1. Bharatpur Case: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା । ଗିରଫ ସମସ୍ତ ୭ ରୋଡ୍‌ ରୋମିଓଙ୍କୁ ମିଳିଲା ଜାମିନ୍। ଭୁବନେଶ୍ବର JMFC କୋର୍ଟରୁ ୭ ଜଣଙ୍କୁ ଜାମିନ୍‌ ମିଳିଛି। ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ଜାମିନ୍ ମିଳିଛି।ଚନ୍ଦକା ପୋଲିସ୍ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହିତ ସେମାନଙ୍କ ମୋବାଇଲ ଓ ତା ମଧ୍ୟରୁ ଗୋଟେ ଭିଡିଓ ଓ ଗୋଟେ ଅଡିଓ ଜବତ କରିଛି ପୋଲିସ୍। ତେବେ ୭ ଜଣ ସମସ୍ତେ ଛାତ୍ର ବୋଲି ଜଣାପଡିଛନ୍ତି। 


COMMERCIAL BREAK
SCROLL TO CONTINUE READING

 


2.Vigilance Raid:ନବରଙ୍ଗପୁର ଭିଜିଲାନ୍ସ ପଞ୍ଝାରେ ଦୁଇ ପୁଲିସ ଅଧିକାରୀ। ଜବତ ବାଇକ ମୁକୁଳାଇବା ବାବଦରେ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ । ପାପଡାହାଣ୍ଡି ASI ଶିବ ପ୍ରସାଦ ଦଳେଇ ଲାଞ୍ଚ ମାଗିଥିବାବେଳେ ଅନ୍ୟଜଣେ PSI ରଘୁନାଥ ହାଜଦା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ  ଜାଲରେ ପଡ଼ିଛନ୍ତି।


 


3.Weather Report: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଛି । ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ସୋମବାର ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଏକ  ଲଘୁଚାପ ସୃଷ୍ଟି ହୋଇପାରେ। ୨୪ ତାରିଖରେ  ଉତ୍ତର ଓଡି଼ଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। 



4. Ratna Bhandar GPR Survey: ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ଜିପିଆର ସର୍ଭେ କାର୍ଯ୍ୟ କରାଯିବ । ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ସରିଛି ପେନିଟ୍ରେଟିଂ ରାଡର ସର୍ଭେ । ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ହୋଇଛି ଜି ପି ଆର ସର୍ଭେ । ୩ ଘଣ୍ଟା ୫୦ ମିନିଟ୍ ଧରି ଏନ୍ ଜି ଆର୍ ଆଇ ର ତିନି ଜଣିଆ ବିଶେଷଜ୍ଞ ଟିମ୍ ଭିତର ରତ୍ନଭଣ୍ଡାରର ଚଟାଣ ଯାଞ୍ଚ କରିଛନ୍ତି ।ଏହାର ରିପୋର୍ଟ କୁ ଅଧାର କରି ହେବ ଭିତର ରତ୍ନଭଣ୍ଡାରର ମରାମତି।


5.Delhi CM Atishi: ଅରବିନ୍ଦ କେଜ୍ରିୱାଲଙ୍କ ପରେ ଦିଲ୍ଲୀରେ ଆତିଶୀଙ୍କ ଶାସନ ଆରମ୍ଭ ହୋଇଛି। ଦିଲ୍ଲୀର ସିଏମ ଭାବେ ଆତିଶୀ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଆଜି ରାଜ ଭବନରେ ସିଏମ୍ ପଦବୀ ପାଇଁ ତାଙ୍କୁ ଶପଥ ଗ୍ରହଣ କରିଥିଲେ। ଆତିଶୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟତମ ନେତା ଭାବରେ ବିବେଚନା କରାଯାଏ, ଯାହାଙ୍କୁ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ବିଶ୍ୱାସ କରି ନଜ ସିଏମ ଚେୟାର ଦେଇଛନ୍ତି। ଆତିଶୀଙ୍କ କ୍ୟାବିନେଟରେ ୫ ଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ଆତିଶୀଙ୍କ ସହ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।



6.  New IAF Chief: ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ ଏୟାର ମାର୍ଶଲ ଅମର ପ୍ରୀତ ସିଂଙ୍କୁ ନିଯୁକ୍ତ କରାଯାଇଛି। ଅମର ପ୍ରୀତ ସିଂ ବର୍ତ୍ତମାନ ବାୟୁସେନାର ଡେପୁଟି ଚିଫ୍ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୩୦ ସେପ୍ଟେମ୍ବର ୨୦୨୪ ରେ ଏୟାର ଚିଫ୍ ମାର୍ଶଲ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶଲ ବିବେକ ରାମ ଚୌଧୁରୀ ସେହି ଦିନ ଅବସର ନେବେ।



7. PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି | ଶନିବାର (ସ୍ଥାନୀୟ ସମୟ) ଡେଲାୱେରର ୱିଲମିଙ୍ଗଟନରେ ଅନୁଷ୍ଠିତ କ୍ୱାଡ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ  କ୍ବାଡ ସବୁଦିନ ପାଇଁ ଏଠାରେ ଅଛି ଏବଂ ଏହା କାହା ବିରୁଦ୍ଧରେ ନୁହେଁ। ଚୀନ୍ ପ୍ରସଙ୍ଗରେ ସେ କହିଛନ୍ତି କ୍ୱାଡର ନେତାମାନେ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବଂ ସାର୍ବଭୌମତ୍ୱ ପ୍ରତି ସମ୍ମାନର ସପକ୍ଷରେ ଅଛନ୍ତି। 



8.Bangladesh will send 3000 tons of fish to India: ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶ ଭାରତୀୟମାନଙ୍କୁ ଏକ ବିଶେଷ ଉପହାର ଦେବାକୁ ଯାଉଛି। ଦୀର୍ଘ ସମୟ ଅପେକ୍ଷା ପରେ ବାଂଲାଦେଶ ତିନି ହଜାର ଟନ୍ ହିଲସା (ଇଲିସି) ମାଛ ଭାରତ ପଠାଇବାକୁ ଘୋଷଣା କରିଛି। ଶନିବାର ଦିନ ବାଂଲାଦେଶ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଏହାକୁ ନେଇ ଏକ ଅଧିସୂଚନା ଜାରି କରିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି।


9.Centre notifies appointment of 8 new judges: ଆଠଟି ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନିଯୁକ୍ତି ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ "X" ରେ ଏକ ପୋଷ୍ଟ କରିଛନ୍ତି। କହିରଖୁଛୁ ଯେ ଏହି ନିଯୁକ୍ତିଗୁଡ଼ିକ ଦୀର୍ଘ ସମୟ ଧରି ଅଟକି ରହିଥିଲା। ମୁଖ୍ୟ ବିଚାରପତିଙ୍କ ସମ୍ବନ୍ଧରେ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ ୧୧ ଜୁଲାଇରେ କରାଯାଇଥିଲା। ତେବେ ୧୭ ସେପ୍ଟେମ୍ବରରେ ମୁଖ୍ୟ ବିଚାରପତି (ସିଜେଆଇ) ଙ୍କ ନିଯୁକ୍ତି ସମ୍ପର୍କରେ ଏହାର ପୂର୍ବ ସୁପାରିଶକୁ ଚାରିଟି ହାଇକୋର୍ଟରେ ପରିବର୍ତ୍ତନ କରାଯାଇଥିଲା।


10.Shradha like murder in bengaluru: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା, ତାଙ୍କ ଶରୀରକୁ ୩୦ରୁ ଅଧିକ ଖଣ୍ଡ କରି ଫ୍ରିଜରେ ରଖାଯାଇଥିଲା। ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲାକୁ ମନେ ପକାଇଥାଏ। ମୃତକ ୨୬ ବର୍ଷୀୟ ଝିଅ ବୋଲି ଜଣାପଡିଛି।