H1. ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ୍
ଆଜି ସାରା ବିଶ୍ୱରେ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଯାଇଛି। ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ସେବା ଠପ୍ ହୋଇଯାଇଥିବାବେଳେ ଏହାଦ୍ୱାରା ବ୍ୟାଙ୍କିଂ ସହ ବିମାନ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ୱିଣ୍ଡୋଜ୍ ସେବାରେ ସମସ୍ୟା ହେତୁ ସମଗ୍ର ବିଶ୍ୱରେ ଉପଭୋକ୍ତାମାନେ ଅସୁବିଧାରେ ପଡିଯାଇଛନ୍ତି। ଏହା ଦ୍ୱାରା ମାଇକ୍ରୋସଫ୍ଟର ଅପରେଟିଂ ସିଷ୍ଟମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଗତ କମ୍ପ୍ୟୁଟର ଏବଂ ଲାପଟପ୍ କୁ ମଧ୍ୟ ପ୍ରଭାବିତ କରିଛି। ତେବେ ମାଇକ୍ରୋସଫ୍ଟର ଏଭଳି ଠପ ହେବା ପରେ ବିମାନବନ୍ଦରରେ ବିମାନସେବା ଗୁରୁତର ପ୍ରଭାବିତ ହୋଇଛି। ଦିଲ୍ଲୀ ବିମାନବନ୍ଦର ସହ ଅନ୍ୟ ବିମାନବନ୍ଦରରେ ଯାତ୍ରୀମାନେ ଚେକ ଇନ ସମସ୍ୟାରେ ଶିକାର ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

H2. ଆଜି ନୀଳାଦ୍ରିବିଜେ
ଆଜି ଶ୍ରୀ ଜଗନ୍ନାଥ ମନ୍ଦିରକୁ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। ୧୨ ଦିନର ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ଶେଷ ହେ। ଏଥିଲାଗି ପରମ୍ପରା ଅନୁସାରେ ରୀତିନୀତି ପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଆଜି ଭୋାର୪ଟାରୁ ରଥ ଉପରେ ନୀଳାଦ୍ରୀ ବିଜେ ନୀତି ଆରମ୍ଭ ହୋଇଛି। ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି ପରେ ଅବକାଶ ଶେଷ ହୋଇଛି। ସାଢ଼େ ୬ଟା ଗୋପାଳ ବଲ୍ଲଭ ଭୋଗ୭ଟାରୁ ୮ଟା ଭିତରେ ସକାଳ ଧୂପ ହେବାର ବ୍ୟବସ୍ଥା କରାଯାଇଚି। ଏହାପରେ ପୁଣି ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ, ସାରି ଦଶଟା ସୁଦ୍ଧା ବେଶ ଶେଷ କରାଯିବ। ସାଢ଼ା ୧୦ରୁ ୧୧ଟା ଭିତରେ ମଧ୍ୟାହ୍ନ ଧୂପ, ମଧ୍ୟାହ୍ନ ୧୨ଟା ୧୫ରେ ସନ୍ଧ୍ୟା ଆଳତି ପରେ ସନ୍ଧ୍ୟା ଧୂପ କରାଯାଇ ରଥରେ ଚାରମାଳ ବନ୍ଧାଯିବ। ସାଢ଼େ ତିନିଟା ପରେ ମାଜଣା ହେବେ ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପହଣ୍ଡି। 


H3. ଭିତରକନିକାରେ କୃଜ ସେବା
ଭିତରକନିକାରେ ଆରମ୍ଭ ହେବ କ୍ରୁଜ୍‍ ସେବା। ଅଗଷ୍ଟ ୧ ତାରିଖରୁ ଏହର ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବାକୁ ଯାଉଛି। ଏହି କ୍ରୁଜରେ ପର୍ଯ୍ୟଟକ ଭିତରକନିକା ନଦୀ ଉପରେ ରାତ୍ରୀଯାପନ କରିପାରିବେ। ୪ଟି ହାଉସ୍‍ ବୋଟ୍‍ ଏଥିଲାଗି ପ୍ରସ୍ତୁତ କରାଯାଇଛି। ଏଥିରେ ତିନି ଜଣ ରହିପାରିବେ। ଗୋଟିଏ ହାଉସ୍‍ ବୋଟ୍‍ ଲାଗି ପର୍ଯ୍ୟଟକଙ୍କୁ ରାତି ପିଛା ୨୫ ହଜାର ଟଙ୍କା ଦେବାକୁ ହେବ।


H4. କାଲି ବାହାରିବ NEET UG ଫଳାଫଳ
ଶନିବାର ସନ୍ଧ୍ୟା ସୁଦ୍ଧା ନିଟ୍‍-ୟୁଜି ପରୀକ୍ଷାଫଳ ପ୍ରକାଶ ପାଇବ। ଜାତୀୟ ପରୀକ୍ଷା ଏଜେନ୍ସି ( ଏନ୍‍ଟିଏ) ଦ୍ୱାରା ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ବିଭ୍ରାଟ ଘଟିଥିବା ଅ୍ରଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଜୁଲାଇ ୨୦ ମଧ୍ୟାହ୍ନ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇଁ ଏନ୍‍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ପରୀକ୍ଷାଫଳ ସହର ଏବଂ ପରୀକ୍ଷା କେନ୍ଦ୍ର ଅନୁସାରେ ପ୍ରକାଶ ପାଇବ । ଏଥିରେ ଛାତ୍ରଛାତ୍ରୀଙ୍କ ମାର୍କ ପ୍ରକାଶିତ ହେବ କିନ୍ତୁ ପରିଚୟ ଉହ୍ୟ ରହିବ। 


H5. ବଢିଲା ପୂଜାଙ୍କ ଅଡ଼ୁଆ
ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ  ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ ଏବଂ ଏଲବିଏସଏସଏ ଜୁଲାଇ ୨୩ରେ ତାଙ୍କୁ ମସୁରୀକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା ।


H6. ଅବପାତରେ ପରିଣତ ହେଲା ଲଘୁଚାପ
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ- ପ୍ରେସର ବା ସୁଦୃଶ୍ୟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସୁଦ୍ଧା ଅବପାତଟି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଅବପାତଟି ବର୍ତ୍ତମାନ ପୁରୀଠାରୁ ୭୦ କିମି ଦୂରରେ ଥିବାବେଳେ ଗୋପାଳପୁର ଓ ପାରାଦୀପଠାରୁ ୧୩୦ କିମି ଦୂରରେ ଅବସ୍ଥିତ ରହିଛି। ଏହା ପ୍ରଭାବରେ ପୁରୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 


H7. ବାଂଲାଦେଶରେ ସାଂଘାତିକ ହିଂସା
ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ସ୍ଥିତି ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିବା ବେଳେ ହିଂସାକାଣ୍ଡରେ ଏଯାବତ ୩୯  ଜଣ ଆଖି ବୁଜି ସାରିଲେଣି। ଏଥିରେ ପ୍ରାୟ ୨୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣ ଘଟଣାରେ ଜଣେ ସାମ୍ବାଦିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି । ହାତରେ ଠେଙ୍ଗା ବାଡ଼ି, ପଥର ଧରି ବୁଲୁଥିବା ବିକ୍ଷୋଭ ପ୍ରଦର୍ଶନକାରୀ ରାସ୍ତା ଉପରେ ଥିବା ବସ୍‌ ସମେତ ବିଭିନ୍ନ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ଦେଖି ବାଂଲାଦେଶରେ ବସ୍‌, ଟ୍ରେନ୍‌ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି।


H8. ବିଲକିସ୍‌ ବାନୋ ମାମଲା: ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍‌ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ ନୂତନ କ୍ଷମା ଆବେଦନ ଉପରେ ନିର୍ଦ୍ଦେଶ ଦେବା ଯାଏ ଉଭୟ ଜାମିନରେ ମୁକୁଳିବାକୁ ଚାହୁଁଥିଲେ। ୨୦୨୨ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରୀ ଦଣ୍ଡାଦେଶ ବିରୋଧରେ ଯାଇ ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରି ଦେଇଥିଲେ।


H9. ଓଡ଼ିଶାରେ ନଡ୍ଡା
ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ। ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବ ନାହିଁ। ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି। ଆପଣମାନେ ୨୦ ସିଟ୍‌ ଦେଇଛନ୍ତି। ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍‌ ସହ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି)ର ପୁରୀ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହା କହିଛନ୍ତି।


H10. ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଚେତାବନୀ
ହାଉସ୍ ସର୍ଜନ୍ ସଂଘ ଓ ନର୍ସ ସଂଘ ବିବାଦ ସମ୍ପୂର୍ଣ୍ଣ ତୁଟୁନି। ଏଥିଲାଗି ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇପାରେ। ଏନେଇ ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଏସସିବି ହାଉସ୍ ସର୍ଜନ୍ ସଂଘ। ମିଳିଥିବା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନକୁ ବୁର୍ଲା ମେଡିକାଲ କଲେଜ ହାଉସ୍ ସର୍ଜନ୍ ସଂଘ ମଧ୍ୟ ସମର୍ଥନ ଜଣାଇବେ। ଗତ ୧୮ ତାରିଖରେ ରାତିରେ ଉଚ୍ଚସ୍ତରୀୟ ବୈଠକ ପରେ ଆନ୍ଦୋଳନକୁ ବନ୍ଦ କରାଯାଇଥିଲା।