Top 10 News Headlines 09 October 2024: H1. Similipal Tiger Reserve reopens from Oct 10: ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ‘ଶିମିଳିପାଳ ଜାତୀୟ ଉଦ୍ୟାନ’ ହେଉଛି ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ। ଏହି ଜାତୀୟ ଉଦ୍ୟାନ କିଛି ଦିନ ବନ୍ଦ ରହିବା ପରେ ଆସନ୍ତକାଲି ୧୦ ଅକ୍ଟୋବର ୨୦୨୪ ରେପର୍ଯ୍ୟଟକଙ୍କ ପାଇଁ  ପୁଣି ଥରେ ଖୋଲିବାକୁ ଯାଉଛି । 


COMMERCIAL BREAK
SCROLL TO CONTINUE READING

H2. Seven IAS officers posted as Executive Officers: ରାଜ୍ୟ ପ୍ରଶାସନକୁ ନବାଗତ ଆଇଏଏସ୍‍ ଅଧିକାରୀଙ୍କୁ ବିଭିନ୍ନ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଏନେଇ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ୨୦୨୩ ବ୍ୟାଚର ୭ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା କୁହାଯାଇଛି। 


H3. 35 lakh women get Rs 5000: ମହିଳାଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରି ତାଙ୍କୁ ସଶକ୍ତ କରାଇବା ଲକ୍ଷ୍ୟରେ ପ୍ରଣୟନ କରାଯାଇଥିବା ‘ସୁଭଦ୍ରା’ ଯୋଜନାରେ ଆଜି ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବାରିପଦାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏହିକ୍ରମରେ ସୁଭଦ୍ରା ହିତାଧିକାରୀ ତାଲିକାରେ ଆହୁରି ୩୫ ଲକ୍ଷ ମହିଳା ଯୋଡ଼ି ହୋଇଥିବା ସରକାରୀ ହିସାବରୁ ସ୍ପଷ୍ଟ ହୋଇଛି। 


H4. Two Odia films released in Durga Puja Festival: ଦଶହରା ବଜାରରେ ଆଜି ରିଲିଜ୍ ହୋଇଛି ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ବହୁ ଚର୍ଚ୍ଚିତ ଫିଲ୍ମ ‘କର୍ମ’ ଏବଂ ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ଅଭିନିତ ସିନେମା ଭିଲେନ୍ । ଦୁଇଟି ସିନେମା ରିଲିଜ୍ ଅବସରରେ ଦର୍ଶକମାନେ ଅନେକ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ଏହି ଦୁଇଟି ସିନେମାକୁ ଟକ୍କର ଦେବାକୁ ଆସୁଛି ସ୍ୱରାଜ ବାରିକଙ୍କ ଅଭିନିତ ସିନେମା 'ଖୋକା ଭାଇ ତମ ପାଇଁ'।


H5. Odisha Weather Update: ରାଜ୍ୟରେ ଦଶହରାରେ ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଫଳରେ ଦଶହରାରେ ଅନେକ ସ୍ଥାନରେ ବର୍ଷା ହୋଇପାରେ। ବର୍ତ୍ତମାନ ଓଡିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରକ୍ରିୟା ପ୍ରଭାବ ପଡିବ ନାହିଁ। କିନ୍ତୁ ପୂର୍ବାଳୀ ବାୟୁ  ପ୍ରବାହ ପ୍ରଭାବରେ ରାଜ୍ୟ ମଧ୍ୟକପ କ୍ରମାଗତ ଭାବେ ଜଳୀୟ ବାସ୍ପ ପ୍ରବେଶ କରୁଛି। 


H6. Ratan Tata Health Update: କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶରେ ମହିଳା ଓ ଶିଶୁମାନଙକ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଆଣିବା ତଥା ରକ୍ତହୀନତା ଭଳି ସମସ୍ୟାକୁ ମୁକାବିଲା କରିବା ଲାଗି ଭିଟାମିନଯୁକ୍ତ ଚାଉଳ ପ୍ରଦାନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ୮୦ କୋଟି ଲୋକଙ୍କୁ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କରାଯିବ।


H7. AAP to go solo in Delhi assembly election: ହରିୟାଣାରେ ପରାଜୟ ପରେ ଏହାର ମେଣ୍ଟ ଦଳ ମାନେ କଂଗ୍ରେସକୁ କଟାକ୍ଷ କରୁଛନ୍ତି। ଏହି ସମୟରେ ଆମ୍ ଆଦମୀ ପାର୍ଟି (AAP) ସ୍ପଷ୍ଟ କରିଛି ଯେ ସେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳ କଂଗ୍ରେସ ସହ ମେଣ୍ଟ କରିବ ନାହିଁ। AAP ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ବୁଧବାର ଦିନ କହିଛନ୍ତି ଯେ ଦଳ କେବଳ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବ।


H8. Electronic Voting Machine Battery issue: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ଅନେକ ପ୍ରଶ୍ନ ଉଠାଇଛି। କଂଗ୍ରେସ କହିଛି ଯେ କିଛି ପ୍ରାର୍ଥୀ ଦଳକୁ କହିଛନ୍ତି ଯେ ଯେଉଁଠାରେ ଇଭିଏମ୍ ବ୍ୟାଟେରୀ ୯୯% ପର୍ଯ୍ୟନ୍ତ ଚାର୍ଜ ହୋଇଛି, ସେଠାରେ ଦଳ ହାରିଛି, ଯେଉଁଠାରେ ଇଭିଏମ୍ ବ୍ୟାଟେରୀ ୬୦ ରୁ ୯୦% ମଧ୍ୟରେ ଚାର୍ଜ ହୋଇଛି, କଂଗ୍ରେସ ଜିତିଛି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ବୋଲି ଦଳ କହିଛି।


H9. India vs Bangladesh 2nd T20: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ବୁଧବାର ଦିନ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନୀତୀଶ ରେଡ୍ଡୀ ଏବଂ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକ ହାସଲ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୨୨୧ ରନ୍ ସଂଗ୍ରହ କରିଛି। ଭାରତ ପାଇଁ ନୀତୀଶ ରେଡ୍ଡୀ ୭୪ ରନ୍ ଏବଂ ରିଙ୍କୁ ୫୩ ରନ୍ ସଂଗ୍ରହ କରିଥିଲେ। ଖବର ଲେଖିବା ପର୍ଯ୍ୟନ୍ତ ବାଂଲାଦେଶ ୧୩.୨ ଓଭରରେ ୭ ୱିକେଟ୍ ହରାଇ ୯୩ ରନ୍ ସଂଗ୍ରହ କରିଛି।


H10. India Women vs Sri Lanka Women T20 World Cup: ମହିଳା ଟି-୨୦ ବିଶ୍ୱକପ ୨୦୨୪ ର ଦ୍ୱାଦଶ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଉଭୟ ଦଳ ଲଢେଇ କରୁଛନ୍ତି। ଭାରତ ଶ୍ରୀଲଙ୍କା ପାଇଁ ୧୭୩ ରନର ଲକ୍ଷ୍ୟ ରଖିଛି। ଅଧିନାୟକ ହରମାନପ୍ରୀତ କୌର ଓ ଓପନର୍ ସ୍ମୃତି ମନ୍ଦନା ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଖବର ଲେଖିବା ପର୍ଯ୍ୟନ୍ତ ୯ ଓଭରେର ୪ ୱିକେଟ୍ ହରାଇ ୪୬ ରନ୍ ସଂଗ୍ରହ କରିଛି।