1.Sahadev Nayak:ରାଜଧାନୀର ରସୁଲଗଡ-ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଭୋର ସମୟରେ ହତ୍ୟା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତଦେହ ସହ ଏକ ସ୍କୁଟି ମଧ୍ୟ ରହିଛି । କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ କରି ମୁଣ୍ଡକୁ କାଟିଦେଇଥିବା ଦେଖିବାକୁ ମିଳିଛି।

 

2. Sahadev Nayak: ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା। ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ । ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଚିହ୍ନଟ ହୋଇ ସାରିଛନ୍ତି।

 

3. Weather Report: ବଢିବ ତାପମାତ୍ରା, କମିବ ଶୀତ। ଆସନ୍ତା ୪ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

4.GDP: ସଙ୍କଟରେ ଭାରତୀୟ ଅର୍ଥନୀତି। ଉତ୍ପାଦନ ଏବଂ ସେବା କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିର ଅଭିବୃଦ୍ଧିର ଗତି ଚାରି ବର୍ଷର ନିମ୍ନକୁ ହ୍ରାସ ପାଇପାରେ। କିନ୍ତୁ ନାମମାତ୍ର ଜିଡିପିର ଅଭିବୃଦ୍ଧି ହାର (ବର୍ତ୍ତମାନର ମୂଲ୍ୟରେ) ବୃଦ୍ଧି ପାଇବ । ୯.୭ ପ୍ରତିଶତ ୨୦୨୩-୨୪ରେ ବର୍ତ୍ତମାନର ମୂଲ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର ୯.୬ ପ୍ରତିଶତ ଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ମଙ୍ଗଳବାର ପ୍ରକାଶିତ 2024-25 ପାଇଁ ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ, ବର୍ତ୍ତମାନର ମୂଲ୍ୟରେ ଜିଡିପିର ଆକାର 2023-24 ମସିହାରେ 295.36 ଲକ୍ଷ କୋଟିରୁ 324.11 ଲକ୍ଷ କୋଟି ଟଙ୍କାକୁ 9.7 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୨୦୨୪-୨୫ ରେ ଡଲାର ମୂଲ୍ୟରେ ଅର୍ଥନୀତିର ଆକାର ହେଉଛି ଚଳିତ ଆର୍ଥିକ ବର୍ଷରେ ୩.୮ ଟ୍ରିଲିୟନ ଡଲାର । ଏହା ଡଲାର ପିଛା ୮୫.୭  ଟଙ୍କା ବୋଲି ଆକଳନ କରାଯାଇଛି। ବର୍ତ୍ତମାନର ମୂଲ୍ୟରେ ମୋଟ ମୂଲ୍ୟ ଯୋଗ (ଜିଭିଏ) ୯.୩ ପ୍ରତିଶତ ବୃଦ୍ଧି ପାଇ ୨୬୭.୬୨ ଲକ୍ଷ କୋଟିରୁ ୨୦୨୪୨୫ ବର୍ଷରେ ୨୯୨.୪୨ ଲକ୍ଷ କୋଟିରେ ପହଞ୍ଚିପାରେ।

 

5.Beach Festival:ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ପୁରୀରେ ପାଦ ଥାପିଛନ୍ତି ପ୍ରବାସୀ ଭାରତୀୟ ମାନେ।ସେମାନଙ୍କୁ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ ଯୋଗାଇ ଦେବା ସହ ଓଡ଼ିଶାର ସଂସ୍କୃତି,ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ସୁଖଦ ଅନୁଭୂତି ଦେବା ପାଇଁ ପର୍ଯ୍ୟଟନ ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି।

 

6.EPFO:  ଇପିଏଫଓ ପେନସନ ଯୋଜନାରେ ବଡ଼ ପରିବର୍ତ୍ତନ କରିଛି। ପୂର୍ବରୁ, ପେନସନ ରାଶି ପ୍ରାୟତଃ ଏତେ କମ୍ ଥିଲା ଯେ ବଞ୍ଚିବା କଷ୍ଟକର ହୋଇପଡିଥିଲା। କିନ୍ତୁ ବର୍ତ୍ତମାନ ପେନସନଭୋଗୀମାନଙ୍କୁ ଖୁସି ଖବର ଦେଇଛି ଇପିଏଫଓ। ପ୍ରତି ମାସରେ ଅତି କମରେ ୯ ହଜାର ଟଙ୍କା ଭତ୍ତା ବାବଦରେ ମିଳିବ। ଏହା ବ୍ୟତୀତ ମହଙ୍ଗା ଭତ୍ତା (ଡିଏ) ମଧ୍ୟ ଏଥିରେ ସାମିଲ କରାଯିବ।ଏହି ଅପଡେଟ ଆସିବା ପରେ କେଉଁମାନେ ଲାଭାନ୍ୱିତ ହେବେ ଏହି ଅପଡେଟ ଆସିବା ପରେ କୋଟି କୋଟି ପେନସନ ଉପଭୋକ୍ତା ଲାଭବାନ ହେବେ। ବିଶେଷ କରି ୯ ହଜାର ଟଙ୍କାରୁ କମ ରାଶି ପାଉଥିବା ଉପଭୋକ୍ତାମାନେ ବିଶେଷ ଭାବେ ଲାଭବାନ ହେବେ। ଏହା ସହିତ ଅବସର ନେଇଥିବା କିମ୍ବା ଅବସର ନେବାକୁ ଯାଉଥିବା ଉପଭୋକ୍ତା ମଧ୍ୟ ଲାଭବାନ ହେବେ। ଏମାନଙ୍କ ବ୍ୟତୀତ ଯେଉଁମାନେ ଇପିଏଫଓ ଯୋଜନାରେ ସାମିଲ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇପାରିବେ। 

 

7.PM Kisan Yojana: ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନା ଅଧୀନରେ କୃଷକମାନେ ବାର୍ଷିକ ୬ ହଜାର ଟଙ୍କା ସହାୟତା ପାଇଥାନ୍ତି। ଏହି ରାଶି କୃଷକଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା କିସ୍ତି ଆକାରରେ ଦିଆଯାଇଥାଏ। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୮ ଟି କିସ୍ତି ପ୍ରକାଶ ପାଇଛି। ପ୍ରତି ୪ ମାସରେ ଏକ କିସ୍ତି ରିଲିଜ୍ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥାଏ। ଅକ୍ଟୋବର ୨୦୨୪ରେ ୧୮ତମ କିସ୍ତି ରିଲିଜ୍ କରାଯାଥିଲା, ଯାହା ଅନୁଯାୟୀ ଜାନୁଆରୀର ଶେଷ ସପ୍ତାହରେ କିମ୍ବା ଫେବୃଆରୀ ଆରମ୍ଭରେ ୧୯ତମ କିସ୍ତି କୃଷକଙ୍କ ଆକାଣ୍ଟକୁ ଆସିବାର ସମ୍ଭାବନା ରହିଛି। କିନ୍ତୁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

 

8.Prabasi Bhartiya Diwas: ଭୁବନେଶ୍ୱର: ଆରମ୍ଭ ହୋଇଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ବିଦେଶରେ ଥିବା ଭାରତୀୟଙ୍କୁ ଓଡ଼ିଶାରେ ନିବେଶ ଲାଗି ନିମନ୍ତ୍ରଣ କରିଛନ୍ତି। ପ୍ରାକୃତିକ ସମ୍ପତ୍ତିଠାରୁ ଆରମ୍ଭ କରି ଦକ୍ଷ ମାନବ ସମ୍ବଳ, ଡବଲ ଇଞ୍ଜିନ୍‍ ସରକାର, ଶୃଙ୍ଖଳିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ରାଜନୀତିକ ସ୍ଥିରତା ସବୁ କିଛି ଓଡ଼ିଶାରେ ରହିଛି। ଏଣୁ ଏହା ନିବେଶ ଲାଗି ସର୍ବୋତ୍କୃଷ୍ଟ ସ୍ଥାନ ବୋଲି କହିବା ସହ ଓଡ଼ିଶା ପକ୍ଷରୁ ଗୋଟିଲ ସର୍ତ୍ତକୁ ଉଲ୍ଲେଖ କରିଛନ୍ତି। 

 

9.Odisha News: ଠକିଦେଲା ଉଦ୍ୟାନ ବିଭାଗ। ଲକ୍ଷାଧିକ ଟଙ୍କାର ଥାଇଲାଣ୍ଡ ବେରି ଚାରା କୁ ବଞ୍ଚାଇବା କୁ ସଂଘର୍ଷ କରୁଥିବା ଚାଷୀ ନ୍ୟାୟ ପାଇବା ଆଶାରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା। ଆନନ୍ଦପୁର ଉଦ୍ୟାନ ବିଭାଗ ଅଧୀନ ରେ ଅନେକ ଚାଷୀ ଥାଇଲାଣ୍ଡ ବେରି ଲଗାଇ ସ୍ୱାବଲମ୍ବୀ ହେବାକୁ ନିଜ ଜମିରେ ଆରମ୍ଭ କରିଥିଲେ ଚାଷ। ଉଦ୍ୟାନ ବିଭାଗ ସେମାନଙ୍କୁ ଚାରା ସହିତ ବୋର ୱେଲ କରି ପାଣି, ତାର ବାଡ଼ ଓ ମନରେଗା ଯୋଜନା ରେ ପାରିଶ୍ରମିକ ଦେବାର ପ୍ରତିଶୃତି ଦେଇଥିଲା। ଚାଷୀ ମାନେ ଚାରା ତ ପାଇଗଲେ ହେଲେ ଦୀର୍ଘ ୩ ମାସ ପରେ ମଧ୍ୟ ଅନ୍ୟ ସୁବିଧା କିଛି ପାଇ ପାରୁନାହାନ୍ତି। 

 

10.Jasprit Bumrah Injury: ଜସପ୍ରୀତ ବୁମରାଙ୍କ ଆଘାତ ଟିମ୍ ଇଣ୍ଡିଆର ଟେନସନକୁ ବଢ଼ାଇ ଦେଇଛି। ସିଡନୀ ଟେଷ୍ଟର ପ୍ରଥମ ଇନିଂସ ସମୟରେ ବୁମରା ବ୍ୟାକ ସ୍ପାମ୍ କାରଣରୁ ପଡ଼ିଆ ଛାଡିଥିଲେ। ମ୍ୟାଚ ମଝିରେ ସ୍କାନ ପାଇଁ ବୁମ୍ରାଙ୍କୁ ହସ୍ପିଟାଲକୁ ଯିବାକୁ ପଡିଲା। ଯଦିଓ ବୁମ୍ରା ମ୍ୟାଚ୍ ସମୟରେ ଫେରିଥିଲେ ମଧ୍ୟ ସେ ବୋଲିଂ କରିନଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ବୁମ୍ରା ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିପାରନ୍ତି।