Top 10 News Headlines 28 December 2024: H1. CM Majhi reviews crop damage: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ଯେପରି ଜଣେ ବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ସମୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

H2. Tight security arrangements in Puri: ଆସୁଛି ନୂଆବର୍ଷ। ଜନସମୁଦ୍ର ହେବ ପୁରୀ। ଶ୍ରୀମନ୍ଦିର ଠାରୁ ମହୋଦଧି, ବଡ଼ଦାଣ୍ଡ ଠାରୁ ହୋଟେଲ ଇଣ୍ଡଷ୍ଟ୍ରି ସବୁଠି ତୟାରି। ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ। ଏଥିପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ। 


H3. Odisha weather update: ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡ଼ି ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏହା ସମେତ ପାଣିପାଗ ବିଭାଗ କହିଛି ଆସନ୍ତା ୩୦ ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ ରହିବ। ବିଗତ କିଛିଦିନ ହେବ ରାତିର ତାପମାତ୍ରା ଅଚାନକ ବଢ଼ିଥିବା ବେଳେ ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।


H4. Naveen Patnaik District Visit: ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ  ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବେ ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ  ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।


H5. Manmohan Singh Funeral: ଶନିବାର ଦିନ ଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହା ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜନାଥ ସିଂଙ୍କ ସମେତ ବହୁ ନେତା ନିଗମବୋଧ ଘାଟରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତଦେହକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 


H6. Pakistan Afghanistan Conflict: ଆଫଗାନିସ୍ତାନରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକର ପ୍ରତିଶୋଧ ନେବାକୁ ତାଲିବାନ ପାକିସ୍ତାନ ସୀମା ଉପରେ ଆକ୍ରମଣ କରିଛି। ତାଲିବାନ ଦାବି କରିଛି ଯେ ଏହି ଆକ୍ରମଣରେ ସେ ପାକିସ୍ତାନୀ ସେନାର ଦୁଇଟି ପୋଷ୍ଟ କବଜା କରିଛି। ୧୯ ସୈନିକ ମଧ୍ୟ ନିହତ ହୋଇଛନ୍ତି।


H7. PM Narendra Modi meets D Gukesh: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେସ ଚାମ୍ପିୟନ ଡି ଗୁକେଶଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟକୁ ସେୟାର କରି ସେ ଲେଖିଛନ୍ତି, 'ଶତରଞ୍ଜ ଚାମ୍ପିଅନ୍ ଏବଂ ଭାରତର ଗର୍ବ, D.Gukesh ଙ୍କ ସହିତ ଏକ ଭଲ ବାର୍ତ୍ତାଳାପ ଥିଲା...।'


H8. Putin apologizes for Azerbaijan Airlines crash: ନିକଟରେ ଆଜେରବାଇଜାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣା ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଆଲିଭଙ୍କ ନିକଟରେ କ୍ଷମା ମାଗିଛନ୍ତି। ଏହି ଦୁଃଖଦ ଦୁର୍ଘଟଣାରେ ଅତି କମରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୯ ଜଣ ବଞ୍ଚି ଯାଇଛନ୍ତି। କ୍ରେମଲିନ୍ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ପୁଟିନ୍ ଏହି ଦୁଃଖଦ ଘଟଣା ପାଇଁ କ୍ଷମା ମାଗିଛନ୍ତି, ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।


H9. ACA announces Rs 25 Lakhs to Nitish Kumar Reddy: ଆନ୍ଧ୍ର କ୍ରିକେଟ୍ ଆସୋସିଏସନ୍ ଯୁବ ଅଲରାଉଣ୍ଡର ନୀତୀଶ ରେଡ୍ଡୀଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି। ଯିଏକି ନିଜ କ୍ୟାରିୟରର ପ୍ରଥମ ଶତକ ମାରି ଭାରତକୁ ମେଲବୋର୍ଣ୍ଣ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଶନିବାର ଦିନ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଶେଷରେ ନୀତୀଶ ରେଡ୍ଡୀ ୧୦୫ ରନ୍‌ କରି ଅପରାଜିତ ଅଛନ୍ତି। ତାଙ୍କର ଏହି ଉଜ୍ଜ୍ୱଳ ଇନିଂସ ସହାୟତାରେ ଭାରତ ଅଷ୍ଟ୍ରେଲିଆର ୪୭୪ ରନ ଜବାବରେ ନଅ ୱିକେଟ୍ ହରାଇ ୩୫୮ ରନ୍ ସଂଗ୍ରହ କରିଛି।


H10. ICC Emerging Player of The Year 2024: ୨୦୨୪ ବର୍ଷ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆଇସିସି ୪ ଖେଳାଳିଙ୍କ ନାମ ସର୍ଟଲିଷ୍ଟ କରିଛି ଯେଉଁମାନେ ଚଳିତ ବର୍ଷ ଡେବ୍ୟୁ କରିଥିଲେ। ବର୍ତ୍ତମାନ ଆଇସିସି ଏହି ୪ ଖେଳାଳିଙ୍କ ମଧ୍ୟରୁ କୌଣସି ଜଣେ ଖେଳାଳିଙ୍କ ନାମକୁ ଅନୁମୋଦନ କରିବ ଏବଂ ୨୦୨୪ ବର୍ଷର ଏମର୍ଜିଂ ପ୍ଲେୟାର ଅଫ୍ ଦି ଇୟର ଆୱାର୍ଡରେ ପୁରସ୍କୃତ କରିବ। ଆଇସିସି ଏମର୍ଜିଂ ପ୍ଲେୟାର ଅଫ୍ ଦି ଇୟର ପାଇଁ  ଇଂଲଣ୍ଡର ଗୁସ୍ ଆଟକିନ୍ସନ୍, ପାକିସ୍ତାନର ସାମ ଆୟୁବ୍, ୱେଷ୍ଟଇଣ୍ଡିଜ୍ ଶାମର ଜୋସେଫ୍ ଏବଂ ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ୍ ଅଛନ୍ତି।