Top 10 News Headlines 04 October 2024: H1. Chhattisgarh Encounter: ଛତିଶଗଡର ବସ୍ତର ଡିଭିଜନରେ ନକ୍ସଲମାନଙ୍କ ବିରୁଦ୍ଧରେ ସୈନିକମାନଙ୍କର ଆଣ୍ଟି-ନକ୍ସଲ ଅପରେସନ ଜାରି ରହିଛି। ଏହି ଅଭିଯାନ ଅଧୀନରେ ଶୁକ୍ରବାର ଦିନ ନାରାୟଣପୁର ଏବଂ ବିଜାପୁର ପୋଲିସ ନକ୍ସଲ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ପାଇଛନ୍ତି। ସୈନିକମାନେ ନକ୍ସଲମାନଙ୍କ ସହିତ ହୋଇଥିବା ଏନକାଉଣ୍ଟରରେ ୩୨ ଜଣ ନକ୍ସଲ ଜୀବନ ଯାଇଛି।


COMMERCIAL BREAK
SCROLL TO CONTINUE READING

H2. Two school students drown in Mahanadi River: ମହାନଦୀରେ ଗାଧୋଇବା ସମୟରେ ୨ଜଣ ଛାତ୍ର ବୁଡିଯାଇଛନ୍ତି । ଜଗତପୁର ବାଲିସାହି ନିକଟରେ ଆଜି ଏପରି ଦୁଃଖଦ ଘଟଣା ଘଟିଛି । ୨ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ସମୟରେ ଅନ୍ୟଜଣେ ନିଖୋଜ ଥିବା ସୂଚନା ମିଳିଛି । ଉଭୟ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ ।


H3. Odisha Weather Latest Update: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ବାଂଲାଦେଶ ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ଯଦିଓ ଏହା ବିଶେଷ ପ୍ରଭାବ ପକାଇବ ନାହିଁ, ତଥାପି ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହାସହ ରାଜ୍ୟରେ ଆହୁରି କିଛି ଦିନ ଗରମ ଗୁଳୁଗୁଳି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।


H4. Koraput Bandh today: ଜିଲ୍ଲା ଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ କରାଯାଇଛି। କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ଦୋକାନ, ବଜାର ସହ ଯାନବାହନ ଚଳାଚଳ ବନ୍ଦ ରହିଛି। ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ, ଜିଲ୍ଲା ଓକିଲ ସଂଘ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। 


H5. Recruitment of junior teachers: ଆସନ୍ତାକାଲି ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ପାଇବେ। ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନିଯୁକ୍ତି ପତ୍ର ପ୍ରଦାନ କରିବେ । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ।


H6. Jaishankar to visit Pakistan: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅକ୍ଟୋବର ୧୫-୧୬ ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଭାଗ ନେବାକୁ ପାକିସ୍ତାନ ଯିବେ। ପାକିସ୍ତାନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି, ଯେଉଁଥିରେ ଆଞ୍ଚଳିକ ସୁରକ୍ଷା, ଅର୍ଥନୈତିକ ସହଯୋଗ ଏବଂ ଆତଙ୍କବାଦ ମୁକାବିଲା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ଭାରତ ବ୍ୟତୀତ ଚୀନ୍, ଋଷ, ପାକିସ୍ତାନ ସମେତ ଏସିଆର ଅନ୍ୟାନ୍ୟ ଦେଶ ଏସସିଓରେ ଅନ୍ତର୍ଭୁକ୍ତ। 


H7. SC on Tirupati Laddu Case: ତିରୁପତି ଲଡୁରେ ପଶୁ ଚର୍ବି ମିଶାଯିବା କଥିତ  ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛି। ଏହି ମାମଲାର ତଦନ୍ତ ପାଇଁ ଏକ ନୂତନ ସ୍ୱାଧୀନ ଏସଆଇଟି ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରସାଦରେ ମିଶ୍ରିତ ହେବା ଅଭିଯୋଗ ସମଗ୍ର ବିଶ୍ୱରେ ଭକ୍ତଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି।


H8. Russia will hand over two units of S-400 in 2025: ଋଷ ଏପର୍ଯ୍ୟନ୍ତ S-400 ର ତିନୋଟି ୟୁନିଟ୍ ଭାରତକୁ ହସ୍ତାନ୍ତର କରିଛି। ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଅବଶିଷ୍ଟ ଦୁଇଟି ୟୁନିଟ୍  ଡେଲିଭରି କରିବାକୁ ପ୍ରତିଶୃତି ଦେଇଛି। ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ବାୟୁସେନା ମୁଖ୍ୟ କହିଛନ୍ତି ଯେ ଚୀନ୍ LAC ଉପରେ ଭିତ୍ତିଭୂମି ବିସ୍ତାର କରୁଛି। ଏହାର ଜବାବରେ ଭାରତ ମଧ୍ୟ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛି।


H9. Iran Israel War: ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନେ ଶୁକ୍ରବାର ଦିନ ନମାଜ କରିବା ସମୟରେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ସେ ଶୁକ୍ରବାର ଦିନ ନମାଜ କରି ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଉପରେ ଟାର୍ଗେଟ୍ କରି କହିଥିଲେ ଯେ ଆରବ ମୁସଲମାନ ଦେଶଗୁଡିକ ଇରାନକୁ ସମର୍ଥନ କରିବା ଉଚିତ ଏବଂ ମୁସଲମାନ ଦେଶମାନଙ୍କର କେବଳ ଗୋଟିଏ ଶତ୍ରୁ ଅଛି ଓ ଏହାକୁ ଏକାଠି ପରାସ୍ତ କରିବାକୁ ପଡିବ।


H10. NDW vs NZW Womens T20 World Cup 2024: ମହିଳା ଟି-୨୦ ବିଶ୍ୱକପ ୨୦୨୪ ର ଚତୁର୍ଥ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷରେ ବ୍ୟାଟିଂ କରି ୨୦ ଓଭରରେ ୪ଟି ୱିକେଟ ହରାଇ ପାଇଁ ୧୬୦ ରନ୍ ସଂଗ୍ରହ କରିଛି। ଅଧିନାୟକ ସୋଫି ଡିଭାଇନ ଅର୍ଦ୍ଧଶତକ ହାସଲ କରିଥିଲେ। ୩୬ଟି ବଲରେ ୫୭ ରନ୍ ସ୍କୋର କରିବା ପରେ ଡିଭାଇନ୍ ଅପରାଜିତ ଫେରିଥିଲେ। ଭାରତ ପକ୍ଷରୁ ରେଣୁକା ୨ ୱିକେଟ୍ ନେଇଥିଲେ, ରେଡ୍ଡୀ ଏବଂ ଶୋଭାନା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।