Top 10 News Today | 7 March | Evening: H1. Odisha Election 2024: ରାଜ୍ୟରେ ମେଣ୍ଟ ଆଲୋଚନା ଆଗକୁ ବଢ଼ାଇବାକୁ ୨ ବିଜେଡି ନେତା ଦିଲ୍ଲୀ ଗସ୍ତର ଯାଇଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ବିଜେଡିର ୨ ନେତା ଯଥା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଯାଇଥିବା ସୂଚନା ରହିଛି।


COMMERCIAL BREAK
SCROLL TO CONTINUE READING

H2. Dearness allowance Hike: କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବା ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଗୁରୁବାର ଦିନ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବାବେଳେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଡିଏ ବୃଦ୍ଧି ହୋଇଥିବା କହିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି।


H3. Pradhan Mantri Ujjwala Yojana News: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଉଜ୍ୱଳା ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୋଦୀ ସରକାର ଆସନ୍ତା ଏକ ବର୍ଷ ପାଇଁ ଉଜ୍ୱଳା ଯୋଜନାରେ ୩୦୦ ଟଙ୍କା ସବସିଡି ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହିଳାମାନେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ୱଳା ଯୋଜନାରେ ସବସିଡିର ସୁବିଧା ପାଇବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ୧୦ କୋଟି ପରିବାର ପାଇଁ ଲାଭଦାୟକ ହେବ।


H4. Asha Worker Salary Hike: ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଆଶାକର୍ମୀ ମୋନେ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ  କରିଥିଲେ। ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । 


H5. Odisha outsourcing workers Salary Hike: ସର୍ଭିସ୍ ପ୍ରୋଭାଇଡର ଏଜନ୍ସି ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ।


H6. PM Modi Kashmir Trip: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ (୭ ମାର୍ଚ୍ଚ) ଜମ୍ମୁ କାଶ୍ମୀରରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଧାରା ୩୭୦ ନାମରେ ଲୋକଙ୍କୁ ବିଭ୍ରାନ୍ତ କରିଛନ୍ତି। ୟୁନିଅନ୍ ଟେରିଟୋରୀର ରାଜଧାନୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି।


H7. Rahul Gandhi promises five guarantees: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ ଦାବି କରିଛନ୍ତି। ଯୁବ ଭୋଟରଙ୍କୁ ହାତେଇବା ପାଇଁ ସେ ମଞ୍ଚରୁ ଅନେକ ବଡ଼ ପ୍ରତିଶୃତି ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ଦେଶରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ୩୦ ଲକ୍ଷ ପଦବୀରେ ନିଯୁକ୍ତି କରାଯିବ। ଏହା ବ୍ୟତୀତ ସେ କଲେଜ ଶେଷ କରିବା ପରେ ୧ ଲକ୍ଷ ଟଙ୍କା ମୂଲ୍ୟର ଆପ୍ରେଣ୍ଟିସିପ୍ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। 'ଯୁବ ନ୍ୟାୟ' ଘୋଷଣା କରିବା ସହ ସେ ପାଞ୍ଚଟି ପ୍ରତିଶୃତି ଦେଇଛନ୍ତି।


H8. Odisha Politics: ୨୦୨୪ ନିର୍ବାଚନ ପୂର୍ବରୁ ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ। ଏହି କ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି। ଏଆଇସିସି ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି। କହିରଖୁଛୁ ଯେ ପ୍ରସାଦ ହରିଚନ୍ଦନ ୩ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଥିବାବେଳେ ପୂର୍ବରୁ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ତୁଳାଇ ସାରିଛନ୍ତି। 


H9. Yashasvi Jaiswal Records: ଭାରତୀୟ ଓପନର୍ ଯଶ୍ୱସୀ ଜୈସୱାଲ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୦୦୦ ରନ୍ ପୂରଣ କରିବାରେ ଜୈସୱାଲ ବର୍ତ୍ତମାନ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। ଏହି ବ୍ୟାଟ୍ସମ୍ୟାନ୍ ମିଳିତ ଭାବେ ଏକ ନମ୍ବରରେ ଥିବା ଚେତେଶ୍ୱର ପୂଜାରା ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଛନ୍ତି। ୧୧ଟି ଟେଷ୍ଟ ମ୍ୟାଚରେ ଦୁହେଁ ଏହି କୀର୍ତ୍ତିମାନ କରିଥିବାବେଳେ ଯଶସ୍ୱୀ ଜୈସୱାଲ କେବଳ କ୍ୟାରିୟରର ୯ମ ମ୍ୟାଚରେ ଏହି କୀର୍ତ୍ତିମାନ କରିଛନ୍ତି। 


H10. India vs England Dharamshala Test 1st Day: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟର ପ୍ରଥମ ଦିନ ସଂପୂର୍ଣ୍ଣ ଭାବେ ଟିମ୍ ଇଣ୍ଡିଆ ନାମରେ ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ପୂରା ଦଳ ୨୧୮ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଇଂଲଣ୍ଡର ୧୨୮ ରନ୍‌ର ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୮୩ ରନ୍ ପଛରେ ରହିଛି ଓ ୧ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଛି। ରୋହିତ ଶର୍ମା ଓ ଶୁବମନ ଗିଲ ଏବେ ମଧ୍ୟ କ୍ରିଜରେ ଅପରାଜିତ ଅଛନ୍ତି।