Top 10 News Today:


COMMERCIAL BREAK
SCROLL TO CONTINUE READING

01- ଏପ୍ରିଲ୍  ୧୫ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବ ବୋଲି ANI ରିପୋର୍ଟରେ ଉଲ୍ଲେଖ ରହିଛି । ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ଯାଞ୍ଚ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ ପକ୍ଷରୁ ଗିରଫ କରାଯାଇଥିଲା । ଗତ ସପ୍ତାହରେ କୋର୍ଟଙ୍କ ପରାମର୍ଶ କ୍ରମେ ଏପ୍ରିଲ ୧୫ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ।


02- ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ। ଖେଳୁ ଖେଳୁ ଏକ ଶିଶୁ ୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଖସିପଡିଛି। ଶିଶୁଟିର ବୟସ ପାଖାପାଖି ୬ ବର୍ଷ ହେବ। ବୋରଓ୍ବେଲରୁ ଶିଶୁକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ସୂଚନା ମୂତାବକ ଶୁକ୍ରବାର ଗହମ ଅମଳ ପରେ ଏକ ଶିଶୁ ସାଙ୍ଗ ମାନଙ୍କ ସହ ବିଲରେ ଖେଳୁଥିଲା। କିନ୍ତୁ ଅସାବଧାନତା କାରଣରୁ ଶିଶୁଟି ବୋରଓ୍ବେଲ ମଧ୍ୟକୁ ଖସିପଡିଥିଲା। ଏହାଦେଖି ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିବାକୁ ବହୁ ଚେଷ୍ଠା କରିଥିଲେ। ହେଲେ ବିଫଳ ହେବା ପରେ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ। ପରେ ୨ଟି ଜେସିବି,  ଏସଡିଆରଏଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।


03- ଇସ୍ରାଏଲରେ ଆଉ ଏକ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ଇରାନ ଆକ୍ରମଣ ଆଶଙ୍କାକୁ ଦେଇ ଇସ୍ରାଏଲ୍‍କୁ ସୈନ୍ୟବଳ ପଠାଇଛି ଆମେରିକା। ବେୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲ୍ ଏବଂ ଇରାନ ଥିବା ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛନ୍ତି। ଏହି ଦୁଇ ରାଷ୍ଟ୍ରକୁ ଯିବାକୁ ଥିବା ଭାରତୀୟଙ୍କ ଗସ୍ତ ଉପରେ କଟକଣା ଲଗେଯାଇଛି। ଖାଲି ସେତିକି ନୁହେଁ, ଆବେରିକା ଓ ଫ୍ରାନ୍ସ ମଧ୍ୟ ସେମାନଙ୍କ ନାଗରିକଙ୍କୁ ସତର୍କତା ପଳନ ପାଇଁ କହିଛନ୍ତି।


04- ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ ବା ପ୍ରତିଷ୍ଠା ଦିବସ । ଆଜି ଏକାମ୍ର କ୍ଷେତ୍ରକୁ ପୂରିଛି ୭୬ ବର୍ଷ । ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ରାଜଧାନୀ ପାଳନ କମିଟି ପକ୍ଷରୁ ଶନିବାର ଏହି ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ । ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଓଡ଼ିଶାର ରାଜଧାନୀ ଭାବେ ନୂଆ ପରିଚୟ ପାଇଥିଲା ଭୁବନେଶ୍ବର । ସେତେବେଳେ ୩ଟି ରାଜସ୍ବ ଗାଁ ଓ ୧୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳକୁ ମିଳିଥିଲା ରାଜ୍ୟର ରାଜଧାନୀ ମାନ୍ୟତା । ତେବେ ପ୍ରାୟ ୭୬ ବର୍ଷ ପରେ ଏକ ବିଶାଳ ସହରରେ ପରିଣତ ହୋଇଛି ଭୁବନେଶ୍ବର । ଏହି ସମୟରେ ମଧ୍ଯରେ ବଦଳିଛି ଏକାମ୍ର କ୍ଷେତ୍ରର ରୂପ ରେଖ । ସ୍ମାର୍ଟ ସିଟି ସହ ପୂର୍ବ ଭାରତର ଶିକ୍ଷା ବ୍ୟବସ୍ଥାର ଏକ ଉତ୍ତମ କେନ୍ଦ୍ର ପାଲଟିଛି ରାଜଧାନୀ ଭୁବନେଶ୍ବର।


05- ଆସନ୍ତାକାଲିଠାରୁ ସମଲେଇ ମନ୍ଦିରରେ ପାନ ଗୁଟଖା ତଥା ମାଦବ ଦ୍ରବ୍ଯ ବ୍ଯାନ୍ । ଏନେଇ  ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ଭକ୍ତଙ୍କୁ ପାନ ଗୁଟଖା ଖାଇ କିମ୍ବା ପାନ ଗୁଟଖା ସାଙ୍ଗରେ ଆଣିବା ତଥା ମାଦବ ଦ୍ରବ୍ଯ ସେବନ କରି ଆସିବା ଉପରେ ବାରଣ କରାଯାଇଛି । ଏହା ସହ  ସିକ୍ଯୁରିଟି ସଂସ୍ଥାର ସୁରକ୍ଷା କର୍ମୀ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ । ଏହା ସହ ମାଦକ ଦ୍ରବ୍ଯ ସେବନ କରି ମନ୍ଦିର ପରିସରରେ ଧରାପଡିଲେ ୫୦୦ ଟଂକା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି । ମନ୍ଦିରରେ ପବିତ୍ରତା ବଜାୟ ରଖିବା ପାଇଁ ଛେପ ପକାଇବା ଉପରେ ମଧ୍ଯ ବାରଣ କରାଯାଇଛି ।


06- ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତଙ୍କୁ ଆକ୍ରମଣ । ସୂଚନା ଅନୁଯାୟୀ, ଆଖଣ୍ଡଳମଣିଙ୍କ ମନ୍ଦିରର ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ମନ୍ଦିରରେ ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପି ଦଳର କିଛି କର୍ମୀ ସଂଘବଦ୍ଧ ଭାବେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ଦଳକୁ ସର୍ମଥନ ନ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେବାୟତ ଜୀବନ ବଞ୍ଚାଇ ଦୌଡି଼ ପଳାଇଥିଲେ ।


07- ଚନ୍ଦ୍ରଶେଖରପୁର ପୋଲିସ ହାତରେ ଧରାପଡିଲେ ୪ ଜଣିଆ ସିନ୍ଧି ଚୋରି ଗ୍ୟାଙ୍ଗ, ୧ କେଜି ସୁନା ଅଳଙ୍କାର ୧୩ ଗ୍ରାମର ରୂପା ଅଳଂକାର, ୩ ଲକ୍ଷ ୨୫ ଟଙ୍କା, ମୋଟର ସାଇକେଲ ଓ ମୋବାଇଲ ଜବତ କରାଯାଇଛି ।


08- ବିଜେପିରେ ସାମିଲ ହେଲେ ଅଜୟ ନାୟକ । ସେ ପୂର୍ବରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପାଇଁ ଅନେକ କାର୍ଯ୍ୟ କରିଥିଲେ । ଏଥିସହ ବିଜେଡ଼ିର ରାଜ୍ୟ ସମ୍ପାଦକ ମଧ୍ୟ ଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଭାବେ ମଧ୍ୟ ଲୋକମାନେ ଅଜୟଙ୍କୁ ଜାଣନ୍ତି । ନିକଟରେ ଅଜୟ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଆଜି ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ସାମିଲ ହୋଇଛନ୍ତି ।


09-  ଚଳିତ ଆଇପିଏଲର ୨୭ତମ ମ୍ୟାଚ୍ ରେ ଶନିବାର ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ୍ ରେ ପରାଜିତ ହୋଇଥିବା ବେଳେ ଏହି ମ୍ୟାଚ୍ ରେ ବିଜୟୀ ନେଇ ଦୁଇ ଦଳ ପ୍ରୟାସ କରିବେ ।


10- ବଢ଼ି ଚାଲିଛି ଖରା ତାତି। ଲୋକେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହଇରାଣ ହେଉଛନ୍ତି। କିନ୍ତୁ ଏହି ଖରା ତାତିଠୁ ରାଜନୀତି ରାତି ଆହୁରି ତୀବ୍ରତର ହୋଇଛି। ଟିକେଟ ନପାଇ ନେତା ଡିଆଁଡେଇଁ ଚଳାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା ନିଜ ଆସନ ବଞ୍ଚେଇବା ପାଇଁ ବ୍ୟସ୍ତ ଥିବାବେଳେ ଜନତାଙ୍କ ଦୁଃଖ ବୁଝିବାକୁ ଅସମର୍ଥ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ।


Also Read- Ollywood News: ଦର୍ଶକଙ୍କ ମନ ଜିତୁଛି ଜୀ ସାର୍ଥକ ଫିଲ୍ମ୍ସର 'କେମିତି କହିବି ମୁଁ'ର ସମସ୍ତ ଗୀତ


Also Read- Surya Gochar 2024: ୨୪ ଘଣ୍ଟାରେ ବଦଳିଯିବ ଏହି ୩ ରାଶିର ଭାଗ୍ୟ, ରହିଛି ଧନପ୍ରାପ୍ତି ଯୋଗ