H.N.1- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ଜଙ୍ଗଲ ବିଭାଗୀୟ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଢେଙ୍କାନାଳରେ ବିଭୁଦାନନ୍ଦଙ୍କ ଘର ସମେତ କଟକ, ଭୁବନେଶ୍ୱରର ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଆଜି ସକାଳେ ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ କ୍ରମେ ୧୮ ଜଣ ଭିଜିଲାନ୍ସ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହ ଏହି ଏକକାଳୀନ ଚଢ଼ଉ ଆରମ୍ଭ କରାଯାଇଥିଲା। ଏଥିରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସାମିଲ ହୋଇଛନ୍ତି। ଯେଉଁ ୮ଟି ସମ୍ପତ୍ତି ଉପରେ ଚଢ଼ଉ ଜାରି ରହିଛି ସେଗୁଡ଼ିକର ଏକ ବିବରଣୀ ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

H.N.2-ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଉଭୟ ଆଞ୍ଚଳିକ ଦଳ  ନ୍ୟାସନାଲ କନଫେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ସହ ମେଣ୍ଟ କରିବାକୁ ଚେଷ୍ଟା କରୁଛି। ଏସମ୍ପର୍କରେ  ଅଧିକ ଆଲୋଚନା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତକାଲି ଶ୍ରୀନଗରରେ ପହଞ୍ଚିଛନ୍ତି।


H.N.3-ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଛି। ଏଡି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ(West Bengal) ସରକାର ଏବଂ ପୁଲିସକୁ ଭତ୍ସନା କରିବା ସହ ମାମଲାରେ ଗୁରୁତର ଅବହେଳା କରାଯାଇଛି ବୋଲି କହିଛନ୍ତି। ଆର.ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସନ୍ଦେହ ଘେରରେ ଥିବା ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ବଢ଼ିଛି। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତାଙ୍କର ମିଛ ଧରା ପରୀକ୍ଷା କରିବ।


H.N-4- ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା, ଯାହାର ପ୍ରଭାବରେ ବର୍ଷା ଲାଗିରହିବ। ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ୨୬ ତାରିଖଠୁ ବର୍ଷାର ପରିମାଣରେ ସାମାନ୍ୟ ହ୍ରାସ ହୋଇପାରେ। ସେପଟେ ଆଜି ମଧ୍ୟ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ବର, ଭୁବନେଶ୍ବର, ଜଗତସିଂହପୁର,ମାଲକାନଗିରି ଓ କଟକରେ ପ୍ରବଳ ବର୍ଷା ହୋଇଛି।ଆସନ୍ତାକାଲି ମଧ୍ୟ ସମାନ ସ୍ଥିତି ସହ ୨୪ରୁ ବର୍ଷାର ପ୍ରକୋପ ବଡ଼ିବାକୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।


H.N.5-କୋଲକତା ଆରଜି କର ମେଡିକାଲ୍‍ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମ କୋର୍ଟ ପୁଣିଥରେ ଶୁଣାଣି ଆରମ୍ଭ କରିଛନ୍ତି। ପ୍ରଧାନ ବିଚାର ପତି ଡିଓ୍ୱାଇ ଚନ୍ଦ୍ରଚୂଡ଼ ସିଂହ, ଜଷ୍ଟିସ୍‍ ଜେବି ପାର୍ଡିଓ୍ୱାଲା ଏବଂ ଜଷ୍ଟିସ୍‍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ପ୍ରଥମେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟକୁ ଧ୍ୟାନରେ ନେଇଥିଲେ। ଏକ ମୁଦ ଲଫାପାରେ ସିବିଆଇ ନିଜ ତଦନ୍ତର ସ୍ଥିତି ବିବରଣୀ ସମ୍ପର୍କରେ ଏକ ରିପୋର୍ଟ ସୁପ୍ରିମ୍‍ କୋର୍ଟଙ୍କ ଆଦେଶ ଅନୁସାରେ ଆଜି ଦାଖଲ କରିଛନ୍ତି। ଏ ଭିତରେ ସିବିଆଇ ଷଷ୍ଠଦିନ ପାଇଁ ହସ୍‍ପିଟାଲ୍‍ର ପୂର୍ବତନ ଅଧୀକ୍ଷକ ଡାକ୍ତର ସନ୍ଦୀପ ଘୋଷଙ୍କୁ ଜେରା କରିଛି। 


H.N.6- କେରଳର ରାଜଧାନୀ  ଥିରୁଅନନ୍ତପୂରମ୍‍ ବିମାନବନ୍ଦରରେ  ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ମୁମ୍ବାଇରୁ ଥରରୁଅନନ୍ତପୂରମଠାରେ ଅବତରଣ କରିଥିବା ଏକ ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଖବର ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ବିମାନ ବନ୍ଦର ପକ୍ଷରୁ ସମ୍ପୃକ୍ତ ବିମାନକୁ ଅଲଗା ରଖାଯାଇଛି। ବିମାନରେ ୧୩୫ ଯାତ୍ରୀ କେରଳ ଆସୁଥିଲା।  କୌଣସି ଜୀବନ ଉପରେ ବର୍ତ୍ତମାନ ସୁଦ୍ଧା ବିପତ୍ତି ଜଣାପଡ଼ି ନାହିଁ। 


H.N.7-ଗଞ୍ଜାମ ମଦ ମୃତ୍ୟୁ ମାମଲାକୁ ନେଇ ବିଧାନସଭାରେ ଝଡ଼ । ପ୍ରଶ୍ନକାଳ ଆରମ୍ଭରୁ ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଥିଲା । କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥାର ମାତ୍ରାଧିକ କାର୍ଯାନୁଷ୍ଠାନ ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଥିଲା । କେବଳ ଏତିକି ନୁହେଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ୍ ଉପରେ ଚଢ଼ି ପ୍ରତିବାଦ କରି କହିଥିଲେ ଉଭୟ ବିଜେଡି ଓ କଂଗ୍ରେସ ପୃଷ୍ଟ ପୋଷକତାରେ ମଦ କାରବାର ଚାଲିଥିଲା । ସରକାର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।


H.N.8-ଅଯୋଧ୍ୟାର ଭଦର୍ସାଠାରେ ହୋଇଥିବା ଗ୍ୟାଙ୍ଗ ରେପ୍ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସମାଜବାଦୀ ପାର୍ଟିର ନେତା ମୁଇଦ ଖାନଙ୍କ ବିରୋଧରେ ଜବରଦସ୍ତ ଆକ୍ସନ ନେଇଛି ଯୋଗୀ ସରକାର। ମୁଇଦ ଖାନଙ୍କ ବିଭିନ୍ନ ବେଆଇନ୍ ବିଲ୍ଡିଂରେ ବୁଲଡୋଜର ଚଲାଯାଇ ଧ୍ୱସ୍ତ କରାଯାଇଛି। ଗୁରୁବାର ସକାଳ ୧୧ ଟାରେ ପ୍ରଶାସନ ଏକ ବୁଲଡୋଜର ସାହାଯ୍ୟରେ ଭଦର୍ସାର ସପିଂ କମ୍ପ୍ଲେକ୍ସରେ ପହଞ୍ଚି ଏହାକୁ ଭାଙ୍ଗିବା ଆରମ୍ଭ କରିଥିଲା। ଏହି କମ୍ପ୍ଲେକ୍ସରେ ଥିବା ସମସ୍ତ ଦୋକାନ ଏବଂ ଏକ ବ୍ୟାଙ୍କକୁ ଖାଲି କରାଯାଇଥିଲା।


H.N.9-୪୫ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦୀ। ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ୱାଗତ କରିଥିଲେ।


H.N.10-  ଭାରତୀୟ ଦଳ ଚଳିତ ବର୍ଷ ନ୍ୟୁଜିଲାଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବ। କିନ୍ତୁ ଏବେ ବିସିସିଆଇ ଟୁଇଟ୍ କରି ଘୋଷଣା କରିଛି ଯେ ଭାରତୀୟ ଦଳ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତ କରିବ। ଯେଉଁଠାରେ ଟିମ ୫ଟି ଟେଷ୍ଟ ମ୍ୟାଚର ସିରିଜ୍ ଖେଳିବ। ଏହି ସିରିଜ୍ ଆସନ୍ତା ବର୍ଷ ଜୁନ୍ ଓ ଜୁଲାଇ ମାସରେ ଅନୁଷ୍ଠିତ ହେବ।