Happy Independence Day: ଆଜି ସାରା ଦେଶ ପାଳିଲା  ୭୮ତମ ସ୍ବାଧୀନତା ଦିବସ। ଆଜି ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏନେଇ ଲାଲକିଲ୍ଲା ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବିଶେଷକରି, ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖାଯାଇଥିଲା । ସେପଟେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ହୋଇଛି । 


COMMERCIAL BREAK
SCROLL TO CONTINUE READING

Maoist Attack:ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ। ୧୬ ବର୍ଷର ସ୍କୁଲ ଛାତ୍ରଙ୍କୁ ନିର୍ମମ ହତ୍ୟା। ପୁଲିସ ଇନଫର୍ମର ସନ୍ଦେହରେ ସ୍କୁଲ ଛାତ୍ରକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଛତିଶଗଡ ସୁକମା ଅଞ୍ଚଳ ପୁବର୍ତି ଗାଁର ସୋୟମ ଶଙ୍କରଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି।


Hirakud Dam Drone Shot: ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ାଇବା ଘଟଣା ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର କରିଥିବା ଜଣା ପଡିଛି। ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୁଲିସ। ଏହି ଛାତ୍ରଙ୍କୁ ଥାନକୁ ଡକାଇ ତଦନ୍ତ କରିବ ପୁଲିସ। ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଛାଡିବା ପରେ ଘଟଣା ସାମ୍ନାକୁ ଆସିଥିଲା। ୨୮ ତରିଖ ହୀରାକୁଦ ଭଣ୍ଡାର ତାର ଗେଟ ଖୋଲିବା ସମୟରେ ଏହି ଯୁବକ ଜଣକ ଡ୍ରୋନ୍ ଉଡାଇ ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଥିଲେ।


Cylinder Blast: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଭାଇ ଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଘରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ଭାଇଭଉଣୀ । ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି । ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି ।ରାଜନଗର  ବ୍ଲକ କୁରୁଣ୍ଟି ବଳରାମପୁର ଗ୍ରାମରେ ଗ୍ୟାସ ଟାଙ୍କି ଫାଟିବାରୁ ଘରେ ନିଆଁ ଲାଗିଥିଲା । ମାଆ ଘରୁ ବାହାରି ଆସି ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ସାରିଲା ପରେ ଘର ଭିତରେ ଦୁଇଟି ମୃତଦେହ ପଡି ଥିବାର ଦେଖିଥିଲେ l ତେବେ ଘଟଣାସ୍ଥଳରେ ତହସିଲଦାର ଓ ବିଡ଼ିଓ ପହଞ୍ଚିଥିବା ଜଣାପଡିଛି । 


Odisha Weather Update: ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ- ପଶ୍ଚିମ ଦିଗରେ ହେଉଛି ଅଗ୍ରସର । ଆସନ୍ତା ୨୪ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ । ଏହା  ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ ଜିଲ୍ଲାରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।


Kolkata Horror: ଏସସିବି ଜୁନିୟର ଡାକ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିଅର ଡାକ୍ତର। ଜରୁରୀ କାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ଯୋଗ ନଦେବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି। ୭୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଜୁନିୟର ଡାକ୍ତର ସଂଘ।


Periods Leave: ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆପଣେଇବାକୁ ଯାଉଛନ୍ତି। ଏଥିରେ ସରକାରୀ ମହିଳା କର୍ମଚାରୀମାନେ  ଗୋଟିଏ ଦିନ ଋତୁସ୍ରାବ ଜନିତ ଛୁଟି ପାଇବେ। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ  ଏହି ନୀତି ଲାଗୁ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଥମ ୧୦୦ ଦିନିଆ କାର୍ଯ୍ୟର ଏକ ଅଂଶ ବିଶେଷ ଭାବେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଆଯାଇଛି। 


Govind Mohan: ଗୋବିନ୍ଦ ମୋହନ ହେବେ ଭାରତର ନୂଆ ଗୃହ ସଚିବ । ୧୯୮୯ ସିକ୍କିମ କ୍ୟାଡର ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନ ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନନେବେ । ଭଲ୍ଲାଙ୍କୁ ୨୦୧୯ରେ ଗୃହ ସଚିବ ଭାବେ ପଦୋନ୍ନତି ମିଳିଥିଲା । କେନ୍ଦ୍ର ଗୃହ ସଚିବଙ୍କ କାମ ହେଉଛି ପ୍ରଶାସନିକ ଏବଂ ନୀତିଗତ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବା ।


Vinesh Phogat: ଭାରତୀୟ ରେସଲର ବିନେଶ ଫୋଗାଟଙ୍କ ଆବେଦନକୁ CAS ପ୍ରତ୍ୟାଖ୍ୟାନ କରିଛି, ଅର୍ଥାତ ବର୍ତ୍ତମାନ ସେ ରୌପ୍ୟ ପଦକ ପାଇବେ ନାହିଁ। କହିରଖୁଛୁ ଯେ ସେ ଫାଇନାଲ୍ ମ୍ୟାଚ୍ ଦିନ ଧାର୍ଯ୍ୟ ଓଜନ ଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଥିଲେ। 


Champions Trophy: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜିତ ହେବ। ଭାରତୀୟ କ୍ରିକେଟ୍ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ପାକିସ୍ତାନ ଯିବ କି ନାହିଁ ଜାଣିବାକୁ କ୍ରିକେଟ୍ ପ୍ରଶଂସକମାନେ ଆଗ୍ରହୀ ଅଟନ୍ତି। ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ଅଫିସିଆଲ୍ ବୟାନ ଆସିନାହିଁ, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯାଇ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ନେଇ ସନ୍ଦେହ ରହିଛି। ସେପଟେ ବିସିସିଆଇ ସଚିବ ଜୟ ଶାହ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।


Also Read: Digital Dementia: ମୋବାଇଲ ଫୋନରୁ ବ୍ୟାପୁଛି ଏହି ଭୟଙ୍କର ରୋଗ, ଦେଖାଦେଉଛି ଏହିସବୁ ଲକ୍ଷଣ !