Top 10 News Headlines 11 August 2024: H1. Dismantling of chariots begins in Puri: ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ତେବେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି। ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ମହାପ୍ରଭୁଙ୍କର ଏହି ରଥଭଙ୍ଗା କାମରେ ମୋଟ ୨୦ ଜଣ ଭୋଇ ସେବାକମାନେ ୧୨ ଦିନ ଭିତରେ ୩ ରଥକୁ ଭାଙ୍ଗିବେ ।


COMMERCIAL BREAK
SCROLL TO CONTINUE READING

H2. Mamata dials Odisha CM Majhi: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ଅନୁରୋଧ ।


H3. Law Minister On Infiltration Of Bangladeshis: ରାଜ୍ୟରେ ବାଂଲାଦେଶୀ ନାଗରିକଙ୍କୁ ନେଇ ଚିନ୍ତା ବଢ଼ିଛ। ବର୍ତ୍ତମାନ ଆଇନ୍ ମନ୍ତ୍ରୀଙ୍କ ଏହାକୁ ନେଇ ବଡ଼ ବୟାନ ଆସିଛି। ଆଇନ୍ ମନ୍ତ୍ରୀ କହିଛନ୍ତି ସରକାର ଏନେଇ ସଜାଗ ଅଛନ୍ତି ଓ ସେମାନଙ୍କର ପରିଚୟପତ୍ର ଚିହ୍ନଟ ଦୃଷ୍ଟିରୁ ଯାହା ଯାହା କରିବା କଥା ବହୁତ ଶୀଘ୍ର କରାଯିବ । ପରିଚୟ ପତ୍ର ନଥିଲେ ପ୍ରତ୍ୟାବର୍ତ୍ତନ କରାଇବେ ସରକାର। 


H4. Hirakud oustees will get land pattas: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଜମି ପଟ୍ଟା ମିଳିବ। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ସୂଚନା ଦେଇଛନ୍ତି। ଏହା ସହିତ ଏବେ ସୁଦ୍ଧା ୪୪୦୦ କ୍ଷତିଗ୍ରସ୍ତ ପରିବାରକୁ ପଟ୍ଟା ଦିଆସରିଥିବା କହିଛନ୍ତି ମନ୍ତ୍ରୀ । 


H5. Ex-External Affairs Minister Natwar Singh dies at 93: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମବିଭୂଷଣ କେ ନଟବର ସିଂହଙ୍କ ଦେହାନ୍ତ ହୋଇଛି। ଗୁରୁଗ୍ରାମର ମେଦାନ୍ତ ହସ୍‍ପିଟାଲରେ ଗଲା କିଛିଦିନ ହେଲା ନଟବର ଚିକିତ୍ସାଧୀନ ଥିଲେ। ସେ ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ବେୈଦେଶିକ ବ୍ୟାପର ସେବାରେ ଜଣେ କୂଟନୀତିଜ୍ଞ ଭାବେ କାର୍ଯ୍ୟରତ ଥିଲେ। 


H6. PM Modi releases 109 climate-resilient seeds: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ୧୦୯ଟି ଉଚ୍ଚ ଅମଳକ୍ଷମ, ଜଳବାୟୁ ଅନୁକୂଳ ଓ ଜୈବ-ପ୍ରତିରୋଧକ କିସମର ବିହନ ରିଲିଜ୍ କରିଛନ୍ତି। ଏହି ସମୟରେ ପିଏମ ମୋଦୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ କଥା ହୋଇଥିଲେ।


H7. Rahul Gandhi On Hindenburg Research: ଆମେରିକାର ସ୍ୱଳ୍ପ ବିକ୍ରେତା କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚର ନୂତନ ରିପୋର୍ଟକୁ ନେଇ ରାହୁଲ ଗାନ୍ଧୀ ସରକାରଙ୍କୁ ନିନ୍ଦା କରିଛନ୍ତି। ରାହୁଲ ଗାନ୍ଧୀ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ବିରୋଧରେ ଅଭିଯୋଗ ପରେ ନିବେଶକମାନେ କଷ୍ଟ ଉପାର୍ଜିତ ଟଙ୍କା ହରାଇଲେ କିଏ ଦାୟୀ ରହିବ। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ, SEBI ଅଧ୍ୟକ୍ଷ ତଥା ଶିଳ୍ପପତି ଗୌତମ ଆଦାନୀଙ୍କୁ ମଧ୍ୟ ଜଡିତ କରିଛନ୍ତି।


H8. Hindenburg vs Adani Group: ଆମେରିକୀୟ ଅନୁସନ୍ଧାନ ଏବଂ ନିବେଶ କମ୍ପାନୀ ହିଣ୍ଡନବର୍ଗ ପୁଣିଥରେ ଆଦାନୀ ଗ୍ରୁପ୍ ସହ ଜଡିତ ଏକ ନୂତନ ଦାବି କରିଛି। ଏଥର ଆମେରିକାର ହିଣ୍ଡନବର୍ଗ ରିସର୍ଚ୍ଚ ମାର୍କେଟ ରେଗୁଲେଟର SEBI ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଓ ତାଙ୍କ ସ୍ୱାମୀଙ୍କୁ ଆଦାନୀଙ୍କ ସହ ଜଡିତ ବିଦେଶୀ ପାଣ୍ଠିରେ ସେୟାର ନେଇଥିବା ଅଭିଯୋଗ କରିଛି। ଆଦାନୀ ଗ୍ରୁପ୍ ଏହା ଉପରେ ସ୍ପଷ୍ଟିକରିଣ ଦେଇ କହିଛି ଯେ SEBI ମୁଖ୍ୟଙ୍କ ସହ ସେମାନଙ୍କର ଗ୍ରୁପର କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ। ଭିତ୍ତିହୀନ ଅଭିଯୋଗ ହିଣ୍ଡନବର୍ଗ ଦ୍ୱାରା କରାଯାଉଛି।


H9. India-Bangladesh Border: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୧୧ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ବିଏସ୍ଏଫରୁ ଉଦ୍ଧୃତ କରି କହିଛି ଯେ ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟର ଅନ୍ତର୍ଜାତୀୟ ସୀମା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଏହି ବାଂଲାଦେଶୀ ନାଗରିକମାନେ ଧରାପଡିଛନ୍ତି।


H10. Sourav Ganguly on Vinesh Phogat Medal Case: ୧୦୦ ଗ୍ରାମ ଓଜନ ବୃଦ୍ଧି ଯୋଗୁଁ ମହିଳା ରେସଲର ବିନେଶ ଫୋଗାଟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଏହା ପରେ ବିନେଶ ଫୋଗେଟ୍ ପରଦିନ କୁସ୍ତିରୁ ଅବସର ଘୋଷଣା କରିଥିଲେ। ବିନେଶ ଫୋଗାଟଙ୍କୁ ନେଇ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୈରଭ ଗାଙ୍ଗୁଲିଙ୍କ ସମର୍ଥନ ମିଳିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା ବେଳେ ଗାଙ୍ଗୁଲି କହିଛନ୍ତି ଯେ ବିନେଶ ଫୋଗେଟ୍ ରୌପ୍ୟ ପଦକ ପାଇବାକୁ ଯୋଗ୍ୟ।