1.BJD: ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍‍। ବିଜେଡି ନିର୍ବାଚନରେ ହାରିଲେ ସନ୍ନ୍ୟାସ ନେବେ ବୋଲି କହିଥିବା ପାଣ୍ଡିଆନ୍‍ ଏବେ ସକ୍ରିୟ ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା। ଏପରିକି ତାଙ୍କୁ ଦାୟୀ କରି ଗତକାଲି ଦଳରେ ନାହାନ୍ତି ବୋଲି ଅମର ପ୍ରସାଦ ଶତପଥୀ କହିବା ପରେ ଆଜି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରସନ୍ନ ପାଟ୍ଟଶାଣୀ ପୁଣିଥରେ ପାଣ୍ଡିଆନ୍‍ଙ୍କ ଚର୍ଚ୍ଚାକୁ ଆଣିଛନ୍ତି। ତାଙ୍କ ପାଇଁ ସେ ଦଳ ଛାଡ଼ିଛନ୍ତି ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ଏପରିକି ଦଳରୁ ସନ୍ନ୍ୟାସ ନେବ ବୋଲି କହୁଥିବା ଲୋକଟା ପୁଣି କାହିଁକି ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

2.Odisha News: ବାଲିଅନ୍ତା ଥାନା ସୁବାଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଭାଇ-ଭଉଣୀ। ପୋଖରୀ ନିକଟରେ ଖେଳୁଥିବା ବେଳେ ଗୋଡ଼ ଖସିଯିବାରୁ ପଡ଼ିଯାଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ପହଞ୍ଚି ତେବେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
3.Puri News: ସରିଲା ଶ୍ରୀକ୍ଷେତ୍ରର ଗୋସାଣି ଯାତ୍ରା। ଧରାପୃଷ୍ଠରୁ ତ୍ରିଦିନାତ୍ମକ ଲୀଳା ସାରି ବାହୁଡ଼ିଲେ ମା’ ଦୁର୍ଗତିନାଶିନୀ। । ମେଲାଣି ନେଇଛନ୍ତି ଗୋମାଣୀ ମେଡ଼। ପଚାଶରୁ ଉର୍ଦ୍ଧ୍ବ ଗାସାଣୀ ମେଢ ଧାଡି ହୋଇ ବିରାଟ ଶୋଭାଯାତ୍ରାରେ ମେଲାଣିକୁ ଯିବାବେଳେ ଭକ୍ତିପୁତ ବିଦାୟ ଦେଇଛନ୍ତି ଶ୍ରୀକ୍ଷେତ୍ରବାସୀ। ପୁଣି ଆସନ୍ତା ବର୍ଷକୁ ଅପେକ୍ଷା।


4.CM Mohan Majhi: ମୁମ୍ବାଇ ଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ନିବେଶକଙ୍କୁ ଭେଟି ନିବେଶ ସଂପର୍କରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। 


5.Habisyali: ଚଳିତ ମାସ ୧୮ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସର ହବିଷ୍ୟାଳୀ ବ୍ରତ। ମା’ ମାନେ ଏକମାସ ଧରି ୪ ଗୋଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବାଗେଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହି ବ୍ରତ ପାଳନ କରିବେ। ମା’ ମାନଙ୍କର ରହଣି ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଶେଷ ପ୍ରସ୍ତୁତି ବୈଠକ ଶେଷ ହୋଇଛି।


6.Election Commission:   ନିର୍ବାଚନ କମିଶନଙ୍କ ଘୋଷଣା ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟରେ ହେବ ନିର୍ବାଚନ। ୨୨ ଅକ୍ଟୋବରରେ ବିଜ୍ଞପ୍ତି, ୨୯ରେ ନାମାଙ୍କନ। ୨୨ ନଭେମ୍ବରରେ ଭୋଟ ଏବଂ ୨୩ରେ ଗଣତି।


7.Bharatpur Case: ବହୁଚର୍ଚ୍ଚିତ ଭରତପୁର ଥାନା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ସାଇଣ୍ଟିଫିକ୍ ତଦନ୍ତର ଗୋଟିଏ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଶେଷ ହୋଇଛି। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ଶେଷ ହୋଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି। ଶନିବାର ବ୍ରେନ୍‌ମ୍ୟାପ୍ତି ଟେଷ୍ଟ ହୋଇଛି। ପୂର୍ବରୁ ଦୀନକୃଷ୍ଣଙ୍କ କରାଯାଇଥିବା ବେଳେ ଆଜି ନାର୍କୋ ସମେତ ୫ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଥିଲା। ଗୁଜୁରାଟର ଗାନ୍ଧୀନଗରସ୍ଥିତ ଡିଏଫ୍ସ୍ଏସ୍ଏଲ୍‌କୁ ଯାଇଥିବା ସବୁ ପୁଲିସ କର୍ମଚାରୀଙ୍କ ସମସ୍ତ ଟେଷ୍ଟ ଶେଷ ହୋଇଛି। ଦୀନକୃଷ୍ଣଙ୍କୁ ଛାଡ଼ି ବାକି ପୁଲିସ କର୍ମଚାରୀମାନେ ଓଡ଼ିଶା ଫେରିଆସିଛନ୍ତି।


8.Medicine: ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ) ୮ଟି ସିଡ୍ୟୁଲ୍ଡ ଔଷଧ ଲାଗି ନିର୍ଧାରଣ କରାଯାଇଥିବା ମୂଲ୍ୟ ସୀମାରେ ୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ମୁଖ୍ୟତଃ ଶ୍ଵାସରୋଗ, ଗ୍ଲୁକୋମା, ଥାଲାସେମିଆ, ଯକ୍ଷ୍ମା ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଲାଗି ବ୍ୟବହାର କରାଯାଉଛି। ବେଞ୍ଚାଇଲ୍ ପେନିସିଲିନ୍ ୧୦ ଲକ୍ଷ ଆଇୟୁ ଇଞ୍ଜେକ୍ସନ, ଆଟ୍ରୋପାଇନ୍ ଇଞ୍ଜେ وہ ଏମ୍‌ଜି |ଏମ୍ସ୍ଏଲ୍, ୭୫୦ ଓ ୧୦୦ ଏମ୍‌ଜି ଇଞ୍ଜେକ୍ସନ ପାଇଁ ସେପ୍ଟୋମାଇସିନ୍‌ପାଉଡର୍, ୨ ଓ ୪ ଏମ୍‌ଜିର ସଲବୁଟାମୋଲ୍ ଟାବ୍‌ଲେଟ୍‌, ୫ ଏମ୍‌ଜି/ଏମ୍ଏଲ୍ ନିଶ୍ବାସପ୍ରଶ୍ଵାସ ସମାଧାନ, ପିଲୋକାର୍ପାଇନ୍ ୨% ଡ୍ରପ୍, ସିଫାଡ୍ରୋକ୍ସିଲ୍ ଟାବ୍‌ଲେଟ୍‌ ୫୦୦ ଏମ୍‌ଜି, ଇଞ୍ଜେକ୍ସ ଞ୍ଜେକ୍ସନ ପାଇଁ ଡେସଫେରିଓକ୍ସାମାଇନ୍‌ ୫୦୦ ଏମ୍‌ଜି ଓ କରାଯାଇଛି। ଲିଥିଅମ୍ ଟାବଲେଟ୍ ୩୦୦ ଏମ୍‌ଜି ଔଷଧ ଦାମ୍‌ର ସର୍ବୋଚ୍ଚ ସୀମା ବୃଦ୍ଧି କରାଯାଇଛି। 


9.WhatsApp Bans: ହ୍ୱାଟସ୍ ଆପ୍ ଏହାର ପ୍ରାଇଭେସୀ ଉଲ୍ଲଂଘନ କରି ଏକ ମାସ ମଧ୍ୟରେ ୮୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ନିଜ ପ୍ଲାଟଫର୍ମରୁ ବ୍ୟାନ୍ କରିଛି। ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସାଇବର ଅପରାଧ ତଥା ମିଥ୍ୟା ଖବରର ପ୍ରସାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଅଗଷ୍ଟ ୧ ରୁ ଅଗଷ୍ଟ ୩୧ ମଧ୍ୟରେ ହ୍ୱାଟସ୍ ଆପ୍ ମୋଟ 8,458,000 ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଛି। ଏଥିମଧ୍ୟରୁ 1,661,000 ଆକାଉଣ୍ଟ ବିନା ଅଭିଯୋଗ ଉପରେ ବ୍ୟାନ୍ କରାଯାଇଛି। 


10.amish Taneja Mourns Father Death: 'ସ୍ୱରାଗିଣି' ସିରିଏଲର ଲୋକପ୍ରିୟ ଅଭିନେତା ନାମିଶ ତନେଜାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ହସ ଖୁସିରେ ଚାଲିଥିବା ତାଙ୍କ ପରିବାର ଶୋକରେ ପରିଣତ ହୋଇଯାଇଛି। ଅଭିନେତା ନାମିଶ ତନେଜାଙ୍କ ପିତା ବିକ୍ରମ ତନେଜାଙ୍କ ଦେହାନ୍ତ ହୋଇଛି। ସେ ଅକ୍ଟୋବର ୧୨ ଅର୍ଥାତ୍ ଦଶହରା ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନାମିଶ ତନେଜାଙ୍କ ପିତା ମଧ୍ୟ ତାଙ୍କ ପରି ଜଣେ ଅଭିନେତା ଥିଲେ। କେବଳ ଏତିକି ନୁହେଁ, ବିକ୍ରମ ତନେଜା ରାମଲିଳାରେ ଅଭିନୟ କରୁଥିବା ସମୟରେ ମୃତ୍ୟୁ ବରଣ କରିଥିବା କୁହାଯାଉଛି।