Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ପଶ୍ଚିମବଙ୍ଗ ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଣିଥରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଜୁନିଅର ଡାକ୍ତର । ପୂର୍ବରୁ ସରକାରଙ୍କ ସହ ହୋଇଥିବା ବୈଠକ ଅନୁଯାୟୀ, ଦାବି ପୁରଣ ହୋଇନଥିବା କାରଣରୁ ପୁଣି ଏପରି କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି ଜୁନିଅର ଡାକ୍ତର । ସରକାର ଦେଇଥିବା ସବୁ ପ୍ରତିଶୃତି ପୂରଣ କଲେନି ବୋଲି ଡାକ୍ତରଙ୍କ ଅଭିଯୋଗ ରହିଛି ।


Headlines 02- ମଧ୍ୟପ୍ରଦେଶର ଗ୍ୱାଲିଅର୍ ସହରରେ ଦେଶର ପ୍ରଥମ ଆଧୁନିକ ଗୋଶାଳା ଉଦ୍ଘାଟନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨ ତାରିଖ ବୁଧବାର ଦିନ ଦିଲ୍ଲୀର ଭିଗାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲାଲ ଟିପାରା ଠାରେ ଅବସ୍ଥିତ ନୂତନ ବାୟୋ ସିଏନଜି ପ୍ଲାଣ୍ଟର ଉଦଘାଟନ କରିବେ। ଭାରତୀୟ ତୈଳ ନିଗମ (ଆଇଓସି) ସହାୟତାରେ ୨ ହେକ୍ଟର ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଗୋଶାଳାରେ ବାୟୋ ସିଏନଜି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହି ପ୍ଲାଣ୍ଟ କାର୍ଯ୍ୟ ପାଇଁ ୧୦୦ ଟନ୍ ଗୋବର ବ୍ୟବହାର କରାଯିବ । ଏଥିରୁ ୩ ଟନ୍ ପର୍ଯ୍ୟନ୍ତ ସିଏନଜି (CNG) ଏବଂ ୨୦ ଟନ୍ ସର୍ବୋତ୍ତମ ଗୁଣାତ୍ମକ ଜୈବ ସାର ଉପଲବ୍ଧ ଉତ୍ପାଦନ କରାଯିବ ।


Headlines 03- ଥାଇଲ୍ୟାଣ୍ଡର ଏକ ସ୍କୁଲ ବସ୍‌ରେ ଅଗ୍ନିକାଣ୍ଡରେ ୨୫ ଶିଶୁ ଓ ଶିକ୍ଷକ ଜୀବନ୍ତ ଦଗ୍ଧ ହୋଇଛନ୍ତି। କୁହାଯାଉଛି ଯେ ଏହି ବସ୍ ମଙ୍ଗଳବାର ଦିନ ରାଜଧାନୀ ବ୍ୟାଙ୍କକକ୍ ଉପକଣ୍ଠରେ ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଯାଉଥିଲା। ହଠାତ୍ ବସରେ ନିଆଁ ଲାଗିଥିଲା। ଯାହା ଫଳରେ ସମସ୍ତେ ନିଆଁରେ ଫସି ଯାଇଥିଲେ। ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ର-ଛାତ୍ରୀ ଓ ଶିକ୍ଷକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାହା ପରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।


Headlines 04- ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧରେ ନୂଆମୋଡ଼ ଆସିଛି । ଯୁଦ୍ଧରେ ସାମିଲ ହେବ ଇରାନ । ଇସ୍ରାଏଲ୍‌ ଉପରେ ଇରାନ ମିଜାଇଲ ଆକ୍ରମଣ କରିବା ସମ୍ଭାବନା ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ଜାରି କଲା ଯୁକ୍ତରାଷ୍ଟ୍ର ଆମେରିକା । ଏପରି କରିବା ଇରାନ ପାଇଁ ବୁମେରାଂ ହେବ କହିଛି ଆମେରିକା ।


Headlines 05- ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ଆଜି ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ପ୍ରତାପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ନେଇ ରାୟ ପ୍ରଦାନ କରିଥିଲେ ତଳକୋର୍ଟ। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ ଜେନା। ହାଇକୋର୍ଟଙ୍କ ଏହି ରାୟ ପରେ ପ୍ରତାପ ଏବେ ଦୋଷମୁକ୍ତ ହୋଇଛନ୍ତି।


Headlines 06- ରାଜ୍ୟରେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ ହେବ।  ପୁଣି ଏହି ଯୋଜନା ସହ ପୂର୍ବରୁ ରାଜ୍ୟରେ ଚାଲୁଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ସମନ୍ୱାତ କରାଯିବ। ଏହିକ୍ରମରେ ରାଜ୍ୟର ୧ କୋଟି ପରିବାର ଉପକୃତ ହେବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।


Headlines 07- ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ବରଗଡର ସୋହେଲାରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।  ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବୋଲି ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେ କହିଛନ୍ତି ଯେ, ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ । ମାତ୍ର ତାହା କାର୍ଯ୍ୟକାରୀ କରିନଥିଲେ । ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରିବ ।


Headlines 08- ଶ୍ରୀମନ୍ଦିର ରୋଷ ମଧ୍ୟରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗରେ ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମସ୍ତ ତିନି ଜଣ ସୁପକାରଙ୍କ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି। ତିନି ସୁପକାରଙ୍କ ମଧ୍ୟରୁ ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ମଧ୍ୟ ନିଲମ୍ବିତ କରାଯାଇଛି। ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି।


Headlines 09- ବଲିଉଡ ଅଭିନେତା ଗୋବିନ୍ଦା ଗୋଡରେ ଗୁଳି ବାଜିବା କାରଣରୁ ଆହତ ହୋଇଥିଲେ। ତାଙ୍କୁ ମୁମ୍ବାଇର କ୍ରିଟିକାଲ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଅନେକ ତାରକା ହସ୍ପିଟାଲକୁ ଆସୁଛନ୍ତି । ଏହି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ଶୀଘ୍ର ଆରୋଗ୍ୟ ହେବା ନେଇ କାମନା କରିଥିଲେ। ଗୋବିନ୍ଦାଙ୍କୁ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 


Headlines 10- ସମ୍ବଲପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୨ ଜମନକିରା ଥାନା ଅଞ୍ଚଳରେ ଦୁଷ୍କର୍ମ, ହତ୍ୟା ପାଇଁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ହତ୍ୟା ପରେ କଟା ମୁଣ୍ଡ ନେଇ ଯିବାବେଳେ ଗ୍ରାମବାସୀମାନେ ପ୍ରଶାନ୍ତଙ୍କୁ ଧରିଥିଲେ ।


Also Read- Vegetable Price: ପିଆଜ ଟମାଟୋ ପରେ ବଢିଲା ସବୁଜ ପରିବା ଦର, ଜାଣନ୍ତୁ କାରଣ


Also Read- Budh Vakri 2024: ବୁଧଙ୍କ ଚଳନ ପ୍ରଭାବ, ୨୬ ନଭେମ୍ୱର ପର୍ଯ୍ୟନ୍ତ ୩ ରାଶିକୁ ମିଳିବ ଲାଭ