H1. ଆଜିଠୁ ବଜେଟ ଅଧିବେଶନ
ଆରମ୍ଭ ହେଲା ସପ୍ତଦଶ ବିଧାନସଭ। ଆରମ୍ଭରେ ଶାସକ ବିଜେପି ସଭ୍ୟମାନେ ଜୟ ଶ୍ରୀରାମ ଏବଂ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଜୟ ଜଗନ୍ନାଥ ନାରା ଦେଇଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ  ଅଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି। ଓଡ଼ଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।


COMMERCIAL BREAK
SCROLL TO CONTINUE READING

H2. ନିଟକୁ ନେଇ ଗୃହରେ ଝଡ଼
ଆରମ୍ଭରୁ ଗୃହରେ 'ନିଟ' ଝଡ଼। ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ଧୋକା ବୋଲି କହିବା ସହିତ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟାରେ ପରୀକ୍ଷାର୍ଥୀ ତଥା ବିରୋଧୀ ଦଳର ନେତାମାନେ ଏହି ବ୍ୟବସ୍ଥା ଉପରେ ଆସ୍ଥା ରଖିପାରୁନାହାନ୍ତି ବୋଲି କହିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଲୋକସଭାରେ ପ୍ରଶ୍ନ ଉତ୍ତର କାଳରେ ଜାତୀୟ ପରୀକ୍ଷା ପ୍ରାଧୀକରଣ ବା ଏନଟିଏ ପ୍ରସଙ୍ଗ ଉପରେ ଆସିଥିବା ଏକ ପ୍ରଶ୍ନର ଆଲୋଚନା ସମୟରେ ଶ୍ରୀ ଗାନ୍ଧୀ ଏହା କହିଛନ୍ତି କେବଳ ନିଟ୍ ନୁହେଁ, ସବୁ ପ୍ରମୁଖ ତଥା ବଡ଼ ବଡ଼ ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମନ୍ତ୍ରୀ ସମସ୍ୟାର ମୌଳିକତାକୁ ବୁଝୁ ନାହାନ୍ତି। ସେ କେବଳ ସମସ୍ତଙ୍କୁ ଦୋଷାରପ କରୁଛନ୍ତି। କିନ୍ତୁ ନିଜକୁ କେବେ ନିଜକୁ ନୁହେଁ ବୋଲି କହିଛନ୍ତି ଶ୍ରୀ ଗାନ୍ଧୀ। 


H3. ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି : ନବୀନ ପଟ୍ଟନାୟକ
ଆଜି ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ବିରୋଧୀ ବିଜେଡି କକ୍ଷତ୍ୟାଗ କରିଛି। ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଓ ମୋ ଦଳ ଅତି ଦୁଃଖିତ, କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଯାଇଛି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇ ଥିବାରୁ ଆମେ ଗୃହ ପରିତ୍ୟାଗ କଲୁ।


H4. କାଲି ବଜେଟ
ଆସନ୍ତା କାଲି ଜୁଲାଇ ୨୩ ତାରିଖରେ ଗୃହରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଗୃହରେ ଦିନ ୧୧ଟାରେ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ତେବେ ଆଜି ପ୍ରଥମ ଦିନରେ ଗୃହରେ ନିଟକୁ ନେଇ ତୁମ୍ଭିତୋଫାନ ଦେଖିବାକୁ ମିଳିଛି। 


H5. ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଉପନିର୍ଦ୍ଦେଶକ
ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ। ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରିବା ଅଭିଯୋଗରେ ଉପନିର୍ଦ୍ଦେଶକ ବସନ୍ତ ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। କଟକ କାର୍ଯ୍ୟାଳୟ ସହ ଭୁବନେଶ୍ୱର, ପୁରୀ, ଭଦ୍ରକରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ବସନ୍ତ ଦାଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। 


H6. ବିଜେଡିର ୧୬ ଜଣିଆ ନୂଆ ମିଡିଆ ଟିମ୍
ନୂଆ ମିଡିଆ ଟିମ୍ ଘୋଷଣା କରିଛି ବିଜେଡି। ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ତେବେ ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି। ଏଥିସହ ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପସିତା ସାହୁ, ସୋଫିଆ ଆଲାମ୍,  ଇରାନୀ ରାୟ, ବିଶ୍ୱନାଥ ପ୍ରତାପ ସାହୁ ଓ ଯୁବ ନେତା ଅରୁପ ଶ୍ରୀଚନ୍ଦନଙ୍କୁ ଏହି ଟିମରେ ସାମିଲ କରାଯାଇଛି।


H7. ଅର୍ଥନୈତିକ ସର୍ଭେ : ଦେଶରେ ବଢିଛି ନିଯୁକ୍ତି ସୁଯୋଗ
ରୋଜଗାର ପ୍ରସଙ୍ଗରେ ମୋଦୀ ସରକାର ସମାଲୋଚନାର ସମ୍ମୁଖୀନ ହେଉଥିବାବେଳେ ଅର୍ଥନୈତିକ ସର୍ଭେରେ ନିଯୁକ୍ତିକୁ ନେଇ ଏକ ସକାରାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି । ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ତଥ୍ୟ ମାଧ୍ୟମରେ ଦର୍ଶାଇଛି ଯେ ଛୋଟରୁ ବଡ଼ କଂପାନିଗୁଡ଼ିକରେ ନୂତନ ନିଯୁକ୍ତି ବୃଦ୍ଧି ପାଇଛି। ଏଥିସହିତ କୃଷି କ୍ଷେତ୍ରରେ ମଧ୍ୟ ଲୋକଙ୍କୁ କାମ ମିଳିଛି। ଏହା ଫଳରେ ପ୍ରବାସ ହ୍ରାସ ପାଇଛି। ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ତ୍ରୈମାସିକ ଶ୍ରମଶକ୍ତି ସର୍ଭେ ସହରାଞ୍ଚଳ ନିଯୁକ୍ତି ଏବଂ ଗ୍ରାମୀଣ ଭାରତ ସମେତ ସମଗ୍ର ଦେଶ ପାଇଁ ବାର୍ଷିକ ତଥ୍ୟ ପ୍ରଦାନ କରିଥାଏ। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ କୃଷି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଯୋଗୁଁ ବିପରୀତ ସ୍ଥାନାନ୍ତର ହୋଇଛି ।


H8. ଆଜିଠୁ ଶ୍ରାବଣ ସୋମବାର
ଆଜିଠାରୁ ଶ୍ରାବଣ ସୋମବାର ବ୍ରତ ଆରମ୍ଭ ହେଉଛି। ହିନ୍ଦୁ ଉପାସକଙ୍କ ପାଇଁ ଏହି ମାସର ସୋମବାରଗୁଡ଼ିକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସୋମବାର ଦିନ ଭଗବାନ ଶିବଙ୍କୁ ଜଳାଭିଶେକ କରାଯାଏ। ପବିତ୍ର ନଦୀ ଓ ପୁଷ୍କରିଣୀରୁ ଜଳ ନେଇ ଶିବ ମନ୍ଦିରରେ ଲାଗି କରିବାର ପରମ୍ପରା ରହିଛି। ଏଥିଲାଗି କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୁଏ।


H9. ଆଉ ଦୁଇ ଦିନ ବର୍ଷା
ରାଜ୍ୟରେ ଆଉ ଦୁଇଦିନ ବର୍ଷା ଲାଗି ରହିବ। ଲଗାତାର ଲଘୁଚାପ ଯୋଗୁ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ଅନୁଗୁଳ, ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କିନ୍ତୁ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି।


H10. ବହୁତୁଲେ ହେଲେ ଟିମ ଇଣ୍ଡିଆର ବୋଲିଂ କୋଚ୍‌
ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ତାଙ୍କୁ ଆଜି ବିସିସିଆଇ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ।