Top 10 News: ରତ୍ନ ଭଣ୍ଡାରକୁ ନେଇ ଆସିଲା ବଡ଼ ଅପଡେଟ୍, ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡରର ମୂଲ୍ୟ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Top 10 News Headlines: ପୁରୀ ରତ୍ନ ଭଣ୍ଡାରରେ ଗୁପ୍ତ ସୁଡଙ୍ଗ କିମ୍ବା କିଛି ଗୁପ୍ତ କୋଠରୀ ରହିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ଆଇନ୍ ମନ୍ତ୍ରୀ ଏକ ବଡ ବୟାନ ଦେଇଛନ୍ତି । ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 2nd November 2024: H1. No secret tunnel or chamber in the Ratna Bhandar: ପୁରୀ ରତ୍ନ ଭଣ୍ଡାରରେ ଗୁପ୍ତ ସୁଡଙ୍ଗ କିମ୍ବା କିଛି ଗୁପ୍ତ କୋଠରୀ ରହିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ଆଇନ୍ ମନ୍ତ୍ରୀ ଏକ ବଡ ବୟାନ ଦେଇଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ଏନେଇ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାର ପରେ ସୁଡଙ୍ଗ ଚର୍ଚ୍ଚା ଅଧିକ ସ୍ପଷ୍ଟ ହେବ ।"
H2. Odisha CM’s Grievance Cell to Remain Closed for Two Weeks: ଆସନ୍ତା ନଭେମ୍ବର ୪ ତାରିଖ (ସୋମବାର) ଏବଂ ନଭେମ୍ବର ୧୧ତାରିଖ (ସୋମବାର)ଦିନ ୟୁନିଟ-୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମରେ ଜଣାଇ ଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
H3. Odisha Weather Forecast Latest Update: ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ଘଡ଼ଘଡି଼ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାରେ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି।
H4. Economist Bibek Debroy passes away: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରିଷଦର ପରାମର୍ଶଦାତା ବିବେକ ଦେବରାୟଙ୍କର ଦେହାନ୍ତ ହୋଇଛି। ୬୯ ବର୍ଷୀୟ ଦେବରୟଙ୍କର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ଅର୍ଥନୀତିଜ୍ଞ ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ଲେଖକ ମଧ୍ୟ ଥିଲେ। ଭାରତୀୟ ଅର୍ଥନୀତିରେ ତାଙ୍କର ଅବଦାନ ପାଇଁ ସେ ବେଶ୍ ଜଣାଶୁଣା ଥିଲେ। ସେ ଭାରତୀୟ ଅର୍ଥନୈତିକ ପଲିସି ଗଠନରେ ପ୍ରାଥମିକ ଭୂମିକା ଗ୍ରହଣ କରିଥିଲେ।
H5. LPG Gas Cylinder Price Hike: ଦୀପାବଳିର ମାତ୍ର ଗୋଟିଏ ଦିନ ପପେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ବୃଦ୍ଧି ହୋଇଛି। ଦୀପାବଳିରେ ଲକ୍ଷ୍ମୀ ପୂଜା ସମୟରେ ଭାରତୀୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମେଟ୍ରୋ ସହରରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୧-୬୨ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
H6. ISRO Analog Space Mission in Leh: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଭାରତର ମହାକାଶ ଗବେଷଣାରେ ଆଉ ଏକ ବଡ ପଦକ୍ଷେପ ନେଇଛି। କହିରଖୁଛୁ ଯେ ISRO ଲେହରେ ଦେଶର ପ୍ରଥମ ଆନାଗଲ୍ ସ୍ପେସ୍ ମିଶନ୍ ଲଞ୍ଚ କରିଛି। ଆନାଲଗ୍ ସ୍ପେସ୍ ମିଶନ୍ ହେଉଛି ଏପରି ଏକ ଟେକନିକ୍, ଯେଉଁଥିରେ ପୃଥିବୀରେ ସ୍ପେସ୍ ପରି ଅବସ୍ଥା ସୃଷ୍ଟି ହୁଏ, ଯାହା ଦ୍ୱାରା ମହାକାଶଚାରୀମାନେ ଏହି ଚ୍ୟାଲେଞ୍ଜଗୁଡ଼ିକ ସହିତ ଆଗରୁ ପରିଚିତ ହୋଇପାରିବେ।
H7. India China LAC Dispute: ପୂର୍ବ ଲଦ୍ଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଗତ ଚାରି ବର୍ଷ ଧରି ଚାଲିଥିବା ବିବାଦ ଶେଷ ହୋଇଛି। ଉତ୍ତେଜନା ହ୍ରାସ ପାଇବା ପରେ ଭାରତୀୟ ସେନା ଶୁକ୍ରବାର ଦିନ ଠାରୁ ପୂର୍ବ ଲଦ୍ଦାଖର ଡେମୋକୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କରିଛି। ନିକଟରେ ଭାରତ ଓ ଚୀନ୍ ୨୦୨୦ ପୂର୍ବ ସ୍ଥିତିକୁ ଫେରିବାକୁ ରାଜି ହୋଇଛନ୍ତି। ଏହା ପରେ ଚୀନ୍ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲା।
H8. PM Modi on Congress: ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ ଏକ ବଡ ଟାର୍ଗେଟ୍ କରିଛନ୍ତି। ମୋଦୀ କହିଛନ୍ତି ଯେ କଂଗ୍ରେସ ହୃଦୟଙ୍ଗମ କରୁଛି ଯେ ମିଥ୍ୟା ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ଏହାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ କିମ୍ବା ଅସମ୍ଭବ। ନିର୍ବାଚନ ପ୍ରଚାର ସମୟରେ ସେମାନେ ନିରନ୍ତର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥା’ନ୍ତି, କିନ୍ତୁ ସେମାନେ ଜାଣନ୍ତି ଯେ କେବେବି ତାହା ପୂରଣ କରିପାରିବେ ନାହିଁ। କଂଗ୍ରେସ ଜନସାଧାରଣଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ପର୍ଦ୍ଦାଫାସ୍ ହୋଇଛି।
H9. GST records second-highest collection: ଦେଶରେ GST କଲେକ୍ସନ୍ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଅକ୍ଟୋବରରେ ଜିଏସଟିର ମୋଟ କଲେକ୍ସନ ୧.୮୭ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଗତ ବର୍ଷ ଅକ୍ଟୋବର ତୁଳନାରେ ୮.୯ ପ୍ରତିଶତ ଅଧିକ। ଗତ ବର୍ଷ ଅକ୍ଟୋବରରେ ଜିଏସ୍ଟି କଲେକ୍ସନ ୧.୭୨ ଲକ୍ଷ କୋଟି ଟଙ୍କା ଥିଲା। ପୂର୍ବ ଆର୍ଥିକ ବର୍ଷର ୨୦୨୩-୨୪ ର ସମାନ ଅବଧି ତୁଳନାରେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଅକ୍ଟୋବର ମାସରେ ଜିଏସ୍ଟି କଲେକ୍ସନରେ ୯.୪ ପ୍ରତିଶତ ବୃଦ୍ଧି ଘଟିଥିଲା।
H10. India vs New Zealand 3rd Test: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ମୁମ୍ବାଇରେ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଉଭୟ ଦଳ ପାଇଁ ପ୍ରଥମ ଦିନ ମିଶ୍ରିତ ରହିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୨୩୫ ରନ୍ ସ୍କୋର କରି ଅଲ୍ ଆଉଟ୍ ହୋଇଥିଲା। ତେବେ ଏହାର ଜବାବରେ ଭାରତୀୟ ଦଳର ମଧ୍ୟ ଆରମ୍ଭ ଭଲ ନଥିଲା ଏବଂ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଫ୍ଲପ୍ ହୋଇଥିଲେ। ଏହା ବ୍ୟତୀତ ବାକି ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲେ ଏବଂ ଟିମ୍ ଇଣ୍ଡିଆ ମାତ୍ର ୮୬ ରନ୍ ସ୍କୋର କରି ୪ ୱିକେଟ୍ ହରାଇଥିଲା।