Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1-Three Vice Chancellors tenure extend for six months: ତିନି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ଉତ୍କଳ, ରମାଦେବୀ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ ମାସକୁ ବୃଦ୍ଧି କରାଯାଇଛି। ସବୁଠୁ ବଡ଼ କଥା ହେଲା ଯେ, କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ କୁଳପତିମାନେ କୁଳାଧିପତିଙ୍କ ବିନା ଅନୁମତିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
2-Weather Update: ରାଜ୍ୟରେ ଏବ ଶୀତ ଅଧିକ ଅନୁଭବ ହେଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଚକିତ କଲାପରି ଖବର ଦେଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ୨୪ ତାରିଖରେ ଏହା ଅବପାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଯଦି ଏହା ବାତ୍ୟାର ରୂପ ନେବ, ତେବେ ୨୯ ତାରିଖ ବେଳକୁ ତାମିଲନାଡୁ ଉପକୂଳ ଆଡକୁ ମୁହାଁଇବ। ଏହାର ପ୍ରଭାବ ଓଡି଼ଶା ଉପରେ ରହିବ ନାହିଁ। ସେପଟେ, ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ କୌଣସି ପ୍ରକାର ପରିବର୍ତ୍ତନ ସୃଷ୍ଟି ହେବ ନାହିଁ।
3-JAGA mission: ଗାଁରେ ଜମିବାଡି ରହିଛି। ସହରାଞ୍ଚଳରେ ବି ପ୍ଲଟ୍ ରହିଛି। କିନ୍ତୁ ନିଜକୁ ଭୂମିହୀନ ଦର୍ଶାଇ ମାଡି ବସିଥିବା ସରକାରୀ ଜମିକୁ ମିଶନରେ ଯୋଡି଼ ଭୁମି ଅଧିକା ପ୍ରମାଣପତ୍ର ନେଇଛନ୍ତି। ଏମିତି ଶହ ଶହ ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ହାବୁଡରେ ପଡିଛନ୍ତି। ଜାଗା ମିଶନରେ ବସ୍ତି ବାସିନ୍ଦା ପାଇଥିବା ଭୂମି ଅଧିକାର ପ୍ରମାଣପତ୍ର ଆଉ ଥରେ ଯାଂଚ ହେବ। ଯାଂଚ ବେଳେ ଧରାପଡିଲେ । ସେମାନଙ୍କୁ ବାଦ୍ ଦିଆଯିବ।
4- Flight Service: ରାଜ୍ୟରୁ ୫ ନୂଆ ସହରକୁ ଉଡିବ ବିମାନ। ଜାନୁଆରୀରେ ଏହାର ଶୁଭାରମ୍ଭ ହେବ ବୋଲି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି।
5-Rahul Gandhi: ଆମେରିକାର କୋର୍ଟରେ ଆଦାନୀ ଓ ତାଙ୍କ ପୁତୁରା ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ଗାନ୍ଧି ଏହା କହିଛନ୍ତି। ସେ କହିଛନ୍ତି ଏହା ସ୍ପଷ୍ଟ ଯେ, ଆଦାନୀ ଉଭୟ ଭାରତୀୟ ଏବଂ ଆମେରିକୀୟ ଆଇନକୁ ଉଲ୍ଲଂଘନ କରିଛନ୍ତି। ତଥାପି ସେ କେମିତି ନିର୍ଭୟରେ ବୁଲୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଗାନ୍ଧି। ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଉଭୟଙ୍କର ଦୁର୍ନୀତିରେ ହାତ ରହିଛି ବୋଲି ସେ କହିଛନ୍ତି।
6-Subhadra Yojna: ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏଥିରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କର ଆବେଦନ ପତ୍ର ଯାଞ୍ଚ ସରିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି।
7-Odishi Dance: ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବେଶ୍ ପରିଚିତ ତିନିଜଣ କଳାକାରଙ୍କୁ ଉସସ୍ତାଦ୍ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଲେ, ରରୂପା ଗାୟତ୍ରୀ ପଣ୍ଡା, ଦେବାଶୀଷ ପଟ୍ଟନାୟକ ଏବଂ ଆଲୋକ ବିଶୋଇ। ଆସନ୍ତା କାଲି ଏହି ପୁରସ୍କାର ପ୍ରଦାନ କରାଯିବ। ଡ. ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପିଆଇବି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅପୂର୍ବାଙ୍କୁ ୨୦୨୨ ପାଇଁ ପୁରସ୍କାର ପ୍ରଦାନ କରାଯିବାକୁଥିବା ବେଳେ ୨୦୨୩ ପାଇଁ ଦେବାଶୀଷ ଏବଂ ଲୋକ ନୃତ୍ୟ ଓ ବାଦ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ଶ୍ରୀ ବିଶୋୟୀଙ୍କୁ ୨୦୨୩ ବର୍ଷର ପୁରସ୍କାର ମିଳିବ।
8- Gautam Adani Bribery case: ଭାରତର ପ୍ରମୁଖ ଶିଳ୍ପାନୁଷ୍ଠାନ ଆଦାନୀ ବିରୁଦ୍ଧରେ ପୁଣି ବିଦେଶରେ ଚର୍ଚ୍ଚା ହୋଇଛି। ଏହି କମ୍ପାନୀ ଆମେରିକାର ସରକାରୀ ଅଧ଼ିକାରୀଙ୍କୁ ଲାଞ୍ଚ ଦେଇ ବିଦେଶୀ ନିବେଶ ହାସଲ ପାଇଁ ଚେଷ୍ଟା କରିଥିବା କୋର୍ଟରେ ଅଭିଯୋଗ ହୋଇଛି। ଏପରିକି ଏଥିରେ କୋଟି କୋଟି ଡଲାର କାରବାର ପାଇଁ ପ୍ରତିଶୃତି ଦିଆଯାଇଥିବା କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି।
9-Enconter: ଛତିଶଗଡ଼ରୁ ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ କମାଣ୍ଡୋ ଆହତ ହୋଇଛନ୍ତି। ତାଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣାମ ସ୍ଥାନାନ୍ତର କରାଯାଇଛି। ପୁଲିସ ଡିଜି ଓ୍ୱାଇବି ଖୁରାନିଆଙ୍କ କହିବା ଅନୁସାରେ ପୂର୍ବ ସୂଚନାକୁ ଆଧାର କରି ମାଲକାନଗିରି ଜିଲ୍ଲାର ସାବେରୀ ନଦୀ ପାଖରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ନକ୍ସଲଙ୍କ ମୃତ ହୋଇଛନ୍ତି। ବନ୍ଧୁକ, ଗୁଳି ଏବଂ କିଛି ବ୍ୟାଗ୍ ଜବତ କରାଯାଇଛି।
10-Border Gavaskar Trophy : ଅଷ୍ଟ୍ରେଲିଆରେ ଆଜିଠୁ ବର୍ଡର ଗାଭାସ୍କର ଟ୍ରଫି । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପର୍ଥରେ ଖେଳାଯିବ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମା, ଓପନର ଶୁବମନ ଗିଲ ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଭାରତୀୟ ଦଳ ।