Top 10 News Headlines 10 September 2024: H1. PM Modi To Visit Odisha: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଏହି ଗସ୍ତ ସମୟରେ ସେ  ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପିଏମ ମୋଦିଙ୍କ ଏହି ସମ୍ପୂର୍ଣ୍ଣ ଗସ୍ତର ସୂଚୀ ବର୍ତ୍ତମାନ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

H2. Over 3000 people to be evacuated for missile testing: କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍ (ଆଇଟିଆର୍) ଆଖପାଖ ୬ଟି ଗାଁର ୩ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ବାଲେଶ୍ୱର ସହକାରୀ ଜିଲ୍ଲାପାଳ ନିରଞ୍ଜନ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଇଟିଆର କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା ରେଞ୍ଜର ୨.୫ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୩୧୦୦ ଲୋକଙ୍କୁ ସୁରକ୍ଷିତ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଯିବ।


H3. Adult BCG vaccination to prevent tuberculosis: ୨୦୨୫ ସୁଦ୍ଧା ଦେଶରେ ଯକ୍ଷ୍ମା ନିରାକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଚଳିତ ମାସରେ ଓଡ଼ିଶାରେ ବୟସ୍କଙ୍କ ପାଇଁ ଏକ ନୂତନ ବିସିଜି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଅସୁରକ୍ଷିତ ବୟସ୍କ ଜନସଂଖ୍ୟାରେ ଏହାର ଫଳପ୍ରଦତା ଆକଳନ କରିବା ପାଇଁ ଆଇସିଏମଆର ସହଯୋଗରେ ଏହି ନୂତନ ଟିକା ଆରମ୍ଭ କରାଯାଉଥିବା ଟିବି ରାଜ୍ୟମାନଙ୍କ ମଧ୍ୟରୁ ଓଡ଼ିଶା ଅନ୍ୟତମ । 


H4. Odisha Ration card e-KYC deadline: ରାଜ୍ୟରେ ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଇ-କେୱାଇସି ପ୍ରକ୍ରିୟା ଗତ ଅଗଷ୍ଟ ମାସ ୨୨ ତାରିଖରୁ ଆରମ୍ଭ ହୋଇଛି । ଡିସେମ୍ବର ମାସ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ଏପର୍ଯ୍ୟନ୍ତ ପ୍ରକ୍ରିୟାରେ ପ୍ରାୟ ୧୬ ରୁ ୧୭ ଲକ୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧୀକାରୀ ଚିନ୍ହଟ ହୋଇ ସାରିଲେଣି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 


H5. Odisha's Sanjukta Sethi Receives NFN Award: ଓଡ଼ିଶା ସେବିକା ସଞ୍ଜୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଞ୍ଜୁକ୍ତାଙ୍କୁ ସମ୍ମାନୀତ କରିଛନ୍ତି । ଏହି ପୁରସ୍କାର ମିଳିବା ପରେ ସଞ୍ଜୁକ୍ତା ଖୁସି ପ୍ରକାଶ କରିବା ସହ ଆଗକୁ ଆହୁରି ଭଲ କାମ କରିବେ ବୋଲି କହିଛନ୍ତି ।


H6. Odisha weather update: ଆସନ୍ତା ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଯଦି ଲଘୁଚାପଟି ଦକ୍ଷିଣ ପଶ୍ଚିମବଙ୍ଗରେ ସୃଷ୍ଟି ହୁଏ, ତେବେ ଏହି ୩ଟି ଜିଲ୍ଲା ସହିତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ।


H7. Ayushman Bharat to now cover senior citizens above 70 years: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଆଣିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ବୁଧବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏହି ଅନୁମୋଦନ ପରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ।


H8. Two terrorists killed in gunfight with security forces: ଜମ୍ମୁ-କାଶ୍ମୀରର ଉଦାମପୁର ଜିଲ୍ଲାର ବସନ୍ତଗଡର ଉପର ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦ (ଜେଏମ) ସଂଗଠନର ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଏହି ସୂଚନା ଦେଇଛି। ଘନ ଜଙ୍ଗଲରେ ଆତଙ୍କବାଦୀଙ୍କ ବିରୋଧରେ ଏହା ହେଉଛି ପ୍ରଥମ ସଫଳ ଅପରେସନ୍, ଯେଉଁଠାରେ ଗତ ୬ ମାସ ମଧ୍ୟରେ ଅଧିକ ଥର ଏନକାଉଣ୍ଟର ହୋଇଛି। 


H9. Delhi-NCR earthquake: ଆଜି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ବଡ଼ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି। ଭାରତ ବ୍ୟତୀତ ପାକିସ୍ତାନ ଏବଂ ଆଫଗାନିସ୍ତାନର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପ ହେବାର ଖବର ରହିଛି। ପାକିସ୍ତାନୀ ଖବରକାଗଜ ଦି ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ଖାଇବର ପାଖ୍ଟନଖୱା ଠାରୁ ପଞ୍ଜାବ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ବୋଲି ଆକଳନ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଡେରା ଗାଜି ଖାନ ନିକଟରେ ବୋଲି ଜଣାପଡିଛି।


H10. Malaika Arora Father Death: ମଲାଇକା ଆରୋରାଙ୍କ ପିତା ଅନିଲ ଆରୋରା ଆତ୍ମହତ୍ୟା କରିଥିବା ଖବର ଆସିଛି। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଖବର ପାଇବା ମାତ୍ରେ ତାରାମାନେ ମଲାଇକାଙ୍କ ମା’ଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୃତ୍ୟୁ ଖବର ଉପରେ ଏକ ପୋଷ୍ଟ ସେୟାର କରି ମଲାଇକା ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।