1. IPS Reshuffle: ରାଜ୍ୟର ଆଇପିଏସ୍‍ ଅଧିକାରୀଙ୍କ ଦାୟିତ୍ୱ କ୍ଷେତ୍ରରେ ଏକ ବିଶାଳ ଅଦଳ ବଦଳ କରାଯାଇଛି। ଏହାକୁ ସବୁଠାରୁ ବଡ଼ ଅଦଳ ବଦନଳ ବୋଲି ମଧ୍ୟ ଅଭିହିତ କରାଯାଇଛି। ୪୯ ଜଣ ଆଇପିଏସଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ଏକ ନୂତନ ବାର୍ତ୍ତା ଦେଇଛନ୍ତି ମୋହନ ମାଝିଙ୍କ ନେତୃତ୍ୱଧୀନ ସରକାର। କଟକ ମୁବନେଶ୍ୱର ପୁଲିସ କମିଶନରଙ୍କ ସହ ସରକାରଙ୍କୁ ଗୁଇନ୍ଦା ତଥ୍ୟ ଦେଉଥିବା ରାଜ୍ୟ ଗୁଇନ୍ଦା ବିଭାଗ, କ୍ରାଇମ୍‍ ବ୍ରାଞ୍ଚ ସବୁ କ୍ଷେତ୍ରରେ ନେତୃତ୍ୱ ଅଦଳ ବଦଳ ହୋଇଛି। ୨୨ ଜିଲ୍ଲାର ଏସ୍‍ପିଙ୍କୁ ମଧ୍ୟ ବଦଳା ଯାଇଛି। କିଛିଦିନ ହେଲା ମହିଳାଙ୍କ ପ୍ରତି ହିଂସା, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ଥାନାରେ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଭୃତିକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ।  

 

2. New CP for Bhubaneswar-Cuttack: ଭୁବନେଶ୍ୱର-କଟକ ପୁଲିସ କମିଶନରେଟର ସମ୍ପୂର୍ଣ୍ଣ ବରିଷ୍ଠ ଅଧିକାରୀଙ୍କ ଟିମ୍‍କୁ ବଦଳାଯାଇଛି। ଏଣିକି ଏସ୍‍ ଦେବଦତ୍ତ ସିଂହ ହେବେ ନୂଆ ପୁଲିସ କମିଶନର। ଭୁବନେଶ୍ୱର ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ମିଳିଥିବା ବେଳେ କଟକ ଡିସିପି ଦାୟିତ୍ୱ ଗ୍ରହଣ କରିବେ ଜଗମୋହନ ମୀନା। 

 

3. 40 Lakhs Subhadra Beneficiaries to get Cash: ଦଶହରା ପୂଜା ପୂର୍ବରୁ ରାଜ୍ୟ ସରକାର ସୁଭଦ୍ରା କିସ୍ତି ପ୍ରଦାନ କରିବେ। ଯୋଗ୍ୟ ବିବେଚିତ ୪୦ ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଏଥିଲାଗି ବାରିପଦାରେ ୯ ତାରିଖରେ ଏକ ସାଧାରଣ ସଭା ଆୟୋଜନ କରାଯିବ। ୭ ତାରିଖ ଯାଏ ଆବେଦନ କରିଥିବା ସବୁ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।  

 

4. Alternative Moon from Today: ଆଜିଠାରୁ ଆକାଶରେ ବିକଳ୍ପ ଚନ୍ଦ୍ର ବା ୨୦୨୪ ପିଟି ୫ ନାମକ କ୍ଷୁଦ୍ର ଚନ୍ଦ୍ର ଦେଖିବାକୁ ମିଳିବ। ଏହା ସାଧାରଣ ଚନ୍ଦ୍ରଠାରୁ ୩.୫ ଲକ୍ଷ ଭାଗ କମ୍‍। କିନ୍ତୁ ଏହା ଖାଲି ଆଖି ବା ସାଧାରଣ ଦୂରବୀକ୍ଷଣରେ ଦେଖିଯିବ ବୋଲି ବୈ ଜ୍ଞାନିକମାନେ କହିଛନ୍ତି। ଏହା ୫୩ ଦିନ ପୃଥିବୀକୁ ପ୍ରଅତକ୍ଷଣ କରିବା ପରେ ସଦୌର ମଣ୍ଡଳକୁ ଫେରିଯିବ। 

 

5. Re investigation of Smitarani Murder: ଏକଦା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ  ହତ୍ୟା ନଥିକୁ ପୁଣିଥରେ ଖୋଲାଯିବ ଏବଂ ବିଚାର ପାଇଁ ତଦନ୍ତ କରାଯିବ େବାଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଯାଜପୁର ଜିଲ୍ଲାରେ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଉପସ୍ଥିତ ଲୋକଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି ପୂର୍ବ ସରକାର ୨୪ ବର୍ଷ ହେଲା ଓଡ଼ିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରିଛନ୍ତି। ସ୍ମିତାରାଣୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି। ଏହି ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 


6. PM Praises Ramjit Tudu: ଡିଜିଟାଲ୍‍ ଦୁନିଆରେ ସାନ୍ତାଳୀ ଭାଷାକୁ ନୂଆ ପରିଚୟ ଦେଇ ନୂତନ ପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବା ମୟୁରଭଞ୍ଜର ରାମଜିତ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମନ୍‍କୀବାତ୍‍ କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟରେ ସେ ଏ ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ଟୁଡୁ ଏବେ ମୟୁରଭଞ୍ଜ ଜିଲ୍ଲାରେ ଜଣେ ସହାୟକ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୪ ମସିହାରୁ ସେ ନିରନ୍ତର ଭାବେ ଅଲଚିକି ଭାଷାରେ ସାନ୍ତାଳୀ ସଂସ୍କୃତି ଓ ସାହିତ୍ୟକୁ ପ୍ରଚାର ପ୍ରସାର କରୁଛନ୍ତି। ତାଙ୍କ ଉଦ୍ୟମ ଦ୍ୱାରା ସାନ୍ତାଳୀ ଓ୍ୱଇକିପେଡିଆ ସୃଷ୍ଟି ହୋଇଛି। 

 

7. President Visit Scheduled: ଅକ୍ଟୋବର ୨୩ରେ ଆସିବେ ରାଷ୍ଟ୍ରପତି। ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ସେ ରହିବେ। ଏହି କାର୍ଯ୍ୟକ୍ରମରେ ଦାଣ୍ଡ ବୋଷ ଏୟାରଷ୍ଟ୍ରିପ୍‍, ଗୋରୁମହିଷାଣୀ-ବାଙ୍ଗିରିପୋଷୀ, ବାଦାମ ପାହାଡ଼-କେନ୍ଦୁଝର ଏବଂ ବୁଡ଼ାମାରା-ଚାକୁଳିଆ ୮ରେଳଲାଇନର ଉଦ୍‍ଘାଟନ ହେବ। ଏହାପରେ ଡିସେମ୍ବର ୧୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ଗସ୍ତରେ ରହିବେ। ଭୁବନେଶ୍ୱରର ଲବଣଗିରିଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ଉଦ୍‍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। 

 

8. Internet ban in Bhadrak Extended: ଭଦ୍ରକରେ ଦଙ୍ଗା ପରିସ୍ଥିତିକୁ ଦେଖି ଇଣ୍ଟରନେଟ୍‍ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଗତକାଲି ସନ୍ଧ୍ୟାରେ ପୁଣି ୪୮ ଘଣ୍ଟା ବଢ଼ାଇ ଦିଆଯାଇଛି। କିନ୍ତୁ ଲିଜ୍‍ ଲାଇନ୍‍କୁ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯାଇଥିବା ପୁଲିସ ବିଭାଗ ପକ୍ଷରୁ ଜଣାପଡ଼ିଛି। ପୁରୁଣା ବଜାରରେ ଏକ ସୋଶାଲ ମିଡିୀଆ ପୋଷ୍ଟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। କିନ୍ତୁ ଯୁବକ ପୁଲିସ ଉପରେ ଆକ୍ରମଣ କରି ଢେଲା ପକାଇଥିଲେ। ଏହାକୁ ଆ୍ରୟତ୍ତ କରିବାକୁ ଯାଇ ପୁଲିସ ପକ୍ଷରୁ ୧୬୩ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ୍‍ କଟକଣା ଜାରି କରାଯାଇଥିଲା। ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ଧାରା ବଳବତ୍ତର ରହିଛି। 

 

9. Another Low Pressure: ଆସନ୍ତା ୨ ତାରିଖରେ ବଙ୍ଗୋପସାଗରରେ  ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 

 

10. New Rule to fix Petrol Diesel Price: କେନ୍ଦ୍ର ସରକାର ଏଣିକି ପେଟ୍ରୋଲ ଡିଜେଲ୍‍ ଦର ନିର୍ଦ୍ଧାରଣର ନୂଆ ଫର୍ମୁଲା ସ୍ଥିର କରିବାକୁ ଯାଉଛନ୍ତି। ପ୍ରତିଦିନ ବଦଳରେ ତିନି ମାସକୁ ଥରେ ଏହି ଦର ପରିବର୍ତ୍ତନ ହେବ। ଏହା ହେଲେ ବଜାରରେ ବେଶ କିଛି ସମୟ ଗୋଟିଏ ଦରକରେ କାରବାର ହୋଇପାରିବ।