Top 10 News Today | 28 March | Evening    


COMMERCIAL BREAK
SCROLL TO CONTINUE READING

1.Bengaluru Cafe Blast Key Conspirator Arrested: ବହୁଚର୍ଚ୍ଚିତ ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ଗତ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁ ସହରରେ ଅବସ୍ଥିତ ରମେଶ୍ୱରମ୍ କାଫେ ଠାରେ ହୋଇଥିବା ବିସ୍ଫୋରଣରେ ଦୋହଲି ଯାଇଥିଲା ସମଗ୍ର ଦେଶ। ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗୁରୁବାର (ମାର୍ଚ୍ଚ ୨୮) ମାଡ଼ି ବସିଛି ଏନଆଇଏ। ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଏନଆଇଏ ପକ୍ଷରୁ ଦେଶର ୩ ରାଜ୍ୟର ୧୮ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉ କର୍ଣ୍ଣାଟକର ୧୨, ତାମିଲନାଡୁର ୫ ଏବଂ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ ଚଢାଉ କରାଯାଇଥିଲା। ବ୍ୟାପକ ଚଢାଉ କରିବା ପରେ ଯାଇ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି। 


2.Odisha Congress Candidate List: ଆସନ୍ତ ମାସ ପ୍ରଥମ ସପ୍ତାହରେ ୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ଲାଗି ଦଳୀୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟୟରେ ଦଳ ୬୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ। ଯେଉଁଠାରେ ଗତ ୨୦୧୯ ନିର୍ବାଚନରେ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ଗୁରୁବାର ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏହି ସୂଚନା ଦେଇଛନ୍ତି। ଯେଉଁ କଂଗ୍ରେସ ନେତା ତୃଣମୂଳ ସ୍ତରରେ ଦଳୀୟ ଦଳୀୟ କର୍ମକର୍ତ୍ତାଙ୍କ ସହ ଜଡିତ ଅଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ।


3. Odisha BJP Delegation Meets State Election Commission: ରାଜ୍ୟରେ ଅବାଧ, ମୁକ୍ତ, ନିରେପକ୍ଷ ନିର୍ବାଚନ ଆୟୋଜନ କରିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧିମଣ୍ଡଳୀ। ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ, ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପ୍ରତିନିଧିମଣ୍ଡଳୀୟ ଦାବିପତ୍ର ପ୍ରଦାନ କରିଛି।


4. MGNREGA Worker Wage Hike: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସମ୍ପର୍କରେ ଆସିଛି ଏକ ବଡ଼ ଖବର। ମନରେଗା ଅଧିନରେ ମିଳୁଥିବା ମଜୁରୀ ହାରରେ ସଂଶୋଧନ କରାଯାଇଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା କୋଟି କୋଟି ଶ୍ରମିକ ଉପକୃତ ହେବେ। ୨୦୨୪ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ପ୍ରାପ୍ତ ମଜୁରୀ ହାରାହାରି ୨୮ ଟଙ୍କା ବୃଦ୍ଧି କରାଯାଇଛି। ଗତ ଆର୍ଥିକ ବର୍ଷରେ ହାରାହାରି ମଜୁରୀ ୨୬୧ ଟଙ୍କାରୁ ୨୮୯ ଟଙ୍କାକୁ ବୃଦ୍ଧି ପାଇବ। ଗତ ୨୦୦୫ ବର୍ଷରେ ମନରେଗା ଯୋଜନା ଅଧିନରେ ଅଣକୁଶଳୀ ମାବନୀୟ କାର୍ଯ୍ୟ ପାଇଁ ନୂତନ ମଜୁରୀ ହାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ କରାଯାଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନୂତନ ମଜୁରୀ ହାର ଆସନ୍ତା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେବ।


5. Bollywood Actor Govinda Joins Shiv Sena: ଗୁରୁବାର (ମାର୍ଚ୍ଚ ୨୮) ମାୟାନଗରୀ ମୁମ୍ବାଇ ଠାରେ ଶିବସେନା ହାତ ଧରିଛନ୍ତି ବଲିଉଡ଼ ଅଭିନେତା ଗୋବିନ୍ଦା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଅଭିନେତା ଗୋବିନ୍ଦା ଶିବସେନାରେ (ସିନ୍ଦେ ଗୋଷ୍ଠୀ) ଯୋଗ ଦେଇଥିଲେ। ଗତ ୨୦୦୪ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ଗୋବିନ୍ଦା ଗତ ୨୦୦୪ ବର୍ଷରୁ ୨୦୦୯ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିଥିଲେ ବଲିଉଡ଼ ଅଭିନେତା ଗୋବିନ୍ଦା। ଶିବସେନା ହାତ ଧରିବା ପରେ ଅଭିନେତା ଗୋବିନ୍ଦା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗତ ୨୦୧୦ ବର୍ଷରୁ ୨୦୨୪ ରାଜନୈତିକ ବନବାସ ରହିଥିଲା। ବର୍ତ୍ତମାନ ବନବାସ ଶେଷ ହୋଇଛି। ମୁଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ରାମ ରାଜ୍ୟକୁ ଫେରିଆସିଛି। 


6. Arvind Kejriwal ED Remand Extended Till April 1: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ଥାନୀୟ ରାଉସ୍ ଆଭେନ୍ୟୁ କୋର୍ଟ ଠାରୁ ମିଳିଛି ଜବରଦସ୍ତ ଝଟକା। ତାଙ୍କର ଇଡି ରିମାଣ୍ଡ ଅବଧି ଆହୁରି ୪ ଦିନ ବୃଦ୍ଧି କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ଅପ୍ରେଲ ୧ ତାରିଖରେ ଦିନ ୧୧:୩୦ ସମୟରେ ଅଦାଲତରେ ହାଜର କରାଯିବ। ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହେପାଜତକୁ ନେବା ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।


7. SP Chief Akhilesh Yadav: ୨୦୨୪ ଲୋକସଭା ନିର୍ବାଚନ ଲଢିବେ ନାହିଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ।  ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଲୋକସଭା ସାଂସଦ ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ନିଜର  ରାଜନୈତିକ କ୍ୟାରିୟର ମଧ୍ୟରେ ଅଖିଲେଶ ଯାଦବ ଥରେ ବିଧାୟକ, ଥରେ ବିଧାନ ପରିଷଦ ସଦସ୍ୟ ଏବଂ ୪ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।


8. BJD Leader Join BJP: ମାର୍ଚ୍ଚ ୨୮ ତାରିଖ ଗୁରୁବାର ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ, ପୂର୍ବତନ ବିଜେଡ଼ି ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ବିଜେପି ହାତ ଧରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେମାନେ ଦଳରେ ଯୋଗ ଦେଇଛନ୍ତି। ସେମାନଙ୍କୁ ବିଜେପି ବାକି ରହିଥିବା ୩ ଲୋକସଭା ଆସନ ଲାଗି ଟିକଟ ଦେଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।


9. Savitri Jindal Quits Congress: ଗୁରୁବାର ଦେଶର ସବୁଠାରୁ ଧନୀ ମହିଳା ତଥା ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ପୁଅ ତଥା ଶିଳ୍ପପତି ନବୀନ ଜିନ୍ଦଲ କଂଗ୍ରେସ ଛାଡି ବିଜେପି ହାତ ଧରିଥିଲେ। ବିଜେପି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲେ। ଗୁରୁବାର (ମାର୍ଚ୍ଚ ୨୮) ସାବିତ୍ରୀ ଜିନ୍ଦଲ ନିଜର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କଂଗ୍ରେସ ଛାଡିବା ସମ୍ପର୍କରେ ଜଣାଇଛନ୍ତି।


10. Morning Court will start from 8 April: ରାଜ୍ୟର ସମସ୍ତ ଜିଲ୍ଲା ଏବଂ ଅଧସ୍ଥନ ଅଦାଲତ ଆସନ୍ତା ଅପ୍ରେଲ ୮ ତାରିଖରୁ ସକାଳୁଆ ହେବ। ଏନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର୍‍ ସମସ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଉଦ୍ଦେଶ୍ୟରେ ନୋଟିସ୍‍ ଜାରି କରିଛନ୍ତି। ନୂଆ ସମୟ ଅନୁସାରେ ସକାଳ ୭:୦୦ ସମୟରୁ କୋର୍ଟ କାର୍ଯ୍ୟ ଆରମ୍ଭ ହେବ। ସେହିପରି ମଧ୍ୟାନ୍ନ ୧:୦୦ ସମୟରେ କୋର୍ଟ ବନ୍ଦ ହେବ। ଏହା ଭିତରେ ଅଧ ଘଣ୍ଟାର ବିରତି ରହିବ। ବିରତ ନିର୍ଘଣ୍ଟ ସକାଳ ଦଶଟାରୁ ସଢ଼େ ଦଶଟା ମଧ୍ୟରେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସାଢ଼େ ସାତଟାରୁ ସାଢ଼େ ବାରଟା ପର୍ଯ୍ୟନ୍ତ ବିଚାର କରିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଖରା ଛୁଟି ପର୍ଯ୍ୟନ୍ତ ଏହି କାର୍ଯ୍ୟ ନିର୍ଘଣ୍ଟ ଜାରି ରହିବ। ଏହି କାର୍ଯ୍ୟ ନିର୍ଘଣ୍ଟରୁ ୫ କୋର୍ଟ ବାଦ୍‍ ପଡ଼ିଛି। ସେହି କୋର୍ଟ ହେଉଛି ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର କୋରାପୁଟ ସଦର ଏବଂ ପୁରୀ ସଦର।