Top 10 News Today: 


COMMERCIAL BREAK
SCROLL TO CONTINUE READING

01- ୪ ମଇରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍ ଜୟଶଙ୍କର । ରାଜ୍ୟର ପ୍ରମୁଖ ସ୍ଥାନ କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି ନେତା ଗୋଲକ ମହାପାତ୍ର ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିବା ସହ ଗୁରୁମନ୍ତ୍ର ଦେବେ ଏସ୍ ଜୟଶଙ୍କର । ସେହିପରି ମଇ ୫ ତାରିଖ ଦିନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସି କଟକ ଏବଂ ଭୁବନେଶ୍ୱରରେ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


02-  କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ନାମରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ପୂର୍ବରୁ ପ୍ରଜ୍ୱଳ ଅଶ୍ଳୀଳ ଭିଡିଓ ମାମଲାରେ ଫଶିଥିଲେ । ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି ଏସଆଇଟି। ପୂର୍ବରୁ ଏକ ଦୁଷ୍କର୍ମ ମାମଲାରେ ସାଂସଦ ଫସିଥିବା ବେଳେ ଏବେ ଏହା ତାଙ୍କ ନାମରେ ଦ୍ୱିତୀୟ ମାମଲା । ଆଇପିସିର ଧାରା ୩୭୬ ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି। ଧାରା ୩୭୬ (୨) (ଏନ), ୫୦୬, ୩୫୪A (୧) (ii), ୩୫୪ (ବି), ୩୫୪ (ସି) ଏବଂ ଆଇଟି ଆକ୍ଟ ଅନୁଯାୟୀ ଅଭିଯୋଗ ତାଲିକାଭୁକ୍ତ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରଜ୍ଜ୍ୱଳଙ୍କୁ ଗିରଫ କରାଯାଇନଥିବା ଜଣାପଡିଛି ।


03- କଂଗ୍ରେସର ଗଡ଼ ରାଏବରେଲିର ଇତିହାସ ପୁଣି ଥରେ ପୁନରାବୃତ୍ତି ହେଉଛି। ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରାଯାଇଛି। ରାଏ ବରେଲି ନିର୍ବାଚନ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ତାଙ୍କ ସହ ମା' ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ଏବେ ତାଙ୍କ ମା' ସୋନିଆ ଗାନ୍ଧୀଙ୍କ ଉତ୍ତରାଧିକାରୀ ଭାବେ ରାଏ ବରେଲିରୁ ନିର୍ବାଚନ ଲଢ଼ିବେ।


04- ନୀଳଗିରି ବିଧାନସଭା ଆସନ ଲାଗି ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗତକାଲି ସେ ଦଳରେ ଯୋଗ ଦେଇଥିଲେ। ଗତ ୨୦୧୯ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ସୁକାନ୍ତ ନାୟକଙ୍କଠାରୁ ହାରିଥିଲେ। ୨୦୨୪ ନିର୍ବାରଚନରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ବିଜେପି ବିଧାୟକ ସୁକାନ୍ତଙ୍କୁ ଦଳରେ ମିଶାଇ ତାଙ୍କୁ ପ୍ରାର୍ଥୀ କରିଥିଲା। ଗତକାଲି ଏହି ଘୋଷଣା ହେବା ପରା ସୁକାନ୍ତ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଆଜି ବିଜେପିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରି ପାଇଁ ସେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ କରାଯାଇଛି।


05- ବିଜେପିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅସନ୍ତୁଷ୍ଟ ହୋଇଛନ୍ତି ଖାରବେଳ ସ୍ୱାଇଁ। ପ୍ରାର୍ଥୀ ହୋଇ ନପାରିବାରୁ ସେ ସ୍ୱାଧୀନ ଭାବେ ବାଲେଶ୍ୱର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି। ଏହା ବିଜେପି ପାଇଁ ବାଲେଶ୍ୱରରେ ସମସ୍ୟା ସୃଷ୍ଟି କରିପାରେ। ପୂର୍ବତନ ସାଂସଦ ଖାବରବେଳ ସ୍ୱାଇଁ ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ସେ କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କୁ ମଧ୍ୟ ଜଣାଇଥିଲେ। ତାଙ୍କୁ ପ୍ରାର୍ଥୀ କରା ନଗଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ବି କହିଥିଲେ।  କିନ୍ତୁ ଦଳ ବର୍ତ୍ତମାନର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିଲା। ଏଥିରେ ସେ ଖପ୍ପା ହୋଇଥିଲେ। ଏପରିକି ପ୍ରତାପଙ୍କୁ ନୀଳଗିରିରେ ବିଧାୟକ ପ୍ରାର୍ଥୀ କରି ତାଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିବାକୁ ସେ ଦାବି କରିଥିଲେ। ଖାରବେଳ ବିଧାନସଭାର ଆସନ ପାଇଁ ଲଢ଼ିବେ ନାହିଁ ବୋଲି ରୋକ୍‍ ଠୋକ୍‍ କହିଥିଲେ।


06- ଭର୍ଚ୍ଚୁଆଲ ମୋଡରେ ରାୟଗଡ଼ା ସମାବେଶକୁ ସମ୍ବୋଧନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିବା ସହ କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼ କରିବ ବୋଲି ରାହୁଲ କହିଛନ୍ତି । ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ ଏବଂ ବିଏ ଏବଂ ଡିପ୍ଲୋମାଧାରୀଙ୍କୁ ଚାକିରିରେ ଅଗ୍ରାଧିକାର ଗ୍ୟାରେଣ୍ଟି ସହ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନାର ଗ୍ୟାରେଣ୍ଟି କଥା ରାହୁଲ ସମାବେଶରେ ଉଠାଇଛନ୍ତି । କେବଳ ସେତିକି ନୁହେଁ, ‘ଗରିବ ପରିବାରର ମହିଳାଙ୍କୁ ମାସିକ ୮,୫୦୦ ଟଙ୍କା ପ୍ରଦାନ କରାଯିବା ସହ ସରକାରୀ ଓ ବେସରକାରୀ ଚାକିରିରେ ମହିଳାଙ୍କୁ ୫୦% ସଂରକ୍ଷଣ ଦିଆଯିବ ବୋଲି ରାହୁଲ ସମ୍ୱୋଧନ କରିଛନ୍ତି । କଂଗ୍ରେସ ସରକାର ଆସିଲେ ମନରେଗା ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି କହିଥିଲେ ।


07-  ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ଟଙ୍କା ଜବତ ହେଉଥିବା ଦେଖିବାକୁ ମିଳୁଛି । ଆଜି କେନ୍ଦୁଝରରେ ବ୍ଲକିଂ ଚେକିଂ ସମୟରେ କାର୍‌ରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ବଡ଼ବିଲ ଥାନା ଭଦ୍ରାସାହି ଛକ ନିକଟରେ ପୋଲିସ କାରରୁ ଟଙ୍କା ଜବତ କରିଥିବା ସୂଚନା ମିଳିଛି । କିନ୍ତୁ ଧରାପଡ଼ିଯିବା ଭୟରେ କାର୍‌ ଚାଳକ ସ୍ଥାନରୁ ଖସିଯାଇଛନ୍ତି । ଦୁଇଟି ବ୍ୟାଗ୍‌ରେ ଭର୍ତ୍ତି ହୋଇଥିବା ଟଙ୍କା କାହାର ଏବଂ ତାହା କେଉଁ ସ୍ଥାନକୁ ଯାଉଥିଲା ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ । ସେହିପରି ବିଳମ୍ବିତ ରାତିରେ ବରଗଡ଼ରୁ ମଧ୍ୟ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ନଗଦ ଟଙ୍କା। ସାହେଲା ପୋଲିସ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି। ଲୁହୁରାଚଟି ଚେକିଂ ପଏଣ୍ଟରେ ସବୁ ଗାଡ଼ିକୁ ଅଟକାଇ ସୋହେଲା ପୋଲିସ ଯାଞ୍ଚ କରୁଥିଲା।


08- ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବଳକା ୩ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ତେବେ କୋରେଇ ଆସନରେ ସରପ୍ରାଇଜ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ସନ୍ଧ୍ୟାରାଣୀ ଦାସଙ୍କୁ ଏହି ଆସନରୁ ମୈଦାନକୁ ଓହ୍ଲାଇଛି ଦଳ । ତେବେ ଅନେକଙ୍କ ପାଇଁ ଅଜଣା ଓ ଅଚିହ୍ନା ଥିବା ସନ୍ଧ୍ୟାରାଣୀ କିଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରେ ହିଁ ସନ୍ଧ୍ୟାରାଣୀଙ୍କ ପରିଚୟ ସାମ୍ନାକୁ ଆସିଥିଲା ।


09- ବିଜେପି ଛାଡିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓରଫ ସ୍ୱାତୀ। ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ଜିନା। ଦଳ ପାଇଁ ଝାଳ ବୁହାଇ କାର୍ଯ୍ୟ କରିଥିଲେ ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିନଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଜିନା। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ଜିନା।


10- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ, ସମ୍ବଲପୁର ୪୨.୫ ଡ଼ିଗ୍ରୀ, ଝାରସୁଗୁଡା ୪୨.୧ ଡ଼ିଗ୍ରୀ, ହୀରାକୁଦ ୪୧.୮ ଡ଼ିଗ୍ରୀ, ଭୁବନେଶ୍ୱର ୪୧.୬  ଡ଼ିଗ୍ରୀ, ରାଉରକେଲା ୪୦.୬ ଡ଼ିଗ୍ରୀ, ବାଲେଶ୍ୱର ୩୯.୮ ଡ଼ିଗ୍ରୀ, ଚାନ୍ଦବାଲି ୩୮.୨ ଡ଼ିଗ୍ରୀ, ଗୋପାଳପୁର ୩୫ ଡ଼ିଗ୍ରୀ, ପାରାଦୀପ ୩୪.୬ ଡ଼ିଗ୍ରୀ, ପୁରୀ ୩୫.୩ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।


Also Read- Grah Gochar 2024: ୨ ଶତ୍ରୁ ଗ୍ରହ ମୁହାଁମୁହିଁ, ୩ ରାଶି ଜୀବନରେ ବଡ଼ ସଙ୍କଟ !


Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ