Top 10 News Headlines 26 July 2024: H1. Odisha announces 10 pc quota for Agniveers: ଓଡ଼ିଶାର ଯୁବକଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।  ଯେଉଁ ଯୁବକମାନେ ଅଗ୍ନିବୀର ଭାବେ ଦେଶର ସେବା କରି ଫେରୁଛନ୍ତି ସେମାନଙ୍କ ପାଇଁ ରାଜ୍ୟର ୟୁନିଫର୍ମ ସେବା କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। 


COMMERCIAL BREAK
SCROLL TO CONTINUE READING

H2. Naveen Patnaik writes to Mamata: ରାଜ୍ୟରେ ଆଳୁର ଅଭାବ ଓ ମୂଲ୍ୟ ବୃଦ୍ଧି ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଏହି ଘଟଣାରେ ହସ୍ତକ୍ଷେପ କରିବାକୁ କହିଛନ୍ତି।


H3. Potato Supply From West Bengal Halted: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଦର ଦାମ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉନଥିବାରୁ ଦର ବଢ଼ୁଛି। ଯାହାକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସୁନଥିବାରୁ ଦର ବଢ଼ୁଥିବା ବ୍ୟବସାୟୀ କହିଛନ୍ତି। ଏହି ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମ ତଦାରଖ କରିଛନ୍ତି। 


H4. Odisha CM Grievance Hearing Session: ବର୍ତ୍ତମାନ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତା ଜୁଲାଇ ୨୯ ତାରିଖ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯାଇଛି ।


H5. Odisha High court: ଗତ ସାଧାରଣ ନିର୍ବାଚନରେ ଅନିୟମିତତା ଅଭିନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦୁଇ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍‌ଯୋଗର ଦାଏର ମାମଲାର ପୃଥକ ଭାବେ ଶୁଣାଣି କରିଛନ୍ତି ହାଇକୋର୍ଟ। ଏଥିରେ ହାଇକୋର୍ଟ ଦୁଇ ଜଣ ବିଧାୟକଙ୍କୁ ଗତକାଲି ନୋଟିସ୍‌ ଜାରି କରିଛନ୍ତି। ତେବେ ଦୁଇ ବିଧାୟକ ହେଲେ ବାଲେଶ୍ୱର ଜିଲ୍ଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ମାଧବ ଧଡ଼ା ଓ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ନୋଟିସ୍‌ ଜାରି କରିଛନ୍ତି। 


H6. NEET UG 2024 Revised Result Out: ଜାତୀୟ ପରୀକ୍ଷା ଏଜେନ୍ସି (NTA) ଶୁକ୍ରବାର NEET UG ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଜେନ୍ସି ଏହି ଫଳାଫଳ ଘୋଷଣା କରିଛି। ଅଫିସିଆଲ୍ ୱେବସାଇଟ୍ exam.nta.ac.in/NEET ଭିଜିଟ୍ କରି ଆପଣ ଆପଣଙ୍କର ଫଳାଫଳ ଯାଞ୍ଚ କରିପାରିବେ ।


H7. Bihar Jewellery Showroom Robbery: ବିହାରର ପୁର୍ନିଆରେ ଦିନ-ଦ୍ୱିପ୍ରହରେ ୨୦ କୋଟି ଟଙ୍କା ମୂଲ୍ୟର ଲୁଟ୍ ହୋଇଛି। ଏହି ଲୁଟ୍ ତନିଷ୍କ  ଶୋ’ରୁମ୍‌ରେ ହୋଇଛି ଓ ହୀରା ଅଳଙ୍କାର ଲୁଟ୍ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ବୋଲି କୁହାଯାଉଛି। ବନ୍ଧୁକ ମୁନରେ ୩ ଦୁର୍ବୃତ୍ତ ଏହି ଘଟଣା କରିଥିଲେ। ୩ ଦୁର୍ବୃତ୍ତ ବାହାରେ ଜଗି ରହିଥିଲେ। ଡକାୟତି କରିବା ପରେ ସମସ୍ତ ୬ ଜଣ ଅପରାଧୀ ବାଇକରେ ସେଠରୁ ପଳାଇ ଯାଇଥିଲେ।


H8. Lithium Reserves Found In Karnataka: କର୍ଣ୍ଣାଟକର ଦୁଇଟି ଜିଲ୍ଲାରେ ୧୬୦୦ ଟନ୍ ଲିଥିୟମ୍ ଭଣ୍ଡାର ମିଳିଛି, ଯାହା ବିଷୟରେ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଜିତେନ୍ଦ୍ର ସିଂ ରାଜ୍ୟସଭାରେ କହିଛନ୍ତି ଯେ କର୍ଣ୍ଣାଟକର ମାଣ୍ଡିଆ ଓ ଯାଦଗିରି ଜିଲ୍ଲାରେ ଲିଥିୟମ ସଂରକ୍ଷଣ ସ୍ଥାନ ମିଳିଛି। ପରମାଣୁ ଶକ୍ତି ବିଭାଗର ଏକ ୟୁନିଟ୍ ଓ ପରମାଣୁ ଖଣିଜ ଅନୁସନ୍ଧାନ ଏବଂ ଗବେଷଣା ନିର୍ଦ୍ଦେଶାଳୟ ମଧ୍ୟ ଏହି ଉତ୍ସଗୁଡ଼ିକୁ ଚିହ୍ନଟ କରି ନେଇଛି।


H9. IND W vs BAN W: ମହିଳା ଏସିଆ କପ୍‌ର ସେମିଫାଇନାଲ ମ୍ୟାଚ୍‌ରେ ଭାରତ ଆଜି ବାଂଲାଦେଶକୁ ପରାସ୍ତ କରିଛି। ଏହି ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ଦଶ ୱିକେଟ୍ ଜିତି ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୮୦ ରନ୍ ସଂଗ୍ରହ କରିଥିଲା। ଟିମ୍ ଇଣ୍ଡିଆ ମାତ୍ର ୧୧ ଓଭରରେ ଏହି ସ୍କୋର ହାସଲ କରିନେଇଥିଲା।


H10. Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଖେଳାଳିମାନେ ଫ୍ରାନ୍ସର ରାଜଧାନୀରେ ଏକାଠି ହୋଇଛନ୍ତି ଏବଂ ସେଇନ୍ ନଦୀ ଉପରେ ଐତିହାସିକ ଅଲିମ୍ପିକ୍ ସମାରୋହ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଏହି ସମୟରେ ଫ୍ରାନ୍ସର ହାଇ ସ୍ପିଡ୍ ରେଳ ଲାଇନ ଉପରେ ଆକ୍ରମଣ କରାଯାଇଛି। ଏହି କାରଣରୁ ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ପ୍ୟାରିସରେ ରେଳ ଚଳାଚଳ ଗୁରୁତର ଭାବରେ ବ୍ୟାହତ ହୋଇଛି।