Top 10 News Today | 29 March | Evening    


COMMERCIAL BREAK
SCROLL TO CONTINUE READING

1.RCB vs KKR Match 2024: ଶୁକ୍ରବାର ଚିନ୍ନାସ୍ୱାମୀ ଷ୍ଟାାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ନିଜର ବ୍ୟାଟିଂ ଯାଦୁ ଦେଖାଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷ ମୁକାବିଲାରେ ବିରାଟ କୋହଲି ୫୯ ବଲ ଖେଳି ୮୩ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ଏହି ଧୂଆଁଧାର ପାଳିରେ ୪ ଚୌକା ଏବଂ ୪ ଛକା ସାମିଲ ରହିଛି।


2.South Africa Bus Accident: ଦକ୍ଷିଣ ଆଫ୍ରିକାରେ ଘଟିଯାଇଛି ଏକ ବଡ଼ ସଡ଼କ ଦୁର୍ଘଟଣା। ଏଠାରେ ଏକ ବସ୍ ବ୍ରିଜ୍ ତଳୁ ପ୍ରାୟ ୫୦ ମିଟର (୧୬୫ ଫୁଟ) ଗର୍ତ୍ତକୁ ଖସି ପଡି଼ଥିଲା। ଏହି ବସ୍‌ ଯୋଗେ ଯାତ୍ରା କରୁଥିବା ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ କେବଳ ଜଣେ ୮ ବର୍ଷର ବାଳିକା ବର୍ତ୍ତି ଯାଇଛି। ବ୍ରିଟିଶ ଗଣମାଧ୍ୟମ ବିବିସି ରିପୋର୍ଟ ଅନୁଯାୟୀ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଏକ ବ୍ୟାରିୟର ସହ ଧକ୍କା ହେବା ପରେ ଗର୍ତ୍ତରେ ଖସିପଡି଼ଥିଲା। ଗର୍ତ୍ତରେ ଖସି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍ ଇଷ୍ଟର ତୀର୍ଥଯାତ୍ରୀଙ୍କୁ ପଡୋଶୀ ଦେଶ ବୋତସ୍ୱାନା ଠାରୁ ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଲିମ୍ପୋପୋ ପ୍ରଦେଶର ମୋରିଆ ସହର ଅଭିମୁଖେ ଯାତ୍ରା କରୁଥିଲା। 


3.Pradeep Panigrahi Allegation Against BJD: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି। ବିଡିଓ, ପୋଲିସ ଅଫିସର ତଥା ବଡ଼ ବଡ଼ ପୋଲିସ ଅଧିକାରୀଙ୍କୁ ବିଜେଡ଼ି ନିଜର ଦଳୀୟ କାର୍ଯ୍ୟରେ ଲଗାଉଛି। ନିର୍ବାଚନ ଆସିଲେ ପ୍ରଶାସନ ଅଧିକାରୀ ବିଜେଡି କର୍ମୀ ଭଳି କାର୍ଯ୍ୟ କରନ୍ତି। ନିର୍ବାଚନ ସରିଲେ ସେମାନଙ୍କୁ ଅନ୍ୟ ଜାଗାକୁ ବଦଳି କରାଯାଏ। ଏହି ଘଟଣା କିଛି ନୂଆ ନୁହଁ। ବରଂ ଦୀର୍ଘ ବର୍ଷ ଧରି ଶାସନରେ ଥିବା ଶାସକ ବିଜେଡି ଏଭଳି ହୀନକାର୍ଯ୍ୟ କରୁଛି। ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ ଏବଂ ନିରପେକ୍ଷ କରିବା ନିତ୍ୟାନ୍ତ ଆବଶ୍ୟକ। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ପଡିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବ୍ରହ୍ମପୁର ଲୋକସଭା ଆସନର ବିଜେପି ଲୋକସଭା ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।


4. BJP Workers Join BJD: ଶୁକ୍ରବାର (ମାର୍ଚ୍ଚ ୨୯) ଢେଙ୍କାନାଳ-ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଶଙ୍ଖଭବନ ଠାରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଢେଙ୍କାନାଳ ସଦର ବିଧାୟକ ସୁଧିର ସାମଲ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ସୁଲାତା ଦେଓ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଢେଙ୍କାନାଳ ଆସନରୁ ପ୍ରାର୍ଥୀ ହୋଇଥିବା ଅବିନାଶ ସାମଲ ଉପସ୍ଥିତ ରହିଥିଲେ। ବିଜେଡି ହାତ ଧରିଥିବାଶତାଧିକ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାୟକ ସାମଲ, ସାଂସଦ ପାତ୍ର, ଶ୍ରୀମତୀ ଦେଓୱ ଏବଂ ଦଳୀୟ ପ୍ରାର୍ଥୀ ଅବିନାଶ ସାମଲ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଶୁକ୍ରବାର ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଢେଙ୍କାନାଳ ଲୋକସଭା ଆସନରେ ଦଳୀୟ ସଙ୍ଗଠନ ଆହୁରି ମଜଭୂତ ହେବ ବୋଲି ସେମାନେ କହିଥିଲେ। 


5. Former BJD MLA-MP Join BJP: ପୂର୍ବତନ ରାଜ୍ୟସଭା ସାଂସଦ ତଥା କେସିଙ୍ଗା ଏବଂ ନର୍ଲା ବିଧାନସଭା ଆସନର ପୂର୍ବତନ ବିଧାୟ ଧନେଶ୍ୱର ମାଝୀ ଶୁକ୍ରବାର ବିଜେଡ଼ି ବିଜେପି ହାତ ଧରିଛନ୍ତି। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ। ତାଙ୍କ ନେତୃତ୍ୱ ଏବଂ ବିଜେପି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଏବଂ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଅନ୍ୟ ପଟେ ରାଜ୍ୟର ବିକାଶରେ ବଡ ବାଧକ ସାଜିଛି ବିଜେଡ଼ି। ବିଜୁ  ଜନତା ଦଳରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି ବୋଲି କହିଛନ୍ତି ଧନେଶ୍ୱର ମାଝୀ।


6. JEE Main Exam: ଆସନ୍ତା ଅପ୍ରେଲ ୪ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ପରୀକ୍ଷା। ଦେଶର ୩୧୯ ସହର ଏବଂ ବିଦେଶରେ ୨୨ ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‍ଟିଏ) ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ପରୀକ୍ଷାର୍ଥୀ ଏନ୍‍ଟିଏ ଅଫିସିଆଲ ୱେବସାଇଟ୍ jeemain.nta.ac.in ପରିଦର୍ଶନ କରି ଉଭୟ ପେପର-୧ ଏବଂ ପେପର-୨ ପାଇଁ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ। ଆସନ୍ତା ଅପ୍ରେଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଜେଇଇ ମେନ୍ ପରୀକ୍ଷା।


7. 3 Former MLA Join BJD: ଶୁକ୍ରବାର ଦଳ ଛାଡ଼ିବା ପରେ ବିଜୁ ଜନତା ଦଳରେ ସାମିଲ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ। ସୁରେନ୍ଦ୍ର ସିଂହ ଭୋଇ ଟିଟିଲାଗଡ଼ ଆସନରୁ ୨୦୦୯ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ  ସାଲେପୁର ଆସନର ପୂର୍ବତନ ବିଧାୟକ ପ୍ରକାଶ ବେହେରା  ଏବଂ ନୀଳଗିରି ଆସନର ବିଧାୟକ ସୁକାନ୍ତ ନାୟକ ଖୁବଶୀଘ୍ର ବିଜେଡ଼ି ହାତ ଧରିପାରନ୍ତି।


8. UN Raise Question on Arvind Kejriwal Arrest ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛି ମିଳିତ ଜାତିସଂଘ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ଆସନ୍ତା ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆହୁରି ୪ ଦିନ ଇଡି ହେପାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।  ଅରବିନ୍ଦ କେଜ୍ରିୱାଲଙ୍କ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି। ଇଡି ଆବେଦନ ଉପରେ ଶୁଣାଣି କରି ୪ ଦିନ ରିମାଣ୍ଡ ପ୍ରଦାନ କରିଛନ୍ତି ଦିଲ୍ଲୀ ରାଉଜ ଆଭେନ୍ଯୁ କୋର୍ଟ। 


9. Mukhtar Ansari Death Case:  ଉତ୍ତର ପ୍ରଦେଶ ମାଫିଆ-ରାଜନେତା ମୁଖତାର ଅନସାରୀର ମୃତ୍ୟୁ ଘଟଣାରେ ପୁଅ ଉମର ଅନସାରୀ ଆଣିଛନ୍ତି ଗୁରୁତର ଅଭିଯୋଗ। ଏନେଇ ଓମାର କହିଛନ୍ତି ଯେ, ଆମେ ମଧ୍ୟ ମଣିଷ। ବାପାଙ୍କ ଅନୁପସ୍ଥିତିରେ ଗୋଟିଏ ପୁଅର ଅବସ୍ଥା ଯାହା ହୋଇଥାଏ ବର୍ତ୍ତମାନ ମୋ ଅବସ୍ଥା ମଧ୍ୟ ସମାନ। ବାପାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ ବୋଲି ଓମାର କହିଛନ୍ତି। ବାପାଙ୍କୁ ୩ ଦିନ ଆଇସିୟୁ ଠାରେ ରଖାଯାଇଥିଲା ପରେ ୱାର୍ଡ ଠାରେ ଭର୍ତ୍ତି କରାନଯାଇ ସିଧାସଳଖ ଜେଲ୍ ପଠାଯାଇଥିଲା। ବାପା ମୋତେ କହିଥିଲେ ଯେ ତାଙ୍କୁ ସ୍ଲୋ ପଏଜନ (Slow Poison) ଦିଆଯାଉଛି। 


10. CBI Case against Prafulla Patel Dismissed: କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଅମଳରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରହିଥିବା ପ୍ରଫୁଲ୍‍ ପଟେଲ୍‍ଙ୍କ ବିରୋଧରେ ଚାଲିଥିବା ସିବିଆଇ ମାମାଲା ରଦ୍ଦ ହୋଇଛି। ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସ ସମ୍ମିଶ୍ରଣ ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସିବିଆଇ ଏବଂ ଇଡି ଦ୍ୱାରା ତାଙ୍କୁ ମଧ୍ୟ ପୂର୍ବରୁ ଜେରା କରାଯାଇଥିଲା। ଏନ୍‍ଡିଏ ମେଣ୍ଟରେ ଯୋଗ ଦେବା ପରେ ଏହି ମାମଲା ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି।