1.Odisha News: ନିଲମ୍ୱିତ ହେଲେ ରାଜନଗର ଥାନା ଏଏସ୍‌ଆଇ ନରେନ୍ଦ୍ର ସିଂହ । ବିନା କାରଣରେ ଜଣେ ଦୋକାନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଏଏସଆଇଙ୍କ ନାଁରେ ଅଭିଯୋଗ ଆସିଥିଲା । ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେଇ ଏଏସ୍‌ଆଇ ନରେନ୍ଦ୍ର ସିଂହଙ୍କୁ ନିଲମ୍ୱିତ କରିବା ସହ ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ୱିତ ହେଲେ ରାଜନଗର ଥାନା ଏଏସ୍‌ଆଇ ନରେନ୍ଦ୍ର ସିଂହ । ବିନା କାରଣରେ ଜଣେ ଦୋକାନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଏଏସଆଇଙ୍କ ନାଁରେ ଅଭିଯୋଗ ଆସିଥିଲା । ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେଇ ଏଏସ୍‌ଆଇ ନରେନ୍ଦ୍ର ସିଂହଙ୍କୁ ନିଲମ୍ୱିତ କରିବା ସହ ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

2.Crime News: ଗୋଟିଏ କି ଦୁଇଟି ବସ୍ତା ନୁହେଁ ପୁରା ୩୫ ବସ୍ତା କଇଁଛ ରହିଥିବା ଏକ ପିକ୍‌ ଅପ୍ ଭ୍ୟାନ୍କୁ ଜବତ କରାଯାଇଛି । ଆନ୍ଧ୍ରପ୍ରଦେଶର ନରସିଂହପାଟଣାରୁ ମାଲକାନଗିରିର କାଲିମେଳାକୁ ଚାଲାଣ ସମୟରେ ଉକ୍ତ ପିକ୍‌ ଅପ୍ ଭ୍ୟାନ୍କୁ ଧରିଛି ବନବିଭାଗ ଟିମ୍। କଇଁଛ ବୋଝେଇ ଗାଡ଼ିଟି ସମ୍ପର୍କରେ ସୂଚନା ପାଇବା ପରେ  ଚିତ୍ରକୋଣ୍ଡା ରେଞ୍ଜର ବନମାଳୀ ନାୟକ ଏକ ସ୍ପେଶାଲ୍ ଟିମ୍ ଗଠନ କରିଥିଲେ। 


3.Crime News: ଉତ୍ତରପ୍ରଦେଶର ବରେଲିରେ ଲଭ୍ ଜିହାଦ୍ ମାମଲାରେ ଜଣେ ଯୁବକ ଦୋଷୀ ସାବ୍ୟସ୍ତ ହୋଇଛି । ଯୁବକ ଜଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ବରେଲି ଅତିରିକ୍ତ ସେସନ୍ସ ଜଜ୍ ଏହି ଦଣ୍ଡାଦେଷ ଶୁଣାଇଛନ୍ତି । ଅପରାଧୀ ଜଣକ ମୁସଲିମ ହୋଇଥିଲେ ମଧ୍ୟ ନିଜକୁ ହିନ୍ଦୁ ଛାତ୍ରର ପରିଚୟ ଦେଇ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ପକାଇଥିଲେ । ଉକ୍ତ ମୁସଲିମ ଯୁବକର ନାମ ମହମ୍ମଦ ଆଲିମ, ଯିଏ ନିଜକୁ ଆନନ୍ଦ ବୋଲି ଦର୍ଶାଇ ଜଣେ ଛାତ୍ରୀଙ୍କୁ ପ୍ରେମ ଫାଶରେ ପକାଇଥିଲେ। ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।


4.Srimandir: ଶ୍ରୀମନ୍ଦିରର କର୍ପସ ଫଣ୍ଡର ୧୭ କୋଟି ଟଙ୍କା ସ୍ଥାୟୀ ଜମା ରଖାଗଲା ୟୁନିଅନ ବ୍ୟାଙ୍କରେ । ୪କୋଟି ଟଙ୍କା କୁ ୭.୭୮ପ୍ରତିଶତ ଓ ୧୩କୋଟି ଟଙ୍କାକୁ ୭.୮୨ ପ୍ରତିଶତ ସୁଧ ହାରରେ ୧ ବର୍ଷ ପାଇଁ ରଖାଗଲା ।ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ଜାତୀୟ ବ୍ୟାଙ୍କକୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡକା ଯାଇଥିଲା ।ସେଥିରେ ସର୍ବୋଚ୍ଚ ସୁଧ ହାର ଦେଉଥିବା ୟୁନିଅନ ବ୍ୟାଙ୍କଙ୍କୁ ଶ୍ରୀମନ୍ଦିର ପକ୍ଷରୁ ୧୭କୋଟି ଟଙ୍କା ସ୍ଥାୟୀ ଜମା ବର୍ଷକ ପାଇଁ ପ୍ରଦାନ କରାଗଲା ।


5.Odisha News: ଭୁବନେଶ୍ୱର ବିଜେରେ ତେଜିଲା ବିବାଦ। ଦଳରେ ଦାନା ବାନ୍ଧୁଛି ଅସନ୍ତୋଷ। ଆରମ୍ଭ ହୋଇଯାଇଛି କର୍ପୋରେଟରଙ୍କ ମେଳି। ୩୦ଜଣ କର୍ପୋରେଟର ସ୍ୱତନ୍ତ୍ର ଭଲବୋ ବସ ଯୋଗେ ପୁରୀ ଶ୍ରୀଲୋକନାଥଙ୍କ ନିକଟକୁ ଆସି ଶରଣ ନେଇଛନ୍ତି। ଦଳ ମଧ୍ୟରେ ରହିଥିବା ତିବ୍ରବିବାଦକୁ ଏଡାଇବା ପାଇଁ ଶ୍ରୀଲୋକନାଥଙ୍କ ନିକଟରେ କଲେ ପ୍ରାର୍ଥନା। ମହାପ୍ରଭୁଙ୍କୁ ଦର୍ଶନ। କରି  ଦଳକୁ ମଜବୁତ କରିବା ସହ ନବୀନଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସାଇବୁ। ହେଲେ ବିଜେଡି ଦଳ ଛାଡିବୁ ନାହିଁ କି ଦଳ ଭଙ୍ଗିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି କର୍ପୋରେଟର। 


6.World Heart Day: ଆଜି ବିଶ୍ୱ ହୃଦୟ ଦିବସ, ଏହି ବିଶ୍ଵ ହୃଦୟ ଦିବସରେ ଥିମ୍ ରହିଛି ୟୁଜ ହାର୍ଟ ଫର ଆକ୍ସନ. ସାଧାରଣତଃ ଲୋକଙ୍କୁ ହୃଦରୋଗ ସମ୍ବନ୍ଧୀୟ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ନୂତନ କରି ଖୋଲିଥିବା ମ୍ୟାକନିଲ୍ ହସ୍ପିଟାଲରେ ଲୋକଙ୍କ ସଚେତନତା ପାଇଁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନରେ ଶତାଧିକ ଧାବକ ଅଂଶଗ୍ରହଣ କରିଥିବା ବେଳେ ହସ୍ପିଟାଲର ଡ଼କ୍ଟର,ନର୍ସ ଓ ଅନ୍ୟାନ କର୍ମଚାରୀ ଯୋଗଦାନ କରିଥିଲେ। 


7.Nepal Floods: ନେପାଳରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ଦୂତାବାସ ଏକ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରିଛି । ପ୍ରବଳ ବନ୍ୟା କାରଣରୁ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଥଇଥାନ କରିବାରେ ଦୂତାବାସ ନେପାଳ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି।ନେପାଳରେ ପ୍ରବଳ ବର୍ଷା ହେବା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ଏବେ ପର୍ଯ୍ୟନ୍ତ ୧୯୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ଶତାଧିକ ଲୋକ ନିଖୋଜ ଥିବା ଜଣାଯାଇଛି। ଏହି ସମୟରେ ନେପାଳରେ ଥିବା ଭାରତୀୟ ଦୂତାବାସ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। 


8.Odisha News:ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି।ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଛନ୍ତି। ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ। ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି। ପୃଷ୍ଟିକର ଛତୁଆ କେମିତି ତିଆରି ହେବ। ସେନେଇ ବିଭାଗ ଆଲୋଚନା କରୁଛି । ଖୁବଶୀଘ୍ର ଏଦିଗରେ କିପରି ପଦକ୍ଷେପ ନିଆଯିବ। ସେନେଇ ମଧ୍ୟ ଆଲୋଚନା ଚାଲିଛି। ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି ପ୍ରଭାତୀ କହିଛନ୍ତି।


9. CM Mohan Majhi: ଆଜି ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଗସ୍ତର ପ୍ରଥମ ଦିନରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ। ବିଜେପିର ପରିବର୍ତ୍ତନ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ୍ ହେବେ। 


10. Ollywood News: ଅକ୍ଟୋବର ୧୨ରେ ରିଲିଜ୍ ହେବ ନୂଆ ଓଡ଼ିଆ ସିନେମା 'ଖୋକା ଭାଇ ତମ ପାଇଁ' । ସିନେମା ସୁଟିଂ ସମୟର କିଛି ଝଲକ ଆସନ୍ତୁ ଦେଖିବା। ଅଭିନେତା ସ୍ୱରାଜ ବାରିକଙ୍କ ନୂଆ ଫିଲ୍ମ 'ଖୋକା ଭାଇ ତମ ପାଇଁ'। ଏହି ସିନେମାଟି ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ଆଧାର କରି ନିର୍ମିତ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ରହିଛନ୍ତି ଆଗଧାଡିର ନିର୍ଦ୍ଦେଶକ ଗିରିଶ ମହାନ୍ତି। ସିନେମାର କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି।