Top 10 News Headlines | 1 February 2024 | Evening   


COMMERCIAL BREAK
SCROLL TO CONTINUE READING

1.Budget 2024 Highlights: ପ୍ରଥମ ଫେବୃଆରୀ ହେଉଛି ବଜେଟ୍ ଦିନ। ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ତଥାପି, କହିରଖୁଛୁ ଯେ ଏହା ପୂର୍ଣ୍ଣ ବଜେଟ୍ ନୁହେଁ। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଏହା ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍। ୨୦୨୭ ସୁଦ୍ଧା ଦେଶ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଭାରତ ସରକାର ଦାବି କରିଛନ୍ତି। ଏହି ଲକ୍ଷ୍ୟକୁ ଭିତ୍ତି କରି ସରକାର ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି। 


2.Jharkhand Resort Politics: ଝାଡ଼ଖଣ୍ଡରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆରମ୍ଭ ହୋଇଯାଇଛି ବିଧାୟକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା। ଶାସକ ମହାମେଣ୍ଟକୁ ସମର୍ଥନ କରୁଥିବା ବିଧାୟକଙ୍କୁ ସ୍ଥାନାନ୍ତର କରିବା ପାଇଁ ଦୁଇଟି ଚାର୍ଟାର୍ଡ ​​ବିମାନ ରାଜଧାନୀ ରାଞ୍ଚି ସ୍ଥିତ ବିମାନବନ୍ଦରରେ ଅବତରଣ କରିସାରିଛି। କୁହାଯାଉଛି ଯେ ଗୋଟିଏ ଚାର୍ଟାର୍ଡ ​​ବିମାନ ୧୦ ସିଟର ହୋଇଥିବା ବେଳେ ଅନ୍ୟ ବିମାନ ୩୩ ସିଟ ବିଶିଷ୍ଟ। ରାଞ୍ଚି ବିମାନବନ୍ଦରରେ ଉପସ୍ଥିତ ରହିଥିବା ୨ ଚାର୍ଟାର୍ଡ ​​ବିମାନ ଯୋଗେ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ଅନ୍ୟପକ୍ଷରେ ରାଜଧାନୀ ରାଞ୍ଚି ସହରରୁ ବିଧାୟକ ବସ୍ ଯୋଗେ ବିମାନବନ୍ଦରରେ ଆସି ପହଞ୍ଚିବାରେ ଲାଗିଛନ୍ତି। ହେଲେ କେତେ ଜଣ ବିଧାୟକଙ୍କୁ  ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 


3.Railway Minister Ashwini Vaishnav PC on Rail Budget 2024: ଫେବୃଆରୀ ୧ ତାରିଖ ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ମଧ୍ୟବର୍ତ୍ତୀକାଳୀନ ବଜେଟ୍। ଚଳିତ ଆର୍ଥିକ ବର୍ଷରେ ଆଗତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ରେଳ ବଜେଟ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରେଳମନ୍ତ୍ରୀ କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ରେଳ ବିଭାଗରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୨୪ ବର୍ଷର ମଧ୍ୟବର୍ତ୍ତୀ ବଜେଟ୍ ରେ ରାଜ୍ୟରେ ରେଳ ଭିତ୍ତିଭୂମି ତଥା ସୁରକ୍ଷା ପ୍ରକଳ୍ପ ପାଇଁ ୧୦,୫୩୬ କୋଟି ଟଙ୍କା ପାଣ୍ଠି ଆବଣ୍ଟିତ କରାଯାଇଛି। ଯାହା ୧୦ ବର୍ଷ ପୂର୍ବରୁ ଆବଣ୍ଟିତ ହୋଇଥିବା ହାରାହାରି ପାଣ୍ଠି ଠାରୁ ୧୧୫୭% ଅଧିକ। 


4.Ship Wreckage Found on Canada Beach: ସଦ୍ୟ କାନାଡ଼ା ଉପକୂଳରେ ଘଟିଯାଇଛି ଏକ ଅଜବ ଘଟଣା। ଯେଉଁଠି ଏକ ବିରାଟ ଜାହାଜର ଧ୍ୱଂସାବଶେଷ ଆସି ସମୁଦ୍ର କୂଳରେ ପହଞ୍ଚିଛି। ଘୂର୍ଣ୍ଣିବଳୟ ଫିଓନା ସମୁଦ୍ର ତଳେ ପୋତି ହୋଇଥିବା ଏକ ପୁରୁଣା ଜାହାଜକୁ ଧକ୍କା ମାରି ସମୁଦ୍ର କୂଳରେ ଆଣି ଲଗାଇ ଦେଇଛି। ଏହି ଜାହାଜ ପ୍ରାୟ ୨୦୦ ବର୍ଷର ପୁରୁଣା ହେବ ବୋଲି କୁହାଯାଉଛି। ଯଦିଓ ଏହି ଜାହାଜ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ। ହେଲେ ଅନୁମାନ କରାଯାଉଛି ଯେ ୨୦୦ ବର୍ଷର ପୁରୁଣା ଜାହାଜ କୌଣସି ୟୁରୋପୀୟ ଦେଶର ହୋଇପାରେ।


5.Mahagathbandhan MLA to be transferred to Hyderabad amid political crisis: ଜାନୁଆରୀ ୩୧ ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କ ଇସ୍ତଫା ପରେ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଚମ୍ପେଇ ସୋରେନ୍ ୪୭ ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାକୁ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ହେଲେ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ରାଜ ଭବନ ପାଖରୁ ତାଙ୍କୁ କୌଣସି ନିମନ୍ତ୍ରଣ ଆସିନାହିଁ। ଏଭଳି ପରିସ୍ଥିତିରେ ଝାଡ଼ଖଣ୍ଡରେ ଶାସକ ମହାମେଣ୍ଟର ନେତାଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି। ରାଜ୍ୟରେ କୌଣସି ରାଜନୈତିକ ଖେଳ ହେବାକୁ ଯାଉଛି କି? "ଅପରେସନ୍ ଲୋଟସ୍" ଆରମ୍ଭ ହେବ କି? ଏହି ପ୍ରଶ୍ନ ଏବେ ଝାଡାଖଣ୍ଡ ରାଜନୀତିରେ ଚର୍ଚ୍ଚାରେ ବିଷୟ ପାଲଟିଛି।


6.What is Blue Economy of India: ଫେବୃଆରୀ ୧ ତାରିଖ ଗୁରୁବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ ଅଭିଭାଷଣ ରଖିବା ବେଳେ ଅର୍ଥମନ୍ତ୍ରୀ ପୁନର୍ବାର ବ୍ଲୁ ଇକୋନୋମି ବିଷୟରେ ଉଲ୍ଲେଖ କରିଛନ୍ତି। ଉପକୂଳ, ସାମୁଦ୍ରିକ ଏବଂ ଜଳଜାତ ଦ୍ରବ୍ୟକୁ ପ୍ରୋତ୍ସାହନ ତଥା ମଜବୁତ କରିବା ପାଇଁ ଏକ ସମନ୍ୱିତ ତଥା ବହୁ-ବିଭାଗୀୟ ଆଭିମୁଖ୍ୟ ସହ ଦେଶରେ ବଲ୍ ଇକୋନୋମି ଯୋଜନା ଆରମ୍ଭ କରାଯିବ ବୋଲି ଜଣାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।


7.4 senior officials of the state have been appointed IAS: ରାଜ୍ୟ ସରକାରଙ୍କ ପାଖରେ କାମ କରୁଥିବା ୪ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଆଇଏଏସ୍‍ ପାହ୍ୟା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ସେମାନଙ୍କ କାର୍ଯ୍ୟ ଏବଂ ନିଷ୍ଠାକୁ ଅନୁଶୀଳନ କରି ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଏହାକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦୋନ୍ନତି ଦେଇଛନ୍ତି। ଏହି ୪ ଅଧିକାରୀ ହେଲେ: ସ୍ମିତା ରାଉତ, ମଧୁସ୍ମିତା ସାମଲ, ସଞ୍ଜୟ କୁମାର ବିଶ୍ୱାଳ ଏବଂ ସାଗରିକା ହୋତା। ଏହି ସମସ୍ତ ୪ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର ପ୍ରଦାନ କରାଯାଇଛି।


8.Lawyer Jagannath Rath became Information Commissioner: ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତା ଜଗନ୍ନାଥ ରଥଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି  ଦିଆଯାଇଛି।। ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।  ଆଇନଜୀବୀ ରଥଙ୍କ ନିଯୁକ୍ତି ପରେ ରାଜ୍ୟ ସୂଚନା  ଆୟୋଗରେ ଆୟୁକ୍ତଙ୍କ ସଂଖ୍ୟା ୩ ହୋଇଛି। ଏବେ ବାଳକୃଷ୍ଣ ମହାପାତ୍ର ଏବଂ ସୁଶାନ୍ତ କୁମାର ମହାନ୍ତି କମିଶନର ଭାବେ କାର୍ଯ୍ୟ କରୁଥିବାବେଳେ ଜଳଦ କୁମାର ତ୍ରିପାଠୀ ମୁଖ୍ୟସୂଚନା କମିଶନର ଭାବେ କାର୍ଯ୍ୟରତ।  ଜଗନ୍ନାଥ ରଥଙ୍କ ଆଇନଜୀବୀ ଭାବେ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତା ଭାବେ ଶ୍ରୀମନ୍ଦିର ସହ ରାଜସ୍ୱ ପାର୍ସଦରେ କାମ କରୁଛନ୍ତି।
 
9. BSKY Naveen Card:
ରାଜ୍ୟର ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗଳବାଡ଼ି କର୍ମୀ, ଏସ୍‍ଏଚ୍‍ଜି ସଦସ୍ୟଙ୍କୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍‍ କରିବେ। ଏଥିଲାଗି ସେମାନଙ୍କୁ ଏବେ ଚାଲିଥିବା ବିଏସକେଓ୍ୱାଇ-ନବୀନ କାର୍ଡ ଆବେଦନ କରିବାକୁ ସୁଯୋଗ ମିଳିବ। ଏପରିକି ରାଜ୍ୟ ସରକାର ପୁଣିଥରେ ବିଏସ୍‍କେଓ୍ୱାଇ- ନବୀନ କାର୍ଡ ଲାଗି ଆବେଦନ କରିବାକୁ ଆବେଦନ ସୀମାନକୁ ବଢ଼ାଇବେ ବୋଲି ସୂଚନା ଦେଇଛନ୍ତି।


10. Weather Report Today: ଦେଶର ଅନେକ କ୍ଷେତ୍ରରେ ପୁଣି ଥରେ ଥଣ୍ଡା ବୃଦ୍ଧି ପାଇଛି। ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ପରେ ଏବେ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଭାରତ ପାଣିପାଗ ବିଭାଗ ଏ ସମ୍ପର୍କରେ ଏକ ବଡ଼ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ଜାରି ରହିବ। ଏହାର ଅର୍ଥ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା, ଉତ୍ତରପ୍ରଦେଶ ଏବଂ ହିମାଚଳରେ ବର୍ଷା ହୋଇପାରେ। ଏହା ସହିତ ପାଣିପାଗ ବିଭାଗ ମଧ୍ୟ କେତେକ ରାଜ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ପ୍ରକାଶ କରିଛି। ଆଇଏମଡି ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ କୁଆପଥର ବର୍ଷା ହୋଇପାରେ।