Top 10 News: ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ, ରାଜ୍ୟରେ ବଢ଼ି ଚାଲିଛି ହାତୀଙ୍କ ମୃତ୍ୟୁ, ପଢ଼ନ୍ତୁ ୧୦ ବଡ଼ ଖବର
Top 10 News Headlines: ସଆସନ୍ତା ୧୭ ତାରିଖରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ଭିତର ରତ୍ନ ଭଣ୍ଡାର ଏବଂ ପରେ ବାହାର ରତ୍ନ ଭଣ୍ଡାରର ମରାମତି ହେବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 9 December 2024: H1. Ratna Bhandar Renovation Work From Dec 17: ଆସନ୍ତା ୧୭ ତାରିଖରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ଭିତର ରତ୍ନ ଭଣ୍ଡାର ଏବଂ ପରେ ବାହାର ରତ୍ନ ଭଣ୍ଡାରର ମରାମତି ହେବ। ଏଥିରେ କେଉଁ ପଥର, କେଉଁଠି ଲାଗିବ ସେ ବିଷୟରେ ଏଏସ୍ଆଇ ଏବଂ ସେବାୟତ ସହମତ ହୋଇଛନ୍ତି। ଏହି ଅନୁସାରେ ଆସନ୍ତା ତିନିମାସ ଭିତରେ ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍ଆଇ ପ୍ରସ୍ତାବ ଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
H2. Mohan Govt To Form Task Force For Revival Of Aska Sugar Mill: ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
H3. Odisha Elephants death: ରାଜ୍ୟରେ ୧୦ ବର୍ଷରେ ୮୫୭ ହାତୀଙ୍କ ମୃତ୍ୟୁ ହେଲାଣି। ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ । ସେଥିମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି। ଏହାସହ ଅନ୍ୟ ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯, ପ୍ରତିହିଂଶା ପରାୟଣ ଘଟଣାରେ ୧୬ ହାତୀ ମୃତ୍ୟୁବରଣ କରିଛନ୍ତି।
H4. Vigilance traps junior clerk at Bhubaneswar: ଗିରଫ ହେଲେ ଖଣ୍ଡଗିରି ସବ୍ରେଜିଷ୍ଟ୍ରାର କନିଷ୍ଠ କିରାଣି। ଲାଞ୍ଚ ମାମଲାରେ ଦେବଯାନୀ କରଙ୍କୁ ଗିରଫ କଲା ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଦେବଯାନୀ କର। ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ। ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ଜବତ କରାଯାଇଛି।
H5. Railways sanctions Rs 509 cr for 2 major flyovers in state: ରାଜ୍ୟର କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରିଛି ମନ୍ତ୍ରଣାଳୟ। ଏହି ପଦକ୍ଷେପ ଭାରତୀୟ ରେଳର ଭିତ୍ତିଭୂମି ସୁଦୃଢ କରିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ଉଲ୍ଲେଖ କରିଥିଲେ। କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ହେବ।
H6. Mehul Choksi fraud case: ପିଏନବି ସ୍କାମ ମାମଲାରେ ମୁମ୍ବାଇର ସ୍ପେଶାଲ କୋର୍ଟ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ୨୫୬୫ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନିଲାମ କରିବାକୁ ଅନୁମତି ଦେଇଛନ୍ତି। ମେହୁଲ ଚୋକସିଙ୍କ ସମ୍ପତ୍ତି ବିକ୍ରୟ କରି ଦୁର୍ନୀତି ଦ୍ୱାରା ପ୍ରଭାବିତ ଲୋକଙ୍କୁ ଏହି ଟଙ୍କା ଫେରସ୍ତ କରାଯିବ। ଦୀର୍ଘ ଦିନ ଧରି ଇଡି କୋର୍ଟରେ ଏହି ପ୍ରୟାସ କରୁଥିଲା।
H7. Indian Coast Guard seizes 2 Bangladeshi ships: ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ସମେତ ଇଣ୍ଡିଆନ୍ କୋଷ୍ଟଗାର୍ଡ (ଆଇସିଜି) ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟ ତଟରକ୍ଷୀ ବାହିନୀ ବେଆଇନ ଭାବରେ ଆସି ଭାରତୀୟ ସାମୁଦ୍ରିକ କ୍ଷେତ୍ରରେ ମାଛ ମାରୁଥିବା ଦୁଇଟି ବାଂଲାଦେଶୀ ମତ୍ସ୍ୟଜୀବୀ ଡଙ୍ଗାକୁ ଜବତ କରିଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଛି।
H8. SM Krishna Passes Away: ଆଉ ନାହାଁନ୍ତି ବିଶିଷ୍ଟ ରାଜନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣା । ଆଜି ତାଙ୍କ ଦେହାନ୍ତ ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ୪୫ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ଏସ୍.ଏମ୍ କ୍ରିଷ୍ଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।
H9. Arvind Kejriwal made 5 announcements: ଦିଲ୍ଲୀର 'AAP' ସରକାର ଅଟୋ ଡ୍ରାଇଭରମାନଙ୍କୁ ବହୁତ ଭଲ ଖବର ଦେଇଛନ୍ତି। ଏଠାରେ ସରକାର ଦିଲ୍ଲୀର ଅଟୋ ଡ୍ରାଇଭରମାନଙ୍କୁ ସେମାନଙ୍କ ଝିଅଙ୍କ ବିବାହ ପାଇଁ ୧ ଲକ୍ଷ ଟଙ୍କା ଏବଂ ସେମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
H10. Man held for hoax bomb alert. ଗତ କିଛି ଦିନ ହେବ ସମଗ୍ର ଦେଶରେ ବିମାନରେ ବୋମା ବିସ୍ଫୋରଣ ଗୁଜବ ପ୍ରଚାରିତ ହେଉଛି। ଗତ ମାସରେ ନାଗପୁରରୁ କୋଲକାତା ଅଭିମୁଖେ ଏକ ଇଣ୍ଡିଗୋ ବିମାନକୁ ନେଇ ମଧ୍ୟ ଏକ ସମାନ ଗୁଜବ ଆସିଥିଲା। ଏହା ପରେ ବିମାନର ସର୍ଚ୍ଚ କରାଯାଇଥିଲା ଏବଂ ଏହା କେବଳ ଗୁଜବ ବୋଲି ଜଣାପଡିଥିଲା। ବର୍ତ୍ତମାନ ସୂଚନା ସାମ୍ନାକୁ ଆସୁଛି ଯେ ଏହି ମାମଲାରେ ମିଥ୍ୟା ତଥ୍ୟ ଦେଇ ଗିରଫ ହୋଇଥିବା ବ୍ୟକ୍ତି ଜଣେ ଆଇବି ଅଧିକାରୀ।