ପୁରୀ ପରିକ୍ରମା ପ୍ରକଳ୍ପ: ଆଜି ବ୍ରାହ୍ମଣ ବରଣ
ଆଜି ପୁରୀରେ ମହାଯଜ୍ଞ। ଏଥିଲାଗି ଅଧିକ ୩୮ ବ୍ରାହ୍ମଣ ବରଣ କରାଯିବ। ସୂର୍ଯ୍ୟପୂଜା ଓ ଯଜ୍ଞଶାଳା ପରିକ୍ରମା ପରେ ସେମାନେ ଯଜ୍ଞଶାଳାରେ ପ୍ରବେଶ କରିବେ। ଏଠାରେ ୧୬ଟି ସ୍ତମ୍ଭରେ ୧୬ ଦେବତାଙ୍କୁ ସ୍ଥାପନ କରିବେ। ଏହପରେ ଅଗ୍ନି ସଂସ୍କାର ଓ ବୈଷ୍ଣବାଗ୍ନି ପ୍ରଦାନ କରାଯାଇ ଯଜ୍ଞ ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମ ବିଶେଷ ଭବ୍ୟ ବାତାବରଣରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ଚାରି ଦ୍ୱାରରେ ସକାଳୁ ବେଦ ପାଠ ଆରମ୍ଭ ହୋଇଛି। ୧୭ ତାରିଖରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରାଯାଇ ସର୍ବସାଧାରଣଙ୍କ ଯାତାୟାତ ଲାଗି ଉନ୍ମୁକ୍ତ କରାଯିବ। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ୧୭ରେ ସରକାରୀ ଛୁଟି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲୋକଙ୍କ ଭାଗିଦାରୀ ବୃଦ୍ଧି ପାଇଁ ୧୭ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ସମସ୍ତ ସ୍କୁଲ୍‍, କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। 


ଆଜି ମକର ସଂକ୍ରାନ୍ତି
ଆଜି ରାଜ୍ୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି। ବନ୍ଧୁ ପ୍ରତି ପ୍ରତିବଦ୍ଧତାର ଏହା ଏକ ବଳିଷ୍ତଠ ପର୍ବ। ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ ଉତ୍ସବ ପାଳନ କରାଯାଉଛି। ପ୍ରତିବର୍ଷ ମକର ସଂକ୍ରାନ୍ତିକୁ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ଭାବେ ପାଳନ କରାଯାଇଥାଏ। ୧୮୪୩ ଜାନୁୟାରୀ ୧୩ ତାରିଖ ମକର ସଂକ୍ରାନ୍ତି ଦିନ ତାଙ୍କର ଜନ୍ମ ହୋଇଥିଲା। ଓଡ଼ିଆ ଭାଷାରେ କବିତା, ଉପନ୍ୟାସ, ଗଳ୍ପ, ଦର୍ଶନ ଲେଖି ସେ ଅମର ହୋଇ ଯାଇଛନ୍ତି। ଜଣେ ସମାଜ ସଂସ୍କାରକୁ ଭାବେ ସେ ପରିଚିତ ଥିଲେ। 


ଆଜିଠୁ ଧନୁଯାତ୍ରା
ଆଜିଠାରୁ ପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ରେ ଆରମ୍ଭ ହେବାକୁ ଯାଉଛି। ମୁକ୍ତାକାଶ ଯାତ୍ରାରେ ସାରା ବରଗଡ଼ ସାମିଲ୍‍ ହେବ। କୃଷ୍ଣଙ୍କ ବାଲ୍ୟଲୀଳା ଓ କଂସବଧ ଏହାର ମୁଖ୍ୟ ବିଷୟବସ୍ତୁ। ୧୧ ଦିନ ବ୍ୟାପୀ ଏହି ଯାତ୍ରା ଚାଲିବ। ଏଥିରେ ବରଗଡ଼ ଗୋପ ନଗରୀ ପାଲଟିବ ଏବଂ ଆମ୍ବପାଲି ହେବ ମଥୁରା। ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଉଦ୍‍ଘାଟନ ଆଜି କରିବେ। 


ପିଏମ୍‍-ଜନମନ ଯୋଜନାର ପ୍ରଥମ କିସ୍ତି ଅର୍ଥ ପ୍ରଦାନ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଘୋଷଣା କରାଯାଇଥିବା ପିଏମ୍‍-ଜନମନ ଯୋଜନାର ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିବେ। ଏହି ଯୋଜନା ହେଉଛି  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଏକ ଯୋଜନା ଯାହା  ଆଦିମ ଅଧିବାସୀ ତଥା ଲୁପ୍ତ ପାଉଥିବା ସମ୍ପ୍ରଦାୟଙ୍କ ବାସଗୃହ ପ୍ରଦାନ ଲାଗି ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିଥାଏ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ୫୪୬ କୋଟି ଟଙ୍କା ମୁକ୍ତ କରିବେ। ଏହାପରେ ବିଭିନ୍ନ ଅଞ୍ଚଳର ଆଦିମ ଅଧିବାସୀଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି। ପରେ ୧୦୦ଟି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଯୋଗ୍ୟ ହିତାଧିକାରୀଙ୍କୁ  ସହାୟତା ପ୍ରଦାନ କରିବେ। 


ମାଲଦ୍ୱୀପରୁ ପ୍ରତ୍ୟାହୃତ ହେବେ ଭାରତୀୟ ସେନା
ମାଲଡିଭ୍‍ରୁ ଭାରତୀୟ ସେନା ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ମୁଇଜୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୫ ତା ତାରିଖ ସୁଦ୍ଧା ଏହି ଅପସାରଣ କାର୍ଯ୍ୟ ଶେଷ କରିବାକୁ ଭାରତକୁ କହିଛନ୍ତି ମାଲଡିଭ୍‍ ରାଷ୍ଟ୍ରପତି।  ଦୁଇମାସ ପୂର୍ବରୁ ରାଷ୍ଟ୍ରପତି ଭାବେ ଶପଥ ନେବା ବେଳେ ଏହି କଥା ମୁଇଜୁ ଘୋଷଣା କରିଥିଲେ। ଏଥିଲାଗି ଏକ ଉଚ୍ଚସ୍ତରୀୟ ବେୈଠ ଅନୁଷ୍ଠି ହୋଇଛି। ମାଲେଠାରେ ହୋଇଥିବା ଏହି ବୈଠକରେ ଭାରତୀୟ ଉଚ୍ଚାୟୁକ୍ତ ଯୋଗ ଦେଇଥିଲେ। 


ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ 
ଆସନ୍ତା ନିର୍ବାଚନରେ କଂଗ୍ରେସକୁ ସଫଳତା ଦେବା ଲାଗି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ମଣିପୁରଠାରୁ ଏହି ଯାତ୍ରା ୧୪ ତାରିଖ ଦିନ ଆରମ୍ଭ ହୋଇଛି। ଯାହାର ନାଁ ରହିଛି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ଏହା ଓଡ଼ିଶା ସମେତ ୧୫ଟି ରାଜ୍ୟକୁ ଯାତ୍ରା କରିବ ବୋଲି କଂଗ୍ରେସ ସୂଚନା ଦେଇଛି। ୧୦୦ ଲୋକସଭା ନିର୍ବାଚନ ମଣ୍ଡଳୀକୁ ପହଞ୍ଚିବା ଟାର୍ଗେଟ କରିଥିବା ଏହି ଯାତ୍ରା ବିଶେଷ କରି ଆଦିବାସୀ ଓ ହିନ୍ଦିଭାଷୀ ଅଞ୍ଚଳରେ ନିଜର ପ୍ରଭାବକୁ ଫେରାଇବା ଲାଗି ପ୍ରୟାସ କରିଛି। 


ଦିଲ୍ଲୀରେ ଘନ କୁହୁଡ଼ି, ଉଡ଼ାଣରେ ବିଳମ୍ବ
ଦିଲ୍ଲୀ ବିମାନ ବନ୍ଦରରେ କୁହୁଡ଼ିର ଆସ୍ତରଣ  ଉଭୟ ବିମାନ କମ୍ପାନୀ ଓ ଯାତ୍ରାୀଙ୍କୁ ନାକେଦମ କରିଛି। ପାହାନ୍ତା ୩ଟାରୁ ସକାଳ ସାଢ଼େ ୧୦ଟାଯାଏ ଦୃଶ୍ୟମାନ ଶୂନ ହୋଇଯାଉଥିବାରୁ ବାଧ୍ୟ ହୋଇ ନିର୍ଦ୍ଧାରିତ ବିମାନକୁ ବାତିଲ ବା ବିଳମ୍ବ କରିବାକୁ ବାଧ୍ୟ ହେଉଛନ୍ତି କର୍ତ୍ତୃପକ୍ଷ। ଏଥିଯୋଗୁ ଦିଲ୍ଲି ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରାୟ ୪୦୦ ବିମାନକୁ ବିଳମ୍ବରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଖାଲି ସେତିକି ନୁହେଁ ବିମାନ ଚଳାଚଳ କମ୍ପାନୀ ନିର୍ଦ୍ଧାତିତ ୨୦ ବିମାନକୁ ବାତିଲ କରିଥିବା ବେଳେ ୨୦ଟିକୁ ଅନେକ ବିଳମ୍ବରେ ଚଳାଇଛନ୍ତି।


ଅଧୂରା ରହିଲା ନିଜସ୍ୱ ମାନବ ରହିତ ବିମାନ ସ୍ୱପ୍ନ
ତେର ବର୍ଷର ଗବେଷଣା ଓ ଉତ୍ପାଦନ ପରେ ଦେଶର ସର୍ବବୃହତ ସାମରିକ ଡ୍ରୋନ୍‍ ନିର୍ମାଣ ପ୍ରକଳ୍ପକୁ ବନ୍ଦ କରାଯାଇଛି। ଆମଦାନୀ କରାଯାଉଥିବା ଇଞ୍ଜିନ୍‍ ଏବଂ ଓଜନ ବୃଦ୍ଧି ଭଳି ସମସ୍ୟାକୁ ଆଖିରେ ରଖି ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଫଳରେ ୧୭୮୬ କୋଟି ଟଙ୍କା ନିବେଶରେ ଭାରତ ପ୍ରସ୍ତୁତ କରିବାକୁ ଥିବା ନିଜସ୍ୱ ମାନବ ରହିତ ବିମାନ ସ୍ୱପ୍ନ ଅପୂରଣୀୟ ହୋଇଯାଇଛି। ଅପରପକ୍ଷେ ଘେରାଇ କମ୍ପାନୀ ଆଦାନୀ ଡିଫେନ୍ସ ଓ ଏରୋସ୍ପେସକୁ ପ୍ରଶ୍ରୟ ଦେବା ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।


ଫେବୃଆରୀ ୧୬ରୁ ଖଣ୍ଡଗିରି ମେଳା
ଫେବୃୟାରୀ ୧୬ ତାରିଖ ମାଘ ସପ୍ତମୀଠାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। ଭାରତର ବିଭିନ୍ନ କୋଣରୁ ସାଧୁ ସନ୍ୟାସମାନେ ଏଠାରେ ସମାଗମ ହେବେ। ଏହି ଅବସରରେ ଲୋକଙ୍କ ସମାଗମକୁ ଦେଖି ଖଣ୍ଡଗିରିରେ ଯାତ୍ରା ପ୍ରତିଯୋଗୀତା ଆରମ୍ଭ ହେବ। ୧୮ରୁ ଏହି ମହାସମର ଆରମ୍ଭ ହେବ। ଏ ଭିତରେ ୧୩ ଯାତ୍ରା ପାର୍ଟି ମେସାନଙ୍କ ନାଟକ ପ୍ରସ୍ତୁତ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି।