1-Link failure in post offices across Odisha:  ସାରା ରାଜ୍ୟରେ ଡାକ ସେବା ଠପ୍ ହୋଇ ଯାଇଛି। ୩ ଦିନ ହେଲାଣି କାମ କରୁନି ସର୍ଭର । ଭୁବନେଶ୍ବର ଡାକଘର ସହିତ ରାଜ୍ୟର କୌଣସି ଡାକଘର ସଂଯୋଗ ହୋଇପାରୁନାହିଁ । ଫଳରେ ସାରା ରାଜ୍ୟରେ ଡାକ ସେବା ଗୁରୁତର ପ୍ରଭାବିତ ହୋଇଛି । 


COMMERCIAL BREAK
SCROLL TO CONTINUE READING

2-Encounter: ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ଉସୁର-ବୁସାଗୁଡ଼ା-ପାମେଡ ଅଞ୍ଚଳରେ ଚାଲିଥିଲା ଗୁଳିବିନିମୟ । ଯବାନଙ୍କ ପାଲଟା ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । ସେମାଙ୍କ ଠାରୁ ବିପୁଳ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ।



3-Weather Update: ରାଜ୍ୟରେ ଏବେ ହାଲୁକା ହାଲୁକା ଥଣ୍ତା ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ।  ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଶୁକ୍ରବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ  ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ  ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  


4-CJI Chandrachud: ସୁପ୍ରିମକୋର୍ଟରେ ଭାରତର ୫୦ ତମ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଶୁକ୍ରବାର ଶେଷ ଦିନ ଥିଲା। ଉଲ୍ଲେଖନୀୟ ଅବଦାନ ଏବଂ ନ୍ୟାୟପାଳିକାରେ ଦୃଢ଼ ମତ ପାଇଁ ଜଣାଶୁଣା ଚନ୍ଦ୍ରଚୁଡ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ, ଯେଉଁଥିରେ ଅଯୋଧ୍ୟା ଜମି ବିବାଦ, ଧାରା ୩୭୦ ଏବଂ ସମଲିଙ୍ଗୀ ସମ୍ପର୍କର ଅପରାଧୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଚାର ମଧ୍ୟ ରହିଥିଲା। 10 ନଭେମ୍ବରରେ ଶପଥ ନେବେ ନୂଆ ବିଚାରପତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ସ୍ଥାନ ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା । ସେ ମଧ୍ୟ ଆଜି ଉପସ୍ଥିତ ଥିଲେ ।


5-Ratan tata: ରତନ ଟାଟା ଆମକୁ ଛାଡି ଯିବାର ମାସେ ବିତିଗଲାଣି । ବ୍ୟସ୍ତବହୁଳ ସହରରୁ ଆରମ୍ଭ କରି ଗାଁ ଗଣ୍ଡାରେ ବି ତାଙ୍କର ଅନୁପସ୍ଥିତି ଅନୁଭବ କରୁଛନ୍ତି ଲୋକେ । ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗପତିମାନେ ମଧ୍ୟ ତାଙ୍କ ବିୟୋଗକୁ ଭୁଲିପାରୁନାହାନ୍ତି । ସେହିପରି ପରିବେଶପ୍ରେମୀମାନେ ମଧ୍ୟ ସମାନ ଭାବେ ଦୁଃଖୀ । ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛି ସାରା ଦେଶ।



6-CM majhi review meeting on state power supply: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନ ଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା। ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରାୟ ୧ କୋଟି ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।



7-Naveen Patnaik targets Mohan Majhi government: ନିକଟରେ ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ରାଜ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଶୁକ୍ରବାର ଦିନ ନିଜ ଏକ୍ସରେ ଏକ ପୋଷ୍ଟ କରି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା। ଏକ ନମ୍ବର୍ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହେବାରୁ ଆସି ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ।


8- Salman Khan: ବିପଦରେ ସଲମାନ ଖାନଙ୍କ ଜୀବନ । ବାବା ସିଦ୍ଦିକିଙ୍କ ହତ୍ୟା ପରେ ଅଭିନେତାଙ୍କୁ ଲରେନ୍ସ ବିଷ୍ନୌଇ ଗ୍ୟାଙ୍ଗରୁ ଅନେକ ଥର ହତ୍ୟା ଧମକ ମିଳୁଛି । ଶୁକ୍ରବାର ଦିନ ପୁଣି ଥରେ ଲରେନ୍ସ ବିଷ୍ନୌଇ ଗ୍ୟାଙ୍ଗରୁ ସଲମାନଙ୍କୁ ହତ୍ୟା ଧମକ ମିଳିଛି । ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ସଲମାନଙ୍କ ପାଇଁ ଏକ ଧମକପୂର୍ଣ୍ଣ ମେସେଜ ଆସିଛି । 


9-Aligarh Muslim University Minority Status: ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ସ୍ଥିତି ଯଥା AMU ଅକ୍ଷୁର୍ଣ୍ଣ ରହିବ। ଏହି ମାମଲାରେ କୋର୍ଟ ନିଜର ୧୯୬୭ ନିଷ୍ପତ୍ତି ବଦଳାଇଛନ୍,ତି ଯେଉଁଥିରେ କୁହାଯାଇଛି ଯେ ଏମୟୁ ଏକ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ମାନ୍ୟତା ଦାବି କରିପାରିବ ନାହିଁ। କୋର୍ଟ ତାଙ୍କ ନିଷ୍ପତ୍ତିରେ ଧାରା ୩୦ କୁ ମଧ୍ୟ ଉଲ୍ଲେଖ କରିଛନ୍ତି।



10-Sanju Samson Century: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଓପନର୍ ସଞ୍ଜୁ ସାମସନ୍ ଏକ ଧୂଆଁଧାର ଇନିଂସ ଖେଳିଛନ୍ତି। ସେ ବାଂଲାଦେଶ ବିପକ୍ଷ ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଶତକ ମାରିଥିଲେ ଏବଂ ଡର୍ବାନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି। ସେ ଲଗାତାର ଦୁଇଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହିପରି ସେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଲଗାତାର ଦୁଇଟି ମ୍ୟାଚରେ ଦୁଇ ଶତକ ହାସଲ କରିବାରେ ସାମସନ୍ ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ତାଙ୍କ ପୂର୍ବରୁ ଗୁସ୍ତାଭ ମ୍ୟାକକେନ୍, ରେଲି ରୋସୋ ଏବଂ ଫିଲ୍ ସଲ୍ଟ ଏପରି ରେକର୍ଡ କରିଥିଲେ।