Top 10 News Headlines 24 October 2024: H1. PM Modi Talks to Odisha CM Mohan Charan Majhi: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

H2. Cyclone Dana Updates: ବାତ୍ୟା ପାଇଁ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା 'ଦାନା' ବିଶେଷ କରି ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ। ବାତ୍ୟା ‘ଦାନା’ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବ । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ପ୍ରଭାବିତ ହେବ। ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। 


H3. Soumendra Priyadarshi given additional charge of CMD: ବରିଷ୍ଠ ଆଇପିଏସ୍‍ ତଥା  ପୁଲିସ ଆଧୁନୀକୀକରଣ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ ହାଉସିଂ କର୍ପୋରେସନ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୧୯୯୫ ବ୍ୟାଚ ଆଇପିଏସ୍‍ ଶ୍ରୀ ସୌମେନ୍ଦ୍ରଙ୍କୁ ନିଜ ଦାୟିତ୍ୱ ସହ କର୍ପୋରେସନ୍‍ର ଦାୟିତ୍ୱ ତୁଲାଇବାକୁ ହେବ।


H4. Sanjiv Khanna appointed as next Chief Justice of India: ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିବାକୁ କେନ୍ଦ୍ର ନୋଟିସ୍ ଜାରି କରିଛି। ନଭେମ୍ବର ୧୧ ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଭାରତର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ଅବସର ପରେ ତାଙ୍କ ନିଯୁକ୍ତି ହେବ। ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ ତମ CJI ହେବେ। 


H5. Indian army vehicle attacked: ଜମ୍ମୁ କାଶ୍ମୀରରେ ଗୁଲମର୍ଗ ଭାରତୀୟ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ସୈନିକ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଅଞ୍ଚଳକୁ ସିଲ୍ କରାଯାଇଛି। ସେନା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଗତ ଚାରି ଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ଏହା ହେଉଛି ତୃତୀୟ ବଡ଼ ଆକ୍ରମଣ।


H6. Railway Change in exam date for RRB JE ​​RPF SI recruitment: ରେଳବାଇ ନିଯୁକ୍ତି ବୋର୍ଡ (RRB) ତରଫରୁ ଜୁନିଅର ଇଞ୍ଜିନିୟର, ଆରପିଏଫ କନଷ୍ଟେବଳ ଓ ଏସଆଇ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ରେଳବାଇ ନିଯୁକ୍ତି ବୋର୍ଡ (RRB)ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ବିଜ୍ଞପ୍ତି ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବରୁ ୨ ରୁ ୫ ଡିସେମ୍ବର ମଧ୍ୟରେ ଆରପିଏଫ୍ ନିଯୁକ୍ତି ପରୀକ୍ଷା ହେବାରଥିଲା। ଯାହା ବର୍ତ୍ତମାନ ୨ ରୁ ୧୨ ଡିସେମ୍ବର ୨୦୨୪ ମଧ୍ୟରେ କରାଯିବ।


H7. Union Cabinet Decisions: ଗୁରୁବାର ମୋଦୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୌଠକରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨,୨୪୫ କୋଟି ଟଙ୍କା ବ୍ୟୟରେ ଅମରାବତୀ ରେଳ ଲାଇନକୁ କେନ୍ଦ୍ର ଅନୁମୋଦନ କରିଛି। କୃଷ୍ଣ ନଦୀ ଉପରେ ଏହାର ୩ କିଲୋମିଟର ଲମ୍ବା ସେତୁ ରହିବ। ଏହା ସହିତ ହାଇଦ୍ରାବାଦ, ଚେନ୍ନାଇ ଏବଂ କୋଲକାତା ସହିତ ଅମରାବତୀର ସିଧାସଳଖ ରେଳ ସଂଯୋଗ ରହିବ।


H8. More than 80 flights receive bomb threats: ବିମାନ ଉଡ଼ାଇ ଦେବାକୁ ଧମକ ଦେବା ବନ୍ଦ ନୁହେଁ। ଦୁଇ ଦିନ ପୂର୍ବେ ପ୍ରାୟ ୩୦ ଟି ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଥିଲା। ଏହା ପରେ ଆଜି ପୁଣି ଥରେ ୮୫ ବିମାନ ଉଡ଼ାଇବାର ଧମକ ଦିଆଯାଇଛି।


H9. R.Ashwin becomes highest wicket-taker in WTC: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟରେ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତୀୟ ଅଫ୍ ସ୍ପିନର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରି ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଅଷ୍ଟ୍ରେଲୀୟ ସ୍ପିନର ନାଥାନ୍ ଲାୟନଙ୍କୁ ପଛରେ ପକାଇ ଅଶ୍ୱିନ୍ ଏହି ବଡ଼ ରେକର୍ଡ ନିଜ ନାମରେ କରିଥିଲେ। ସବୁଠୁ ବଡ କଥା ହେଉଛି ଏହି ବଡ ରେକର୍ଡର କାହାଣୀ ଲେଖିବା ପାଇଁ ଅଶ୍ୱିନ ଅନ୍ୟ ବୋଲରଙ୍କ ତୁଳନାରେ କମ୍ ସଂଖ୍ୟକ ମ୍ୟାଚ୍ ଖେଳିଛନ୍ତି।


H10. India Women Beat New Zealand Women: ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡକୁ ୫୯ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜରେ ୧-୦ ରେ ଅଗ୍ରଣି ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ସ୍ମୃତି ମନ୍ଦନା ନେତୃତ୍ୱାଧୀନ ଭାରତୀୟ ଦଳ ୪୪.୩ ଓଭରରେ ୨୨୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଦଳ ୪୦.୪ ଓଭରରେ ମାତ୍ର ୧୬୮ ରନ୍ ସ୍କୋର କରିପାରିଥିଲା।