Top 10 News Headlines 19 October 2024: H1. Odisha Civil Service Exam Result 2022 Out: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୨ର ଫଳାଫଳ ଆଜି ତା ୧୯.୧୦.୨୦୨୪ରିଖ ଦିନ ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ଚୟନ ତାଲିକା ଓଡ଼ିଶା ଲୋକସେବା ଆୟୋଗର ୱେବସାଇଟ୍ http://opsc.gov.in ରେ ଉପଲବ୍ଧ ଅଛି। ମୋଟ ୬୮୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

H2. Sex Racket Busted At Salon In Bhubaneswar: ରାଜଧାନୀରେ ସେକ୍ସ ରାକେଟ୍। ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ ସ୍ପାରେ ସେକ୍ସ ରାକେଟ୍ ଠାବ ହୋଇଛି। ବଡଗଡ ପୁଲିସ କୌଣସି ସୂତ୍ରରୁ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାର ସୂଚନା ପାଇବା ପରେ ଚଢାଉ କରିଥିଲା। ଜଣେ ଯୁବକ ଏଥିରେ ଧରାପଡି ଥିବାବେଳେ ଦୁଇ ଜଣ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି। ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବାବେଳେ ତାଙ୍କୁ ସ୍ପା ମାଲିକ ମାଡପିଟ୍ କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳିଛି। 


H3. Former MLA Utkal Keshari Parida passes away: କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ାଙ୍କ ଦେହାନ୍ତ। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ଏ ନେଇ ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି ଉତ୍କଳ କେଶରୀ ଅସୁସ୍ଥ ଥିଲେ।


H4. Odisha weather report: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ। ଏହା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପ୍ରଭାବରେ  ୨୩ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏହା ପରେ ଗତିପଥ ନେଇ ଆକଳନ ହେବ ।


H5. Vijaya Kishore Rahatkar named new NCW chief: ପୂର୍ବତନ ଭାରତୀୟ ଜନତା ପାର୍ଟି (ବିଜେପି) ମହିଲା ମୋର୍ଚ୍ଚା ମୁଖ୍ୟ ବିଜୟା କିଶୋର ରାହତକରଙ୍କୁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ରାହତକର ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଜାତୀୟ ସଚିବ ତଥା ଦଳର ରାଜସ୍ଥାନ ୟୁନିଟର ସହ-ପ୍ରଭାରୀ ଭାବେ କାର୍ଯ୍ୟ କରୁଛନ୍ତି।


H6. Bomb threats to 15 flights: ଇଣ୍ଡିଗୋ, ଏୟାର ଇଣ୍ଡିଆ ଓ ଆକାସାର ୧୫ ଟି ବିମାନକୁ ବମରେ ଉଡାଇଦେବାକୁ ଧମକ ମିଳିଛି। ଏହି ସଂଖ୍ୟା କେବଳ ଶନିବାର ଦିନର ଅଟେ। ଏହି କାରଣରୁ ଅନେକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଗତ କିଛି ଦିନ ହେବ ଅନେକ ବିମାନ ମଧ୍ୟ ସମାନ ଧମକ ଦିଆଯାଉଛି, କେନ୍ଦ୍ର ମଧ୍ୟ ଏହାର ଶୀର୍ଷ ସ୍ତରରେ ଯାଞ୍ଚ ଆରମ୍ଭ କରିଛି। କିନ୍ତୁ ଆଜି ଅନେକ ଏୟାରଲାଇନ୍ସକୁ ଏଭଳି ଧମକ ଦିଆଯାଇଥିଲା, ଯାହାପରେ ହଇଚଇ ସୃଷ୍ଟି ହୋଇଥିଲା।


H7. Union Minister Pralhad Joshi's brother arrested: ଜଣେ ମହିଳାଙ୍କୁ ୨ କୋଟି ଟଙ୍କା ଠକେଇ ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଭାଇ ଗୋପାଳ ଯୋଶୀଙ୍କୁ ଗିରଫ କରାଯାଇଛି। ପୂର୍ବତନ JD(S) ବିଧାୟକ ଦେବବନ୍ଦ ଫୁଲ ସିଂ ଚାୱାନଙ୍କ ପତ୍ନୀ ସୁନୀତା ଚହ୍ୱାଣଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ସୁନୀତାଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆରରେ ପ୍ରହ୍ଲାଦ ଯୋଶୀଙ୍କ ଭଉଣୀ ବିଜୟଲକ୍ଷ୍ମୀ ଏବଂ ପୁଅ ଅଜୟ ଯୋଶୀ ମଧ୍ୟ ନାମ ମଧ୍ୟ ରହିଛି।


H8. Hezbollah drone targets Netanyahu’s house: ଶନିବାର ଦିନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବ୍ୟକ୍ତିଗତ ବାସଭବନରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲର ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ କହିଛି ଯେ ଏହି ଆକ୍ରମଣ ଲେବାନନ୍ ଦ୍ୱାରା ହୋଇଥିବାବେଳେ ଏହାର ମାଷ୍ଟରମାଇଣ୍ଡ ଇରାନ ଅଟେ। ରିପୋର୍ଟରେ କୁହାଯାଇଛି ଯେ ଏହି ଆକ୍ରମଣ ମାଧ୍ୟମରେ ତେଜରାନ ହିଜବୁଲଙ୍କ ସହଯୋଗରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ମାରିବାକୁ ଚେଷ୍ଟା କରିଛି।


H9. IND vs NZ 1st Test Day 4: ବେଙ୍ଗାଲୁରୁରେ ଖେଳାଯାଉଥିବା ମ୍ୟାଚରେ ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ କୌଣସି ଗୋଟିଏ ବଲ୍ ବି ପଡିପାରି ନଥିଲା। ଏହା ପରେ ଦ୍ୱିତୀୟ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୪୬ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଘରୋଇ ମାଟିରେ ଏହା ଭାରତୀୟ ଦଳର ସର୍ବନିମ୍ନ ସ୍କୋର ଥିଲା। ଯେଉଁଠାରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ଭାରତ ୪୬୨ ରନ୍ ସଂଗ୍ରହ କରିଛି। ଯୁବ ଖେଳାଳି ସରଫରାଜ ଖାନ ଭାରତ ପକ୍ଷରୁ ଏକ ଚତ୍ମକାର ଶତକ ହାସଲ କରିଥିଲେ। 


H10. India A vs Pakistan A T20 Emerging Teams Asia Cup: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ ଭାରତ ଏ ଟି-୨୦ ଏମର୍ଜିଂ ଏସିଆ କପ୍ ୨୦୨୪ ରେ ପ୍ରଥମ ଲିଗ୍ ମ୍ୟାଚ୍ ରେ ପାକିସ୍ତାନ ଏ ବିପକ୍ଷରେ ଖେଳୁଛି। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଅଲ ଆମେରାଟର ଅଲ ଆମେରାଟ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ପାଇଁ ୧୮୩ ରନ୍ ସଂଗ୍ରହ କରିଥିଲା। ଜିତିବା ପାଇଁ ପାକିସ୍ତାନ ଆଗରେ ୧୮୪ ର ବିଶାଳ ଲକ୍ଷ୍ୟ ରହିଛି।