ଦଶହରା ବୁଲିବାକୁ ମାମୁ ଘରକୁ ଆସିଥିଲେ ଭାଇଭଉଣୀ, ପାଣିରେ ବୁଡ଼ି ଚାଲିଗଲା ଜୀବନ
Advertisement
Article Detail0/zeeodisha/odisha2473471

ଦଶହରା ବୁଲିବାକୁ ମାମୁ ଘରକୁ ଆସିଥିଲେ ଭାଇଭଉଣୀ, ପାଣିରେ ବୁଡ଼ି ଚାଲିଗଲା ଜୀବନ

Bhubaneswar News: ଉଭୟଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି। 

ଦଶହରା ବୁଲିବାକୁ ମାମୁ ଘରକୁ ଆସିଥିଲେ ଭାଇଭଉଣୀ, ପାଣିରେ ବୁଡ଼ି ଚାଲିଗଲା ଜୀବନ

ଭୁବନେଶ୍ଵର: ବାଲିଅନ୍ତା ଥାନା ସୁବାଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଭାଇ-ଭଉଣୀ। ପୋଖରୀ ନିକଟରେ ଖେଳୁଥିବା ବେଳେ ଗୋଡ଼ ଖସିଯିବାରୁ ପଡ଼ିଯାଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ପହଞ୍ଚି ତେବେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ଆଜି ସକାଳେ ଭାଇଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ୨ଛୁଆଙ୍କୁ ନ ପାଇ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ପୋଖରୀ କୂଳରେ ଉଭୟଙ୍କ ଜୋତା ପଡ଼ିଥିବା ଦେଖିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପରିବାର ଲୋକେ। ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ୨ ଛୁଆଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି।