Afternoon Bulletin Top News Headlines: H1. ପାରାଦୀପ ନିର୍ବାଚନ ମଣ୍ଡଳୀରୁ ଦୁଇଥର ପ୍ରାର୍ଥୀ ହୋଇଥିବା ଅରିନ୍ଦମ ସର୍ଖେଲ ଓରଫ ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପତ୍ନୀଙ୍କ ରାସ୍ତା ଅନୁସରଣ କରି ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ୨୦୧୪ରେ ଡା. ଦାମୋଦର ରାଉତଙ୍କଠାରୁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସର୍ଖେଲ ପ୍ରାୟ ୪୦ ହଜାର ଭୋଟରେ ହାରିଥିବା ବେଳେ ୨୦୧୯ରେ ବିଜେଡି ପ୍ରାର୍ଥୀ ତଥା ଡା. ରାଉତଙ୍କ ପୁତ୍ର ସମ୍ବିତ ରାଉତଙ୍କଠାରୁ ୨୦ ହଜାର ଭୋଟରେ ହାରିଥିଲେ।

 

H2. ଆସନ୍ତା ୧୭ ତାରିଖରୁ ପୁରୀ ପ୍ରସିଦ୍ଧ ପରମ୍ପରାଗତ ‘ସାଇଯାତ’ ଆରମ୍ଭ ହେବ। ରାମ ନବମୀଠାରୁ ଆରମ୍ଭ ହୋଇ ଏହା ରାମ ଅଭିଶେକ ଯାଏ ତଥା ମେ’ ପହିଲା ଯାଏ ଚାଲିବ। ଅର୍ଥାତ୍‍ ୧୬ ଦିନ ଧରି ଚାଲିବାକୁ ଥିବା ଏହି ସାଇଯାତ ପରମ୍ପରାରେ ବିଭିନ୍ନ ସାଇରୁ ଭିନ୍ନ ଭିନ୍ନ ମେଢ଼ ବାହାରିବା ପରମ୍ପରା ରହିଛି। କାଳିକା ଦେବୀ ସାହିରେ ରାମଜନ୍ମନୀତି ପାଳନ ହେବ। ହରଚଣ୍ଡୀ ସାହିରେ ଯଜ୍ଞରକ୍ଷା ନୀତି, ପର୍ଶୁରାମ କଳା ହରଣ ନୀତି, ମାର୍କଣ୍ଡେଶ୍ୱା ସାହିରେ ବନବାସ ନୀତି, କୁଣ୍ଢଇବେଣ୍ଟ ସାହିରେ ସୀତା ହରଣ ସହ ମାୟା ରାବଣ ବାହାରିବା ନୀତି, ଦୋଳ ମଣ୍ଡପ ସାହିରେ ଲଙ୍କା ପୋଡ଼ି, ବାଲିସାହିରେ ସେତୁ ବନ୍ଧ ସ୍ଥାପନ, ଗୌଡ଼ବାଡ଼ ସାହିରେ ରାମ ଅଭିଶେକ ନୀତି ଅନୁଷ୍ଠିତ ହେବ।

 

H3. ବ୍ରହ୍ମପୁରର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେଡି ଛଡ଼ିଛନ୍ତି। ସେ ୧୫ ଦିନ ହେଲା ଦଳୀୟ ସଭାପତିଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ସୁଯୋଗ ପାଉ ନଥିବାରୁ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଦଳରେ ଅଣଦେଖା କାରଣୁ ଏହା ପୂର୍ବରୁ ଅନେକ ନେତା ଅନ୍ୟ ଦଳକୁ ଡେଇଁଥିବା ନଜୀର ରହିଛି। ତାଙ୍କ ସ୍ୱାଭିମାନକୁ ଆଘାତ ଲାଗିଥିବା କହିଛନ୍ତି ରାମଚନ୍ଦ୍ର ପଣ୍ଡା। 

 

H4. ସ୍ନାୟ ରୋଗ ବିଶେଷଜ୍ଞ ଡା. ପ୍ରତାପ କୁମାର ପାଣି ଓ ଇଏନ୍‍ଟି ବିଶେଷଜ୍ଞ ଡା. ପ୍ରଶାନ୍ତ କୁମାର ମିଶ୍ର ଆଜି ବିଜେପିରେ ସାମିଲ୍‍ ହୋଇଛନ୍ତି।  ଏହି ଦୁଇଜଣ ଡାକ୍ତର ବିଜେଡିର ସଦସ୍ୟ ଥିଲେ। ସେମାନଙ୍କ ଯୋଗଦାନ ଉଦ୍ଦେଶ୍ୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।  ଏଥିରେ ସମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ସମାଲୋଚନା କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଯୋଜନାକୁ ଜନ ଉପଯୋଗୀ ବୋଲି କହିଛନ୍ତି। 

 

H5. ଭାରତୀୟ ବାୟୁସେନାର ଏକ ‘ଆପାଚି’ ବିମାନ ଲଦାଖରେ ଖରାପ ହେବା ପ୍ରସଙ୍ଗରେ ତଦନ୍ତ କୋର୍ଟ ନିରଦ୍ଦେଶ ଦେଇଛି ବାୟୁସେନା। ଗତକାଲି ଲଦାଖର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଏହି ବିମାନ ଅଅବତରଣ କରିଥିଲା। ସତର୍କତାମୂଳକ ଅବତରଣ ହୋଇଥିଲେ ମଧ୍ୟ ଏହାର ଅନେକ ଅଂଶ ଭାଙ୍ଗିଯାଇଥିଲା। 

 

H6. କଂଗ୍ରେସ ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ପ୍ରଫେସର ଗୌରବ ବଲ୍ଲଭ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଦଳ ଯେଉଁପରି ଦୀଶାହୀନ ଭାବେ ଆଗକୁ ଅଗ୍ରସର ହେଉଛି ସେଥିରେ ସେ ନିଜକୁ ଅସହଜ ବୋଧକରି ଇସ୍ତଫା ଦେଇଥିବା କହିଛନ୍ତି। ନା ସନାତନ ବିରୋଧୀ ସ୍ଲୋଗାନ ନା ଦେଶର ସମ୍ପତ୍ତି ସୃଷ୍ଟି କର୍ତ୍ତାଙ୍କ ବିରୁଦ୍ଧରେ ମତ ଦେବେ ବୋଲି କହିଛନ୍ତି ପ୍ରଫେସର ବଲ୍ଲଭ। ସେଥିଲାଗି  ଦଳର ସମସ୍ତ ପଦପଦବୀ ଏବଂ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। 

 

H7. ମହାରାଷ୍ଟ୍ରର କଂଗ୍ରେସ ନେତା, ମୁମ୍ବାଇ କଂଗ୍ରେସ ସଭାପତି ତଥା ପୂର୍ବତନ ଜାତୀୟ ମୁଖପାତ୍ର ସଞ୍ଜୟ ନିରୁପମ ମଧ୍ୟ ଦଳର ନେତୃତ୍ୱଙ୍କୁ ସମାଲୋଚନା କରିଛନ୍ତି। ଦଳରୁ ବହିଷ୍କୃତ ହେବା ପରେ ସେ ଏହା କହିଛନ୍ତି। ଦଳ ବାସ୍ତବିକତାକୁ ଛୁଇଁପାରୁ ନାହିଁ। ପୁରୁଣା କାଳିଆ ଚିନ୍ତାଧାରା ଥିବା କହିଛନ୍ତି। ଏପରିକି ଦଳର ଆଉ ଭବିଷ୍ୟତ ନାହିଁ ବୋଲି ଅଭିଯୋଗ କରିଛନ୍ତି ନିରୁପମ। 

 

H8. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପିକୁ ତାଚ୍ଛଲ୍ୟ କରିଛନ୍ତି। ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରିବା ସହ ଦଳ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ଭୋଟ୍‍ ହାତେଇବା ଲାଗି ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସୀକୁ ଭୋଟ୍‍ ପାଇ୍ୟ ବ୍ୟବହାର କରାଯାଉଛି ଏବଂ ସେମାନେ ଯେଉଁ ଅପରାଧ କରୁଛନ୍ତି ତା’ର କିଛି ଦଣ୍ଡ ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି। 

 

H9. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଜେଲ୍‍ରୁ ଆଉ ଏକ ଚିଠି ଲେଖିଛନ୍ତି। ତାଙ୍କ ପତ୍ନୀ ସୁନୀତା ଏହାକୁ କ୍ୟାମେରା ସାମ୍ନାରେ ପଢ଼ୁଥିବା ଟେଲିଭିଜନରେ ପ୍ରସାରଣ କରାଯାଇଛି। ସୁନୀତାଙ୍କ ପଛପଟେ ବନ୍ଦୀ ଥିବା ଅରବିନ୍ଦଙ୍କ ଏକ ଫଟୋ ଦେଖିବାକୁ ମିଳିଛ। ଅରବିନ୍ଦ ଏହି ଚିଠିରେ ଆପ୍‍ ବିଧାୟକମାନଙ୍କୁ ଲୋକଙ୍କ ପାଖକୁ ଯାଇ ତାଙ୍କ ସେବା କରିବାକୁ ଆହ୍ୱାନ ଦେଇଛନ୍ତି। ଲୋକ ଯେମିତି କୌଣସି ସମସ୍ୟାରେ ନପଡ଼ିବେ ତାହାକୁ ଦୃଷ୍ଟି ଦେବାକୁ କହିଛନ୍ତି କେଜ୍ରିଓ୍ୱାଲ।

 

H10. ଓଡ଼ିଶାରୁ କିଛିଦିନ ଦଳେ ନିର୍ବାଚିତ ହୋଇଥିବା ତିନିଜଣ ରାଜ୍ୟସଭା ସାଂସଦ ଆଜି ଶପଥ ଗ୍ରହଣ କରିଛନ୍ତି। ଏଥିଲାଗି ଏକ ସମାରୋହ ଆୟୋଜନ କରାଯାଇଥିଲା। ତିନି ନୂଆ ରାଜ୍ୟ ସଭା ସାଂସଦ ହେଲେ ଅଶ୍ୱିନୀ ବୈଷ୍ଣବ, ସୁଭାଶୀଷ ଖୁଣ୍ଟିଆ ଏବଂ ଦେବାଶୀଷ ସାମନ୍ତ ରାୟ।