Top 10 News: ସଂସଦରେ ଧକ୍କାବାଜି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍, ପଢ଼ନ୍ତୁ ୧୦ ବଡ଼ ଖବର
Top 10 News Headlines: ସଂସଦରେ ହୋଇଥିବା ଧକ୍କାବାଜି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଉଭୟ (ବିଜେପିର ଏବଂ କଂଗ୍ରେସ ଅଭିଯୋଗ) ମାମଲାର ତଦନ୍ତ ଆରମ୍ଭ ହୋଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 20 December 2024: H1. Odisha CM's grievance hearing: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଗାମୀ ୨୩ ଡିସେମ୍ବର ୨୦୨୪ ରେ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୨୩ ଡିସେମ୍ବର ୨୦୨୪ ରେ ଭୁବନେଶ୍ଵର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ ଏବଂ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଜରିଆରେ ଜଣାଇ ଦିଆଯିବ।
H2. ED Raids ex-Congress MLA Niranjan Patnaik's Properties: ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଶୁକ୍ରବାର ଦିନ ଇଡି ରେଡ୍ କରିଛି। ED ର ଏହି ଚଢ଼ାଉ ନିରଞ୍ଜନ ପଟ୍ଟନାୟକଙ୍କ ୫ଟି ଠିକଣାରେ ହୋଇଛି। ଖବର ଅନୁଯାୟୀ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ମଧ୍ୟ ED ରେଡ୍ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ରେଡ୍ କଣ ପାଇଁ କରିଛି ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ।
H3. Aparajita Sarangi Gifted 1984 Bag to Priyanka Gandhi: ବିଜେପିର ଭୁବନେଶ୍ୱର ମହିଳା ସାଂସଦ ଆପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଦିନ (୨୦ ଡିସେମ୍ବର) କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ବ୍ୟାଗ ଉପହାର ଦେଇଛନ୍ତି। ଏହି ବ୍ୟାଗରେ '୧୯୮୪' ଲେଖାଯାଇଥିଲା। ଏହି ଲାଲ ରଙ୍ଗର ବ୍ୟାଗକୁ ଏପରି ଭାବରେ ଡିଜାଇନ୍ କରାଯାଇଥିଲା ଯେ ଏହା ରକ୍ତରେ ରଙ୍ଗେଇ ହୋଇଥିବା ପରି ଦେଖାଯାଉଥିଲା।
H4. Parliament MPs Case enquiry: ସଂସଦରେ ହୋଇଥିବା ଧକ୍କାବାଜି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଉଭୟ (ବିଜେପିର ଅଭିଯୋଗ ଏବଂ କଂଗ୍ରେସ ଅଭିଯୋଗ) ମାମଲାର ତଦନ୍ତ ଆରମ୍ଭ ହୋଇଛି। ବିଜେପି ଅଭିଯୋଗରେ ଲୋକସଭା ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାଂସଦମାନଙ୍କୁ ଠେଲି ଦେଇଥିବା ଅଭିଯୋଗ କରିଛି ବିଜେପି। ଏହି ବିବାଦରେ ଆହତ ସାଂସଦ ମହେଶ ରାଜପୁତ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ବୟାନ ରେକର୍ଡ ହେବ।
H5. Parliament winter session end today: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଗୃହରେ ଉତ୍ତେଜନା ଯୋଗୁଁ ଏଥର ପ୍ରଡକ୍ଟିବ ପ୍ରତିଶତ ବହୁତ କମ୍ ରହିଥିଲା। ଅଧିବେଶନ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ବିରୋଧୀ ଦଳ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ, ଯେଉଁ କାରଣରୁ ସଂସଦରେ ବହୁତ କମ୍ କାମକାର୍ଯ୍ୟ ହୋଇଥିଲା।"
H6. Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଏହି ଅବପାତ ଗୋପାଳପୁର ଠାରୁ ୬୪୦ କିମି ଦୂରରେ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡ଼ିଶା ବର୍ଷା ହେଉଛି । ଏଭଳି ସ୍ଥିତି ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିବା ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ।
H7. Om Prakash Chautala Dies: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀ ଲାଲଙ୍କ ପୁଅ ଓମ ପ୍ରକାଶ ଚୌଟାଲା ସମୁଦାୟ ପାଞ୍ଚ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ କେବଳ ଥରେ ଶେଷ କରିପାରିଥିଲେ।
H8. Pratap sarangi health update: ଆହତ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଆରଏମଏଲ ଏମଏସ ଡକ୍ଟର ଅଜୟ ଶୁକ୍ଲା କହିଛନ୍ତି, “ଉଭୟଙ୍କ ଅବସ୍ଥା ଭଲ। ତାଙ୍କର ବିପି ନିୟନ୍ତ୍ରଣରେ ଅଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ଟିମ୍ ସେମାନଙ୍କ ଉପରେ ନଜର ରଖିବ। ବରିଷ୍ଠ ଡାକ୍ତର ଏହା ପରେ ନିଷ୍ପତ୍ତି ନେବେ। ଉଭୟଙ୍କ ସିଟି ସ୍କାନ୍ ଏବଂ ଏମଆରଆଇ ରିପୋର୍ଟ ସ୍ୱାଭାବିକ ରହିଛି।”
H9. Jaipur CNG Tanker Blast: ଶୁକ୍ରବାର ଦିନ ସକାଳେ ଜୟପୁର-ଅଜମେର ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ଟ୍ୟାଙ୍କର୍ ପେଟ୍ରୋଲ୍ ପମ୍ପ ସାମନାରେ ଅନେକ ଯାନକୁ ଧକ୍କା ଦେଇ ବ୍ୟାପକ ଅଗ୍ନିକାଣ୍ଡ ଘଟାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଜଳି ଯାଇଛନ୍ତି।
H10. Australia Squad for India 4th and 5th Test Match: ମେଲବୋର୍ଣ୍ଣ ଏବଂ ସିଡନୀରେ ହେବାକୁ ଥିବା ଭାରତ ବିପକ୍ଷ ଚତୁର୍ଥ ତଥା ପଞ୍ଚମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ନିଜ ଦଳରେ ଅନେକ ପରିବର୍ତ୍ତନ କରିଛି। ଏଥିମଧ୍ୟରେ ଓପନର୍ ନାଥାନ୍ ମ୍ୟାକସ୍ୱେନିଙ୍କ ନାମ ଅନ୍ତର୍ଭୁକ୍ତ। ଯିଏ ପ୍ରଥମ ତିନୋଟି ଟେଷ୍ଟରେ ବିଫଳ ହୋଇଥିଲେ। ତେବେ ସେ ବର୍ତ୍ତମାନ ଦଳରୁ ବାଦ ପଡିଛନ୍ତି ଏବଂ ତାଙ୍କ ସ୍ଥାନରେ କ୍ରିକେଟ୍ ଅଷ୍ଟ୍ରେଲିଆ ୧୯ ବର୍ଷୀୟ ସାମ କନଷ୍ଟାଷ୍ଟଙ୍କୁ ଦଳରେ ସାମିଲ କରିଛି।