1. ମୌନୀ ଅମାବାସ୍ୟାରେ ମହାକୁମ୍ଭରେ ବଡଧରଣର ଅଘଟଣ

ମହାକୁମ୍ଭ ମେଳା ୨୦୨୫ର ଦ୍ୱିତୀୟ ସାହି ସ୍ନାନରେ ଘଟିଛି ଅଘଟଣ। ଏହାଦ୍ୱାରା ୧୫ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ଯାଇଥିବା ଆଶଙ୍କା କରାଯାଇଛି। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘାଟକୁ ଆସିବାକୁ ବାରଣ କରିଛି। ଆଜି ପ୍ରାତଃ ମୁହୂର୍ତ୍ତରେ ତଥା ମଉନୀ ଅମାବାସ୍ୟା ଅବସରରେ ଅମୃତ ସ୍ନାନ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା। ସମସ୍ତ ଗଙ୍ଗା ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ଲାଗି ମୁହାଁଇଥିଲେ। ଏହି ସମୟରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଓ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଅସଫଳ ରହିବା ହେତୁ ୧୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଶରୀରରୁ ମେଳା ପରିସରରେ ଖୋଲାଯାଇଥିବା ହସ୍‍ପିଟାଲ୍‍କୁ ନିଆଯାଇଛି। 

 

2. କେଜରିୱାଲଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ କମିଶନର

ବିଜେପି ନେତୃତ୍ୱାଧୀନ ହରିୟାଣା ସରକାର ଯମୁନା ନଦୀକୁ ପ୍ରଦୂଷିତ କରୁଛନ୍ତି। ଏହାର ପ୍ରମାଣ ରଖିବାକୁ ନିର୍ବାଚନ କମିଶନ ଆମ୍‍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଚାର ସମୟରେ ଶ୍ରୀ କେଜ୍ରିଓ୍ୱାଲ୍‍ ଏହି ଅଭିଯୋଗ କରିଥିଲେ। ଯାହାର ପ୍ରମାଣ ଆଜି ସୁଦ୍ଧା ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ମିଛ, ହଟଚମଟ ସୃଷ୍ଟିକାରୀ ଖବର ପ୍ରସାରଣକୁ ରୋକ୍‍ ଦେବା ଲାଗି କମିଶନଙ୍କ ଏହି ପ୍ରୟାସ ଜାରି ରହିଛି। 

 

3. ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡର ହସ୍ତକ୍ଷେପ

ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡ଼ା ହସ୍ତକ୍ଷେପ କରୁଛି। ବେଆଇନ ପ୍ରବାସ ଏବଂ ସଂଗଠିତ ଅପରାଧକୁ କାନାଡ଼ା ପ୍ରୋତ୍ସାହନ ଦେଉଛି। ଆଗକୁ ଏହିପରି ଅପରାଧିକ ବ୍ୟବସ୍ଥା ଯେପରି ନବଢ଼ିବ ସେଥିଲାଗି ଭାରତ ଆଶା କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଦିନ କାନାଡ଼ା ପକ୍ଷରୁ ଭାରତ ସେ ଦେଶର ନିର୍ବାଚନୀ ମାମଲାରେ ହସ୍ତକ୍ଷେପ କରୁଛି ବୋଲି ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରି ଭାରତ ଏହି ବୟାନ ରଖିଛି। 

 

4. ୧୦୦ତମ ଉତକ୍ଷେପଣ କଲା ଇସ୍ରୋ

ଇସ୍ରୋ ପକ୍ଷରୁ  ୧୦୦ ତମ ଜିସ୍‍ଏଲ୍‍ଭି ରକେଟ୍‍କୁ ସଫଳତାର ସହ ଉତ୍‍କ୍ଷେପଣ କରାଯାଇଛି। ଏହି ରକେଟ୍‍ ଦ୍ୱାରା ଜିଏସ୍‍ଏଲ୍‍ଭିଭି-ଏଫ୍‍ ୧୫ ସାଟେଲାଇଟ୍‍କୁ ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇପାରିଛି। ଏହା ନାଭିଗେସନ୍‍ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପେରିବ। ଆଜି ସକାଳ ୬ଟା ୨୩ ମିନିଟ ସମୟରେ ଏହି ରକେଟ୍‍ ଶ୍ରୀହରିକୋଟାଠାରୁ ଉତ୍‍କ୍ଷେପଣ କରାଯାଇଥିଲା। 

 

5. ଓଡ଼ିଶା ଆସୁଛନ୍ତି ମୋହନ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଙ୍ଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୩୦ ତାରିଖରୁ ତାଙ୍କ ଗସ୍ତ ଆରମ୍ଭ ହେବ। ଏହାକୁ ସଂଘ ପକ୍ଷରୁ ଓଡ଼ିଶା ପ୍ରବାସ ବୋଲି କୁହାଯାଉଛି।  ଭୁବନେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତିଠାରେ  ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

 

6. ସୁଭଦ୍ରା ଆବେଦନକାରୀଙ୍କୁ ବ୍ୟାଙ୍କିଂ ସେବା

ସୁଭଦ୍ର୍ରା ଯୋଜନାର ଲାଭ ପ୍ରତିଟି ଯୋଗ୍ୟ ମହିଳାଙ୍କ ପାଖରେ ପହଞ୍ଚାଇବା ଲାଗି ସରକାର ଅଧିକ ସତର୍କ ହୋଇଛନ୍ତି। ଏହିକ୍ରମରେ ସମସ୍ତ ବ୍ୟାଙ୍କରେ ଦୁଇଦିନ ସ୍ୱତନ୍ତ୍ର ଡେସ୍କ ଖୋଲି ଆବେଦନକାରୀଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‍ସିପିଆଇ ଦ୍ୱାରା ଆକାଉଣ୍ଟ ସଂଯୋଗୀକରରଣରେ ଅଯୋଗ୍ୟ ହୋଇଥିବା  ବ୍ୟକ୍ତିଙ୍କୁ ବ୍ୟାଙ୍କ ସହାୟତା ଦେବେ। ଏଣୁ ଆଜି ଓ ଆସନ୍ତା କାଲି ଯେଉଁମାନଙ୍କୁ ଏସ୍‍ଏମ୍ଏସ୍‍ କିମ୍ବ କଲ ଆସିଛି ସେମାନେ ବ୍ୟାଙ୍କରେ ଅନୁସନ୍ଧାନ କରିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। 

 

7. କୋକାକୋଲାରେ ହାନୀକାରକ କ୍ଲୋରେଟ

କୋକାକୋଲାରେ ରହିଛି ହାନୀକାରକ କ୍ଲୋରେଟ୍‍। ଏହାକୁ ନେଇ ୟୁରୋପୀୟ ଦେଶଗୁଡ଼ିକରେ ଆପତ୍ତି ଉଠିବା ପରେ କୋକାକୋଲା ଏହି ସାମଗ୍ରୀକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛି। ଖାଲି କୋକାକୋଲା ନୁହେଁ କମ୍ପାନୀଦ୍ୱାରା ପ୍ରସ୍ତୁତ ଫାଣ୍ଟା, ସ୍ପ୍ରାଇଟ୍‍, ଟ୍ରପିକୋ ଏବଂ ମିନିଟ୍‍ ମେଡ୍‍ ଉତ୍ପାଦକୁ ମଧ୍ୟ କୋକାକୋଲା ଫେରାଇ ନେବ। 

 

8. ସ୍କୁଲ ପାଠପଢାରେ ସୁଧାର

ସରକାରୀ ସ୍କୁଲରେ ପିଲାଙ୍କ ପାଠପଢ଼ା ସ୍ଥିତିକୁ ନେଇ ଅନୁଷ୍ଠିତ ଅସର ସର୍ବେକ୍ଷଣରେ ଅନେକ ସୁଧାର ପରିଲକ୍ଷିତ ହୋଇଛି। କୋଭିଡ୍‍ ପରେ ଯେଉଁ ଅବସ୍ଥା ସୃଷ୍ଟି ହୋଇଥିଲାସେଥିରେ ଏହି ସୁଧାର ଲକ୍ଷ୍ୟ କରାଯାଇଛି। ଏଥିରେ କୁହାଯାଇଛି ଯେ, କୋଭିଡ୍‍ ପ୍ରଭାବ ହେତୁ ୨୦୨୨ରେ ସର୍ବ ଭାରତୀୟ ସ୍ତରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ୨୦.୫ ଥିଲା ପିଲା ଦ୍ୱିତୀୟ ଶ୍ରେଣୀର ପାଠ୍ୟପୁସ୍ତକ ପଢ଼ିବାରେ ସକ୍ଷମ ହେଉଥିଲେ। ଏବେ ତାହା ୨୭.୧ ପ୍ରତିଶତ ହୋଇଛି। ଏହା କୋଭିଡ୍‍ ପୂର୍ବବର୍ତ୍ତୀ କାଳର ଅବସ୍ଥାକୁ ସୂଚାଉଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। 

 

9.ଇନ୍‍ଫୋସିସ୍‍ର ସହ ପ୍ରତିଷ୍ଠାତା ସେନାପତି ଗୋପାଳକ୍ରିଷ୍ଣନ୍‍ ଗିରଫ

ଜାତିଗତ ଆକ୍ଷେପମୂଳକ ବୟାନ ଦେଇଥିବା ଅଭିଯୋଗରେ ଇନ୍‍ଫୋସିସ୍‍ର ସହ ପ୍ରତିଷ୍ଠାତା ସେନାପତି ଗୋପାଳକ୍ରିଷ୍ଣନ୍‍, ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସାଇନ୍ସେସର ପୂର୍ବତନ ନିର୍ଦ୍ଦେଶକ ବଳରାମ ପି ଏବଂ ଅନ୍ୟ ୧୬ ଜଣଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୁଲିସ। ସମ୍ପୃକ୍ତ ପ୍ରତିଷ୍ଠାନର ଅନ୍ୟଜଣେ ଅଧ୍ୟାପକଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।  

 

10. ଆଜି ବି ରାଜ୍ୟରେ ପ୍ରବଳ ଘନକୁହୁଡି

ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ  ଗଂଜାମ, ଗଜପତି, ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ସତର୍କତା ଜାରି କରାଯାଇଛି।