Top 10 News Today: ଆଜି ଅନ୍ତର୍ଜାତୀୟ ପୁରୁଷ ଦିବସ, ୫ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
1. International Men’s Day: ଆଜି ଆନ୍ତର୍ଜାତିକ ପୁରୁଷ ଦିବସ। ସମାଜକୁ ପୁରୁଷଙ୍କ ସକରାତ୍ମକ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ତଥା ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ଆଜି ଦିନଟି ଗୁରୁତ୍ୱ ବହନ କରେ। ତ୍ରିନିଦାଦ୍ର ବିଶିଷ୍ଟ ଇତିହାସ ପ୍ରଫେସର ଡ. ଜିରମ ତିଲକସିଂଙ୍କ ଉଦ୍ୟମରେ ଏହି ଦିବସଟିକୁ ଆରମ୍ଭ କରାଯାଇଥିଲା। ୧୯୯୨ ମସିହାରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଆଜି ବିଶ୍ୱର ୮୦ଟି ଦେଶ ଏହି ଦିବସକୁ ପୁରୁଷଙ୍କ ଅବଦାନ ପାଇଁ ସ୍ମରଣୀୟ କରୁଛନ୍ତି।
2. International Toilet Day: ଆଜି ମଧ୍ୟ ସାରା ବିଶ୍ୱରେ ଶୌଚାଳୟ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱ ଶୌଚାଳୟ ସଂଗଠନ ଦ୍ୱାରା ୨୦୦୧ ମସିହାରେ ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ପରିମଳ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ତଥା ନିରାପଦ ପରିମଳ ବ୍ୟବସ୍ଥା ସୃଷ୍ଟି ପାଇଁ ଉଦ୍ୟମ କରିବା ଏହି ଦିବସର ଲକ୍ଷ୍ୟ। ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇ ଆସୁଛି। ପ୍ରଥମ କରି ସିଙ୍ଗାପୁରର ଜଣେ ସାମାଜିକ କର୍ମୀ ଜାକ୍ ସିମ୍ ଏହି ଦିବସକୁ ପାଳନ କରିବା ଲାଗି ନିବେଦନ କରିଥିଲେ।
3. Birth Anniversary of Rani Laxmi Bai: ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଇଙ୍କ ଆଜି ଜନ୍ମଦିନ। ୧୮୨୮ ମସିହା ଆଜିର ଦିନରେ ସେ ଜନ୍ମ ନେଇଥିଲେ। ୧୮୫୭ ସିପାହୀ ବିଦ୍ରୋହରେ ରାଣୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ବାରାଣସୀରେ ମଣିକର୍ଣ୍ଣିକା ଥମ୍ବେ ନାମରେ ଜନ୍ମିତ ଏହି ବୀରାଙ୍ଗନା ଝାନ୍ସୀର ରାଣୀ ଭାବେ ଇଂରେଜଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସେହିଦିନଠାରୁ ତାଙ୍କୁ ଝାନ୍ସୀ ରାଣୀ ଭାବେ ପରିଚୟ ମିଳିଆସିଛି।
4. Birth Anniversary of Indira Gandhi: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ହେଉଛି ଜନ୍ମ ବାର୍ଷିକୀ। ପ୍ରାୟ ୧୬ ବର୍ଷ ସେ ଭାରତକୁ ଶାସନ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତାଙ୍କ ଅଙ୍ଗରକ୍ଷୀମାନେ ତାଙ୍କୁ ବାସଭବନରେ ଗୁଳିଗରି ହତ୍ୟା କରିଥିଲେ। ଏହା ପୂର୍ବଦିନ ଭୁବନେଶ୍ୱରଠାରେ ସେ ସାଧାରଣ ଜନତାଙ୍କୁ ଦେଇଥିବା ଭାଷଣ ତାଙ୍କର ଶେଷ ଭାଷଣ ଥିଲା। ସେ ଏହି ଅବସରରେ ହିଂସା ଓ ଏକତା ସନ୍ଦର୍ଭରେ ନିଜର ଅଭିଭାଷଣ ରଖିଥିଲେ।
5. Kalpana Chawala went to Space: ୧୯୯୭ର ଆଜିର ଦିନରେ ପ୍ରଥମ ଭାରତ ଜନ୍ମିତ ମହାକାଶଚାରୀ କଳ୍ପନା ଚାଓ୍ୱଲା ନାସା ପକ୍ଷରୁ ମହାକାଶ ଯାତ୍ରା କରିଥିଲେ। ଏହା ସାରା ଭାରତ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିଛି। ୧୯୬୨ ମସିହାରେ ଜନ୍ମ ହୋଇଥିବା କଳ୍ପନା ୧୯୮୦ ମସିହାରେ ଆମେରିକାରେ ପ୍ରବାସ କରିଥିଲେ। ଏହାଙ୍କ ପୂର୍ବରୁ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ।
6. Elon Musk Launches India’s GSAT N2: ପ୍ରଥମଥର ପାଇଁ ଇସ୍ର୍ରୋ ଏବଂ ଏଲନ୍ ମସ୍କଙ୍କ ମହାକାଶ କେନ୍ଦ୍ର ସ୍ପେସ୍-ଏକ୍ସ ଭିତରେ ଭାଗିଦାରୀ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତର ମାହାକାଶ ସଂସ୍ଥା ଇସ୍ରୋ ପକ୍ଷରୁ ନିର୍ମିତ ଯୋଗାଯୋଗ ଉପଗ୍ରହ ଜି ସାଟ-ଏନ୍୨କୁ ସ୍ପେସ୍ ଏକ୍ସର ରକେଟ ମହାକାଶରେ ସ୍ଥାପନ କରିଛି। ଏହି ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଯୋଗ ସେକେଣ୍ଡ ପ୍ରତି ୪୮ ଜିବିପିଏସ୍ ରହିବ। ଫଳରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ଇଣ୍ଟରନେଟ୍ ସୁବିଧା ମିଳିବା ସହଜ ହେବ। ଏହାସୌହ ସ୍ମାର୍ଟ ସିଟିଗୁଡ଼ିକରେ ଯୋଗାଯୋଗକୁ ଏହା ଅଧିକ ଦ୍ରୁତ କରିବ।
7. PM Met Italian Counter Part: ବ୍ରାଜିଲ୍ଠାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ଭାରତ ଏବଂ ଇଟାଲୀ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ, ଟେକ୍ନୋଲୋଜି ସମ୍ପର୍କିତ ସମ୍ପର୍କକୁ ସୁଦୃଢ୍ କରିବା ଲାଗି ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ ସୋଶାଲ୍ ମିଡିଆ ହ୍ୟାଣ୍ତଡଲରେ ଜଣାଇଛନ୍ତି।
8. President to Visit Odisha: ରାଷ୍ଟ୍ରପତି ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଡିସେମ୍ବର ୩ ତାରିଖ ସନ୍ଧ୍ୟାରେ ସେ ଭୁବନେଶ୍ୱର ପହଞ୍ଚିବେ। ଏହାପରେ ସେ ଭୁବନେଶ୍ୱର, ପୁରୀ ଏବଂ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ।
9. Konark Utsav Schedule Published: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଆନ୍ତର୍ତଜାତିକ କୋଣାର୍କ ଉତ୍ସବ। ୫ ଦିନ ଯାଏ ଏହି ଉତ୍ସବ ଚାଲିବ, ଯେଉଁଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ଖ୍ୟାତନାମା ଶାସ୍ତ୍ରୀୟ କଳାକାରମାନେ ସେମାନଙ୍କ ନୃତ୍ୟ ସଙ୍ଗୀତ ପରିବେଷଣ କରିବେ।
10. PCC Restructure by 30th says Tara: ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହେବ। ଏହି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ପ୍ରଦେଶ କଂଗ୍ରେସ ଭଙ୍ଗ ପରେ ଦୀର୍ଘ ଦିନ ହେଲା ଏହା ନେତୃତ୍ୱ ବିହୀନ ହୋଇ ରହିଛି।