Afternoon Bulletin Top News Headlines: H1. Supreme Court On EVM-VVPAT issue: ଭିଭିପିଏଟ୍ ସମ୍ବନ୍ଧୀୟ ମାମଲା ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନିର୍ବାଚନ ପ୍ରକ୍ରିୟାରେ ଶୁଦ୍ଧତା ରହିବା ଉଚିତ ବୋଲି କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକର ସବିଶେଷ ବର୍ଣ୍ଣନା କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପନଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ଏହା ଏକ ନିର୍ବାଚନ ପ୍ରକ୍ରିୟା। ଏଥିରେ ଶୁଦ୍ଧତା ରହିବା ଉଚିତ୍। 


COMMERCIAL BREAK
SCROLL TO CONTINUE READING

H2. Former BJD MLA Sipra Mallick Joins Congress: ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ସେ କଂଗ୍ରେସ ସଭ୍ୟପଦ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ାର ଟାଣୁଆ କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ଯୋଗ ଦେବା ପରେ ଏବେ ବିଜେଡିରୁ ସିପ୍ରାଙ୍କ ଇସ୍ତଫା ଓ କଂଗ୍ରେସରେ ଯୋଗଦାନ ଏଠାରେ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଚର୍ଚ୍ଚା ହେଉଛି। 


H3. Varsha Priyadarshini Joins Biju Janata Dal: ଓଡ଼ିଆ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଆଜି (୧୮ ଏପ୍ରିଲ) ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେବା ସମୟରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। କହିରଖୁଛୁ ଯେ ଅନେକ ଦିନ ଧରି ବର୍ଷାଙ୍କୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା। 


H4. Odisha Weather Forecast: ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱରର ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ୍ ୨୨ ପର୍ଯ୍ୟନ୍ତ ଓଡ଼ିଶାରେ ହିଟ୍ ୱେବ୍ ସ୍ଥିତି ଜାରି ରହିବ। ଆଇଏମଡି ରାଜ୍ୟର ୨୪ଟି ଜିଲ୍ଲା ପାଇଁ ହିଟ୍ ୱେବକୁ ନେଇ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ରାଜ୍ୟର ଚାରିଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।


H5. Congress Releases List: ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରେ ଦେବେନ୍ଦ୍ର କୁମାର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ସେହିପରି ସତ୍ୟବାଦୀରେ ମନୋଜ ରଥ, ଭୁବନେଶ୍ୱର (ମଧ୍ୟ)ରେ ପ୍ରକାଶ ଚନ୍ଦ୍ର ଜେନା ଓ ଭୁବନେଶ୍ୱର (ଉତ୍ତର) ଆସନରେ ଅଶୋକ କୁମାର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। 


H6. Arvind Kejriwal Blood Sugar Levels News: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ତିହାର ଜେଲରେ ହାଜର ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ହୋଇଛି। ଏହା କୁହାଯାଉଛି ଯେ କୋର୍ଟରେ ଏହାର ଯୁକ୍ତି ଦେବାବେଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କହିଛି ଯେ ଅରବିନ୍ଦ କେଜ୍ରିୱାଲ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ପାଇବାକୁ ଚେଷ୍ଟା କରୁଛନ୍ତି। ଇଡି କହିଛି ଯେ ଅରବିନ୍ଦ କେଜ୍ରିୱାଲ ଜେଲରେ ପୁରୀ-ଆଳୁ, ଆମ୍ବ ଓ ମିଠା ଖାଉଛନ୍ତି ଯାହା ଦ୍ୱାରା ତାଙ୍କ ସୁଗାର ଲେବଲ ବଢ଼ିବ ତେଣୁ ସେ ଜାମିନ ପାଇପାରିବେ।


H7. Bitcoin Scam Case: ବିଟକଏନ୍ ପୋଞ୍ଜି ସ୍କିମ୍ ମାମଲାରେ ଇଡିର ମୁମ୍ବାଇ ଶାଖା PMLA ଅଧିନିୟମ ଅନୁଯାୟୀ ଚଳଚ୍ଚିତ୍ର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ଜବତ ହୋଇଥିବା ସମ୍ପତ୍ତିରେ ଜୁହୁରେ ଏକ ବଙ୍ଗଳା ଅନ୍ତର୍ଭୁକ୍ତ ଯାହାକି ଶିଳ୍ପା ଶେଟ୍ଟୀଙ୍କ ନାମରେ, ଓ ପୁଣେରେ ଏକ ବଙ୍ଗଳା ରହିଛି। ଏହା ବ୍ୟତୀତ ରାଜ କୁନ୍ଦ୍ରାଙ୍କ ନାମରେ ଇଡି ମଧ୍ୟ କିଛି ଅଂଶଧନ ଜବତ କରିଛି।


H8. Manish Sisodia Bail petition: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏକ୍ସାଇଜ୍ ପଲିସିରେ ହୋଇଥିବା ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି କୋର୍ଟରେ ଡକ୍ୟୁମେଣ୍ଟ ଯାଞ୍ଚ ସହ ସ୍ଥିତି ରିପୋର୍ଟ ଦାଖଲ କରିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟର ଶୁଣାଣିରେ AAP ସାଂସଦ ସଞ୍ଜୟ ସିଂ ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ।


H9. PBKS vs MI IPL 2024 updates: ଆଜିର ଆଇପିଏଲ୍ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଆଇପିଏଲ୍ ୨୦୨୪ ରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଖରାପ ରଇଛି। ଦଳ ଏକ ବିଜୟରୁ ଆରମ୍ଭ କରିଥିଲା ​​କିନ୍ତୁ ଏହି ବିଜୟ ବଜାୟ ରଖିପାରି ନଥିଲା ଓ ପରବର୍ତ୍ତୀ ୬ଟି ମ୍ୟାଚରୁ ପାଞ୍ଚଟି ହାରିଯାଇଛି। ଅନ୍ୟପକ୍ଷରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚଳିତ ସିଜନରେ କ୍ରମାଗତ ତିନିଟି ମ୍ୟାଚ୍ ହାରିଛି, ଯଦିଓ ଦଳ ଏହାର ଶେଷ ତିନୋଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିଛି। 


H10. Devon Conway Ruled Out: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୪ ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସୁଛି, କିନ୍ତୁ ଦଳ ବର୍ତ୍ତମାନ ଏକ ବଡ଼ ଅସୁବିଧା ସମ୍ମୁଖୀନ ହୋଇଛି। ଗତ ସିଜନରେ CSK ପାଇଁ ସର୍ବାଧିକ ରନ୍ ସ୍କୋର କରିଥିବା ଡିଭନ୍ କନୱେ, ଆଙ୍ଗୁଠିରେ ଆଘାତ ଯୋଗୁଁ ସମଗ୍ର ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ସିଏସକେ ଫ୍ରାଞ୍ଚାଇଜ୍ ଇଂଲଣ୍ଡର ଡାହାଣହାତୀ ଦ୍ରୁତ ବୋଲର ରିଚାର୍ଡ ଗଲିସନ୍ଙ୍କୁ ତାଙ୍କ ଦଳରେ ସାମିଲ କରିଛି।