Top 10 News Today | 13th March | H1. Iranian Revolutionary Guards Raid: ଶନିବାର ଦିନ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଇସ୍ରାଏଲ ସହ ସମ୍ପର୍କ ରଖିଥିବା ଏକ ଜାହାଜକୁ ଜବତ କରି ନେଇଛି। କୁହାଯାଉଛି ଯେ ଏହି ଜାହାଜ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ଭାରତକୁ ଆସୁଥିଲା। ଇରାନର ଏହି ଆକ୍ସନ ଏହି ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। ଇରାନ ଜାହାଜକୁ ଜବତ କରିବା ପରେ ଇସ୍ରାଏଲର ସୈନ୍ୟବାହିନୀ ଶନିବାର ଚେତାବନୀ ଦେଇଛନ୍ତି ଯେ ଇରାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହି ଜାହଜରେ ୧୭ ଜଣ ଭାରତୀୟ ଥିଲେ।


COMMERCIAL BREAK
SCROLL TO CONTINUE READING

H2. Megha Engineering Corruption Case: ୩୧୫ କୋଟି ଟଙ୍କା NISP ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ଇସ୍ପାତ ମନ୍ତ୍ରଣାଳୟ ଓ ମେଗା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶନିବାର ଦିନ ଏହି ସୂଚନା ଦେଇଛି। ୩୧୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ଇସ୍ପାତ ମନ୍ତ୍ରଣାଳୟର NMDC ଆଇରନ୍ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟର ଆଠଜଣ ଅଧିକାରୀଙ୍କ ସହ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ବିରୋଧରେ ଏକ ମାମଲା ରୁଜୁ କରିଛି ବୋଲି ତଦନ୍ତକାରୀ ସଂସ୍ଥା କହିଛି।


H3. Bournvita Removal From Health Drink Category: ସମସ୍ତେ ବର୍ନଭିଟା ନାମ ସହିତ ପରିଚିତ ଥିବେ। ଏହା ପିଲାମାନଙ୍କର ପ୍ରିୟ ପାନୀୟ ଭାବରେ ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଅନୁଯାୟୀ, ବର୍ନଭିଟା ଆଉ ସ୍ୱାସ୍ଥ୍ୟ ପାନୀୟ ଭାବରେ ବିବେଚିତ ହେବ ନାହିଁ। ବର୍ନଭିଟାକୁ ଡ୍ରିଙ୍କ୍ ଓ ହେଲ୍ଦି ଡ୍ରିଙ୍କ୍ କ୍ୟାଟେଗୋରୀରୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସମସ୍ତ ଇ-ବାଣିଜ୍ୟ ୱେବସାଇଟକୁ କହିଛି।


H4. Sydney Bondi Junction Mall: ଅଷ୍ଟ୍ରେଲିଆର ସିଡନୀରୁ ଛୁରାମାଡ଼ର ଏକ ମାମଲା ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଏଠାରେ ଥିବା ଏକ ସପିଂ ସେଣ୍ଟରରେ ଅନେକ ଲୋକଙ୍କୁ ଛୁରାମାଡ଼ କରାଯାଇଛି। ଏହି ଘଟଣାରେ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସଂଖ୍ୟା ୨ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଜଣକୁ ଅଷ୍ଟ୍ରେଲୀୟ ପୋଲିସ ଦ୍ୱାରା ଗୁଳି ମାରିଥିଲା।


H5. Lok Sabha Election 2024: ଦେଶରେ ୨୦୨୪ ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି। ନିର୍ବାଚନକୁ ନେଇ ​​ରାଜନୈତିକ ଦଳ ମାନେ ସକ୍ରିୟ ହୋଇଛନ୍ତି। ବିଭିନ୍ନ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। ଏହି ସମୟରେ କଂଗ୍ରେସ ହିମାଚଳ ପ୍ରଦେଶର ମଣ୍ଡି ଆସନ ପାଇଁ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ବିକ୍ରମଦିତ୍ୟ ସିଂଙ୍କୁ ଠିଆ କରାଇଛି।


H6. Bhubaneswar 76th Foundation Day: ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ ବା ପ୍ରତିଷ୍ଠା ଦିବସ। ଆଜି ଏକାମ୍ର କ୍ଷେତ୍ରକୁ ୭୬ ବର୍ଷ ପୂରିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ରାଜଧାନୀ ପାଳନ କମିଟି ପକ୍ଷରୁ ଶନିବାର ଏହି ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଛି। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ବର ନୂଆ ପରିଚୟ ପାଇଥିଲା।


H7. Paan, Gutkha Banned in Samaleswari Temple from 14th April: ଆସନ୍ତାକାଲିଠାରୁ ସମଲେଇ ମନ୍ଦିରରେ ପାନ ଗୁଟଖା ତଥା ମାଦବ ଦ୍ରବ୍ଯ ବ୍ଯାନ୍ । ଏନେଇ  ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ଭକ୍ତଙ୍କୁ ପାନ ଗୁଟଖା ଖାଇ କିମ୍ବା ପାନ ଗୁଟଖା ସାଙ୍ଗରେ ଆଣିବା ତଥା ମାଦବ ଦ୍ରବ୍ଯ ସେବନ କରି ଆସିବା ଉପରେ ବାରଣ କରାଯାଇଛି । ଏହା ସହ  ସିକ୍ଯୁରିଟି ସଂସ୍ଥାର ସୁରକ୍ଷା କର୍ମୀ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ। ଏହା ସହ ମାଦକ ଦ୍ରବ୍ଯ ସେବନ କରି ମନ୍ଦିର ପରିସରରେ ଧରାପଡିଲେ ୫୦୦ ଟଂକା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି। 


H8. Ex-BJD State Secretary Ajay Nayak Joins BJP: ବିଜେପିରେ ସାମିଲ ହେଲେ ଅଜୟ ନାୟକ। ସେ ପୂର୍ବରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପାଇଁ ଅନେକ କାର୍ଯ୍ୟ କରିଥିଲେ। ଏଥିସହ ବିଜେଡ଼ିର ରାଜ୍ୟ ସମ୍ପାଦକ ମଧ୍ୟ ଥିଲେ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଭାବେ ମଧ୍ୟ ଲୋକମାନେ ଅଜୟଙ୍କୁ ଜାଣନ୍ତି। ନିକଟରେ ଅଜୟ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। ଆଜି ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ସାମିଲ ହୋଇଛନ୍ତି।


H9. Actor Sayaji Shinde Hospitalised: ଜଣାଶୁଣା ବଲିଉଡ ତଥା ମରାଠୀ ଚଳଚ୍ଚିତ୍ର ଅଭିନେତା ସାୟାଜୀ ସିନ୍ଦେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପ୍ରିଲ ୧୧ ରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ଜରୁରୀକାଳୀନ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ବର୍ତ୍ତମାନ ସାୟାଜୀ ସିନ୍ଦେଙ୍କ ଅବସ୍ଥା ସ୍ଥିର ରହିଛି। ସେ ହସ୍ପିଟାଲ ବେଡରୁ ଏକ ଭିଡିଓ ସେୟାର କରି ନିଜର ସ୍ୱାସ୍ଥ୍ୟ ଅପଡେଟ୍ ଦେଇଥିଲେ। ସେ କହିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି। ଲୋକଙ୍କ ପ୍ରାର୍ଥନା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


H10. PBKS vs RR IPL 2024 Match: ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ୍ ୨୦୨୪ ର ୨୭ ତମ ମ୍ୟାଚ୍ ମଲାନପୁରର ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପଞ୍ଜାବ କିଙ୍ଗସ୍ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିଚ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଛି। ପଞ୍ଜାବ ତରଫରୁ ଆଶୁତୋଷ ଶର୍ମା ସର୍ବାଧିକ ୩୧ ରନ୍ ସଂଗ୍ରହ କରିଥିଲେ।