଣ ଆଇଏଏସ୍‍ ଅଧିକାରୀଙ୍କ ପଦବୀ ବଦଳ କରାଯାଇଛି। ବରିଷ୍ଠ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ସେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ। ସେହିପରି ଦେଓରଞ୍ଜନ ସିଂହ, ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା, ବିଷ୍ଣୁପଦ ସେଠୀ, ଉଷା ପାଢ଼ୀ, ବିଶାଳ ଗଗନ, ଏନ୍‍ବିଏସ୍‍ ରାଜପୁତ, ଶାଳିନୀ ପଣ୍ଡିତ, ଅଶ୍ୱଥି ଏସ୍‍, ରୂପା ରୋଶନ ସାହୁ, ସଚିନ ରାମଚନ୍ଦ୍ର ଯାଦବ, ବଲଓ୍ୱନ୍ତ ସିଂହ, ୟାମିନି ଷଡ଼ଙ୍ଗୀ, ପରମେଶ୍ୱରନ, ନୂଶାବନ୍ତ ଥିରୁମାଲା ନାଏକ, ସମର୍ଥ ବର୍ମା, ଅନନ୍ୟା ଦାସଙ୍କୁ ଅନ୍ୟ ପଦବୀକୁ ବଦଳି କରାଯାଇଛି। 

 

 

4. CBI to File Status Report on Kolkata Doc’s Murder: ଆଜି ସୁପ୍ରିମକୋର୍ଟରେ କୋଲକତା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସିବିଆଇ ବର୍ତ୍ତମାନ ସୁଦ୍ଧା ତଦନ୍ତ ସ୍ଥିତି ରିପୋର୍ଟ ଦାଖଲ କରିବେ। ଏହା ସହ ଆଜି ଏ ବାବଦରେ କୋର୍ଟ ଶୁଣାଣି ମଧ୍ୟ କରିବେ। ଗତ ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିବା ସହ କୋର୍ଟ ଡାକ୍ତରଙ୍କ ସୁରକ୍ଷା ଲାଗି ପ୍ରୋଟକଲ ବ୍ୟବସ୍ଥା ଆପଣାଇବାକୁ କହିଥିଲେ। 

 

5. Congress to Protest Nationwide against SEBI: ଆଜି ହିଣ୍ଡେନବର୍ଗ ରିପୋର୍ଟକୁ ନେଇ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବ। ସେବି ମୁଖ୍ୟ- ଆଦାନୀ ସମ୍ପର୍ତକକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବ। ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‍ଙ୍କ ଇସ୍ତଫା ଏବଂ ଯୁଗ୍ମ ସଂସଦୀୟ କମିଟି ମାଧ୍ୟମରେ ଏ ବିଷୟରେ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। 

 

6. Death Poll rises to 17 in Reactor blast: ଆନ୍ଧ୍ରପ୍ରଦେଶର ଅନକା ପାଲିଠାରେ ଥିବା ଏକ ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟିବାରୁ ୧୭ଜଣଙ୍କ ମୃତ୍ୟୁ ଘଟିଛି। ୨୦୦ ଜଣ କର୍ମଚାରୀ କାମ କରୁଥିବା ବେଳେ କାରଖାନାରେ ଥିବା ଏକ ୫୦୦ କିଲୋଲିଟକ କ୍ଷମତା ବିଶିଷ୍ଟ କାପାସିଟର ଫୁଟିଯିବାରୁ ଏପରି ଦୁର୍ଘଟଣା ଘଟିଥିଲା। ଏଥିରେ ଅନେକ ଶ୍ରମିକ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ  ଘଟଣାରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। 

 

7. Not a time for war, says PM in Poland: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ଗସ୍ତ ସମୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଏ ସମୟ ଯୁଦ୍ଧ ପାଇଁ ନୁହେଁ। ଆଜି ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ ଶେଷ କରି ୟୁକ୍ରେନ ଅଭିମୁଖେ ଯାତ୍ରା କରିବେ। ସେଠାରେ ଦ୍‍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ସହାୟକ ହେବେ। 

 

8. Muslim Marriages and Divorce are to be registered in Assam: ଆସାମରେ ଏଣିକି ମୁସଲ୍‍ମାନ ସମ୍ପ୍ରଦାୟର ସମସ୍ତ ବିବାହ ଓ ଛଡ଼ପତ୍ର ସରକାରୀ ପଞ୍ଜିକାରେ ଲିପିବଦ୍ଧ ହେବ। ଅର୍ଥାତ୍‍ ପାରମ୍ପରିକ କାଜିଙ୍କ ଭୂମିକା ଗୌଣ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁରୀ ଦେଇଛି। 

 

9. Ayusman Bharat Limit to be doubled: ଆୟୁଷ୍ମାନ ଭାରତ ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ୍‍ କରିବା ତଥା ବୀମା ରାଶିକୁ ପୁରୁଷଙ୍କ କ୍ଷେତ୍ରରେ ୧୦ ଲକ୍ଷ ଏବଂ ମହିଳାଙ୍କ କ୍ଷେତୟ୍ରରେ ୧୫ ଲକ୍ଷକୁ ବୃଦ୍ଧି କରିବା ଲାଗି ଏକ ପ୍ରସୌ୍ତାବ  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ବିଚାରାଧୀନ ରହିଛି। ଏକ ସଚିବ ସ୍ତରୀୟ କମିଟି ଏହାକୁ ଯାଞ୍ଚ କରୁଛି। 

 

10. Kerla’s Power couple: କେରଳ ପ୍ରଶାସନିକ କ୍ଷେତ୍ରରେ ଏକ ଅଫିସର ଦମ୍ପତ୍ତିଙ୍କୁ ‘ପାଓ୍ୱାର କପଲ’ ନାଁରେ ପରିଚୟ ମିଳିଛି। ମୁଖ୍ୟ ସଚିବ ଥିବା ଡ. ବେଣୁ ଗୋପାଳଙ୍କ ପତ୍ନୀ ଶାରଦା ମୁରଲିଧରନ୍‍ଙ୍କ ନାମକୁ କ୍ୟାବିନେଟ୍‍ ବୁଧବାର ଦିନ ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ଘୋଷଣା କରିଥିବାରୁ ଏପରି ଚର୍ଚ୍ଚା ଧରିଛି। ଡ. ବେଣୁ ଏବେ ମୁଖ୍ୟ ସଚିବ ଅଛନ୍ତି। ଅଗଷ୍ଟ ୩୧ ତାରିଖରେ ସେ ଅବସର ନେବେ। ଆଉ ରାଜ୍ୟର ମୁଖ୍ୟ ସଚିବ ଦାୟିତ୍ୱକୁ ତାଙ୍କ ପତ୍ନୀ ଶାରଦାଙଘ୍କୁ ହସ୍ତାନ୍ତର କରିବେ।