H1. ଆଜି ଉତ୍କଳ ଦିବସ। ପ୍ରଥମ ଓଡ଼ିଆ ଭାଷାଭାଷୀ ରାଜ୍ୟ ଭାବେ ଆଜିର ଦିନରେ ୧୯୮୮ ମସିହାରେ ଓଡ଼ିଶା ପ୍ରଦେଶ ଗଢ଼ି ଉଠିଥିଲା। ଭାଷା ଭିତ୍ତିରେ ଲୋକଙ୍କ ଭିତରେ ସମନ୍ୱୟ, ସଂସ୍କୃତିକ ସମୃଦ୍ଧିକୁ ଆଧାର କରି ରାଜ୍ୟର କଳ୍ପନା କରାଯାଇଥିଲା। ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡ଼ିଶାର ଏହି ମହନୀୟ ଦୂର ଦୃଷ୍ଟିକୂ ଅନ୍ୟ ରାଜ୍ୟମାନେ ଅନୁସରଣ କରି ନୂଆ ରାଜ୍ୟ ଗଠନ କରିଥିଲେ। ଆଜି ଯାଏ ମଧ୍ୟ ଏହି ଧାରା ବଜାୟ ରହିଛି। ସାରା ରାଜ୍ୟ ଏହି ଦିନଟିକୁ ସ୍ମରଣ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। 


COMMERCIAL BREAK
SCROLL TO CONTINUE READING

H2. ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ଲାଗି ଏହି ନିର୍ଘଣ୍ଟ କରାଯାଇଛି। ସନ୍ଧ୍ୟା ୬ଟାରୁ ରାତି ୧୦ଯା ଯାଏ ଏହି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ଶ୍ରୀଜିଉଙ୍କ ଶ୍ରୀପୟରର ସୁରକ୍ଷା ଲାଗି ଏହି ନୀତି ଅନୁଷ୍ଠିତ ହୋଇଥାଏ। ପରମ୍ପରେ ଅନୁସାରେ ମଧ୍ୟାହ୍ନ ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଗଲା ପରେ ଦଇତା ସେବକମାନେ ବେହେରଣ ଦ୍ୱାର ଦେଇ ପ୍ରବେଶ କରନ୍ତି ଏବଂ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପନ୍ନ କରାଇଥାଆନ୍ତି। 


H3. ଆଜିଠାରୁ ଅନେକ ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ବିଶେଷକରି ଆର୍ଥିକ ବର୍ ଆରମ୍ଭ ହେଉଥିବାରୁ ଫାସଟ୍ୟାଗ୍‍, ମ୍ୟୁଚୁଆଲ ଫଣ୍ଡ, ବୀମା ଡେବିଟ୍‍ ଓ କ୍ରେଡିଟ୍‍ କାର୍ଡ, ଇପିଏଫ୍‍, ଏନ୍‍ପିଏସ୍‍ରେ ନୂଆ ନିୟମ ଲାଗୁ ହେବ। ନୂଆ ଟିକସ ବ୍ୟବସ୍ଥାକୁ ଡିଫଲ୍ଟ ବ୍ୟବସ୍ଥା ଭାବେ ଗ୍ରହଣ କରାଯିବ। ଅର୍ଥାତ୍‍ ପୁରୁଣା ଟିକସ ଚୟନ କରି ନଥିବା ବ୍ୟକ୍ତିଙ୍କୁ ନୂଆ କର ବ୍ୟବସ୍ଥା ଆପଣାଇବାକୁ ହେବ। 


H4. ଆୟକର ସୀମାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାକୁ ସ୍ପଷ୍ଟ କରିଛନ୍ତି ଅର୍ଥ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ କୁହାଯାଇଛି ଯେ, ସାମାଜିକ ଗଣମାଧ୍ୟମରେ ନୂଆ ଟିକସ ବ୍ୟବସ୍ଥାକୁ ନେଇ ଅନେକ ବିଭ୍ର୍ରାନ୍ତିମୂଳକ ତଥ୍ୟ ପ୍ରସାରିତ ହେଉଛି। କିନ୍ତୁ ମନ୍ତ୍ରଣାଳୟ କୌଣସି ପରିବର୍ତ୍ତନ କରି ନଥିବା ଜଣାଇଛନ୍ତି। ନୂଆ ଟିକସ ବ୍ୟବସ୍ଥାରେ ଟିକସ କମ୍‍ ରହିଛି। ଏଥିରେ ପୂର୍ବରୁ ମିଳିଥିବା ରିହାତି ବ୍ୟବସ୍ଥା ଯେମିତି ଦରମାରୁ ୫୦ ହଜାର ଟଙ୍କା ଓ ପେନ୍‍ସନରୁ ୧୫ ହଜାର ଟଙ୍କାର ରିଆତି ରହିଥିଲା ତାହା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରଣାଳୟ। 


H5. ଜୟଦେବ ଭବନଠାରେ ସନ୍ଧ୍ୟା ୬ଟାରେ ଆଜି ରାଜ୍ୟସ୍ତରୀୟ ଉତ୍କଳ ଦିବସ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ର୍ରୀ ମୁଖ୍ୟ ଅତିଥି ଏବଂ ବାଚସ୍ପତି ସମ୍ମାନୀତ ଅତିଥିବ ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 


H6. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ଜଗନ୍ନାଥ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟସକବି ଫକୀର ମୋହନ ସେନାପତି, ସ୍ୱଭାବ କମି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ଅନେକ ଭହାପୁରୁଷଙ୍କୁ ସେ ଏହି ଅବସରରେ ସ୍ମରଣ କରିଛନ୍ତି। ଆସନ୍ତା ୧୨ ବର୍ଷ ଏକ ଯୁଗ ଭଳି। ଏହି କାଳରେ ସମୃଦ୍ଧି ଓ ସମ୍ପନ୍ନକାଳରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସାମୂହିକ ଶପଥ ନେବାକୁ ସେ କହିଛନ୍ତି। 


H7. ଆମେରିକାରେ ଥିବା ଶିଖ୍‍ ସମ୍ପ୍ରଦାୟ ମେରିଲ୍ୟାଣ୍ଡ, ଆଟଲାଣ୍ଟାଠାରେ ଏକ ବିଶାଳ କାର୍‍ ଶୋଭାଯାତ୍ରା କରିଛନ୍ତି। ଏଥିରେ ସେମାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ସହ ‘ଏଥର ସରକାର ୪୦୦ ପାର୍‍’ ସ୍ଲୋଗାନକୁ କାର୍ ଉପରେ ଲଗାଇ ବୁଲିଛନ୍ତି। 


H8. ରାଜ୍ୟରା ନିର୍ବାଚନ ପରିପ୍ରେକ୍ଷୀରେ ଚାଲିଥିବା ଦଳବଦଳକୁ ନେଇ ବିଜେଡି କଟାକ୍ଷ କରିଛି। କହିଛି ଯେ ରାଜ୍ର ବିଜେପି ୧୪୭ଟି ଯାକ ବିଧାନସଭାରେ ପ୍ରାର୍ଥୀ ଦେବାକୁ ଲୋକ ପାଉ ନାହାନ୍ତି। ସେଥିଲାଗି ଜନ ବିରୋଧୀ ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଦଳରେ ସାମିଲ କରାଯାଉଛି ବୋଲି ଦଳର  ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। 


H9. ବିଜେପି ଓ ବିଜେଡି ବାକିଥିବା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଆଜି ଘୋଷଣା କରିପାରନ୍ତି। ଉତ୍କଳ ଦିବସ ଅବସରରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିପାରେ ରାଜ୍ୟ ବିଜେପି ଟିମ୍‍ ।ଏଭିତରେ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ କୌଣସି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ। ଏ ଭିତରେ ଉଭୟ ଦଳରେ ଦଳ ବଦଳ ବିଧାୟକ ଓ କର୍ମୀଙ୍କ ନାଁ ବଢ଼ି ଚାଲିଛି। ଆଜି ସେମାନଙ୍କୁ ନେଇ ମିଶ୍ରଣ ପର୍ବ ବି ହେମାର ସମ୍ଭାବନା ରହିଛି। ବିଜେଡି ଏଭିତରେ ୭୨ଟି ବିଧାନସଭା ଓ ୧୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଫୋକସରେ ବ୍ରହ୍ମପୁର, ଭଦ୍ରକ, ବରଗଡ଼, ବାଲେଶ୍ୱର ଏବଂ ବଲାଙ୍ଗୀର ଲୋକସଭା ଆସନ ରହିଛି। ଏ ଆସନ ଗୁଡ଼ିକରେ ଶକ୍ତ ବିରୋଧି ପ୍ରାର୍ଥୀ ତଥା ସରକାର ବିରୋଧୀ ତତ୍ତ୍ୱ  ଦଳର ରଣନୀତିକାରଙ୍କୁ ପ୍ରାର୍ଥୀ ଚୟନରେ ଅଡ଼ୁଆ କରୁଥିବା ଜଣାପଡ଼ିଛି। 


H10. ଆଜି ଦିନ ତାପମାତ୍ରା ୨ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି। ପାରଇପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଗଲା ଦୁଇଦିନ ହେଲା କାଳ ବୈଶାଖୀ ହେତୁ ତାପମାତ୍ରା ସାମନ୍ୟ କମ୍‍ ଥିଲା କିନ୍ତୁ ଆଜି ମେଘୁଆ ପାଗ ହୋଇଥିଲେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି।