1.Dana turns to a Low pressure: ଭୀଷଣ ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ଲାଗି ରହିଛି। ବିଶେଷ କରି ଛତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି ।

 

2.Zero Casualty: ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର ତଥା ଥଇଥାନ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। ଏପରିକି ୫ ଦିନର ଅକ୍ଳାନ୍ତ ପରିଶ୍ରମରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ଅଣାଯିବା ଦ୍ୱାରା ଶୂନ୍ୟ ମୃତ୍ୟୁ ଲକ୍ଷ୍ୟକୁ ସରକାର ହାସଲ କରିପାରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ସହ ଆସନ୍ତା ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ବିଭିନ୍ନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି ।

 

3.No leave on weekend: ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ଶନିବାର ଓ ରବିବାର ମଧ୍ୟ ସରକାରୀ ଅଫିସ ଖୋଲା ରହିବ । ବିଶେଷ କରି ଯେଉଁ ବିଭାଗର କାର୍ଯ୍ୟ ଥଇଥାନ ଓ ରକ୍ଷଣା ବେକ୍ଷଣ ତଥାମରାମତି କାର୍ଯ୍ୟ ପାଇଁ ଆବଶ୍ୟକ ସେମାନଙ୍କ ଛୁଟି ବାତିଲ କରାଯାଇଛି। ଏନେଇ  ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପ୍ରକାଶ ପାଇଛି। 

 

4.Train to Kolkata today: ବାତ୍ୟା କାରଣରୁ ଟ୍ରେନ ଓ ବସ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଅନେକ ଯାତ୍ରୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଫଶି ରହଥିଲେ। ବିଶେଷକରି ପୁରୀ ଆସିଥିବା ବଙ୍ଗୀୟ ଯାତ୍ରୀମାନେ ଯିବା ପାଇଁ କୌଣସି ମାଧ୍ୟମ ନପାଇବା ହେତୁ ପୁରୀରେ ହିଁ ରହିଥିଲେ। ଏହି ଯାତ୍ରୀଙ୍କୁ ସହାୟକ ହେବା ଲାଗି ପୁରୀରୁ ଏକ ସ୍ୱତନ୍ତ୍ର ଟ୍ରେନ ଆଜି ରାତି ୧୧ଟା ୨୦ରେ ବାହାରିବ। ଏହି ଟ୍ରେନ ପୁରୀରୁ ବାହାରି ଶାଲିମାର ଯିବ। ୨୭ ତାରିଖ ଦିନ ସକାଳ ୧୦ଟା ୫୦ରେ ଏହି ଟ୍ରେନ ଶାଲିମାରରୁ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। 

 

5.Nandan Kana to Open but Similipal will take another 2 days: ଆଜିଠାରୁ ପୁଣିଥରେ ନନ୍ଦନକାନନ ଚିଡ଼ିଆଖାନାକୁ ଦର୍ଶକଙ୍କ ଲାଗି ଖୋଲାଯିବ। ୨୪ ତାରିଖରେ ବାତ୍ୟାକୁ ଆଖିରେ ରଖି ଦୁଇଦିନ ଲାଗି ବନ୍ଦ କରାଯାଇଥିଲା। ଏହାଦ୍ୱାରା ଉଭୟ ଦର୍ଶକ ଓ ପ୍ରାଣୀ ସମ୍ପଦଙ୍କ ସୁରକ୍ଷା ନିଶ୍ଚିତ କରାଯାଇଥିଲା। ଅପରପକ୍ଷେ ଶିମିଳିପାଳ କିନ୍ତୁ ଆହୁରି ତିନିଦିନ ବନ୍ଦ ରହିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ୨୮ ତାରିଖ ଯାଏଶିମିଳିପାଳକୁ ଦର୍ଶକଙ୍କ ବନ୍ଦ କରାଯାଇଛି। 

 

6.New Nudra Loan limit: ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ପରିମାଣକୁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ବଜେଟ୍‍ ଘୋଷଣା ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ପିଆଇବି ପକ୍ଷରୁ କୁହାଯାଇଛି। ସୁଦୃଢ଼ ଉଦ୍ୟୋଗୀ ଇକୋ ସିଷ୍ଟମ୍‍କୁ ପ୍ରୋତ୍ସାହିତ କରିବାଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରମାଣିତ କରୁଛି। ତରୁଣ ବର୍ଗ ଅଧୀନରେ ପୂର୍ବ ଋଣକୁ ସଫଳତାର ସହ ପରିଶୋଧ କରିଥିବା ଉଦ୍ୟୋଗୀଙ୍କ ଲାଗି ଏହି ବର୍ଦ୍ଧିତ ପରିମାଣ ଉପଲବ୍ଧ ହେବ। 

 

7.Naxal Leader Shot Dead: କନ୍ଧମାଳ ଜିଲ୍ଲା ଓଡ଼ାମୁଡ଼ୁ ଜଙ୍ଗଲରେ ନକ୍ସଲ ଏବଂ ପୁଲିସ ଭିତରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀ ନେତାଙ୍କ ମୃତ୍ୟୁ ଘଟିଛି। ସେ ଜଣେ ଟପ୍‍ କ୍ୟାଡର ନେତା ବୋଲି ପୁଲିସ କହିଛି। ସେ ଛତିଶଗଡ଼ରୁ ଓଡ଼ିଶା ଆଡ଼କୁ ଆସିଥାଇପାରନ୍ତି ବୋଲି ପୁଲି ଆଶଙ୍କା କରୁଛି। 

 

8.Tested Tactic of Misinformation by Pak: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ଭାଷାରେ ନିନ୍ଦା କରିଛି  ଭାରତ। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନ ପକ୍ଷରୁ କଶ୍ମୀର ପ୍ରସଙ୍ଗ ଉଠାଯିବାକୁ ନେଇ ଭାରତ କହିଛି‘ ପାକିସ୍ତାନର ଏହା ଅସତ୍ୟ ନ୍ୟୁଜ୍‍ ପ୍ରସାରଣ କରାଯିବାର ଏକ ଚିରାଚରିତ ଉଦ୍ୟମ। ଏହା ଉସ୍‍କାଇବା ଲାଗି ଉଦ୍ଦିଷ୍ଟ ଏକ ବାଚଳାମୀ ବୋଲି ଭାରତୀୟ ସ୍ଥାୟୀ ପ୍ରତିନିଧିଙ୍କ ପକ୍ଷରୁ କୁହାଯାଇଛି। 

 

9. Alleged attack on Kejriwal: ଆପ୍‍ ଆବାହକ ତଥା ଜେଡ୍‍ ବର୍ଗୀୟ ସୁରକ୍ଷାରେ ସୁରକ୍ଷିତ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ବିକାଶପୁରୀଠାରେ ଆୟୋଜିତ ଏକ ପଦଯାତ୍ରାରେ ଯୋଗ ଦେଇଥିବା ବେଳେ ତାଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଦିଲ୍ଲୀ ଭୁଆ୍ୟମନ୍ତ୍ରୀ ଆତିଶି କହିଛନ୍ତି। ଏପରିକି ପରାଜୟ ଜାଣିବା ପରେ ବିଜେପିର ଏହା ଏକ ହୀନ ରାଜନୀତି ବୋଲି ସେ ସାମାଜିକ ଗଣମାଧ୍ୟମରେ କହିଛନ୍ତି। 

 

10. Development in Indo-China Border: ଭାରତ-ଚୀନ ଭିତରେ ଚାଲିଥିବା ସାମରିକ ଶକ୍ତି ପ୍ରଦର୍ଶନର ଅନ୍ତ ହୋଇଛି। ଉଭୟ ସେନା ପକ୍ଷରୁ ପ୍ରକୃତ ସୀମାରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି। ଭାରତୀୟ ସେନା ଓ ଚୀନ ସେନା ନିୟନ୍ତ୍ରଣ ରେଖାକୁ ସମ୍ମାନ ଦେବାକୁ ଯାଇ ପଛକୁ ଘୁଞ୍ଚିଛନ୍ତି। ଋଷରେ ବ୍ରିକ୍ସ ସମ୍ମିଳନୀ  ସମୟରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ବୁଝାମଣା ପରେ ଏହି ପଦକ୍ଷେପ ଦେଖିବାକୁ ମିଳିଛି। ଏହାଦ୍ୱାରା ଦୀର୍ଘ ୪ ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ହ୍ରାସ ପାଇବା ସମ୍ଭାବନା ସୃଷ୍ଟି ହୋଇଛି।