HL-1 ଆସନ୍ତା କାଲି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଆସନ୍ତା କାଲି ପ୍ରଥମ ଦିନରେ ଅର୍ଥନୀତିକ ସର୍ବେକ୍ଷଣ ବିଲ୍‍ ଉପସ୍ଥାପନ କରାଯିବ। ଏହାସହ ସରକାର ଅନ୍ୟ ରିପୋର୍ଟ ଉପସ୍ଥାପନ କରିପାରନ୍ତି। 


COMMERCIAL BREAK
SCROLL TO CONTINUE READING

HL-2 ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ପକ୍ଷରୁ ପୁଣିଥରେ ନିଟ୍‍-ୟୁଜିର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ପରିଚୟକୁ ଉହ୍ୟ ରଖି ପରୀକ୍ଷାକେନ୍ଦ୍ର ଓ ସହର ଅନୁସାରେ ୨୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀଙ୍କ ମାର୍କ ପ୍ରକାଶ କରାଯାଇଛି। ଏଥିରେ ୮୧ହଜାରରୁ ଅଧିକ ପ୍ରାର୍ଥୀ ୬୦୦ରୁ ଅଧିକ ମାର୍କ ରଖିଛନ୍ତି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଜେନ୍ସି ଏହି ତଥ୍ୟ ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ପୁଣିଥରେ ଶୁଣାଣି କରିବେ। 



HL-3 ବିଜୁ ଜନତା ଦଳର କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ବିବାଦ ଉପୁଜିଛି। ଏହି ଭବ୍ୟ କୋଠା ସଡ଼କ ପାଇଁ ଉଦ୍ଦିଷ୍ଟ ଜମି ଉପରେ ଗଢ଼ି ଉଠିଥିବା ନେଇ ମତ ଉଠିଛି। ରାଜସ୍ୱମନ୍ତ୍ରୀ ଏବାବଦରେ ମନ୍ତବ୍ୟ ରଖି ନିର୍ମାଣର ତଦନ୍ତ କରାଯିବ ବୋଲି କହିଛନ୍ତି। ବିଜେଡି ଏହାର ଜବାବରେ ଆଇନ ଅନୁସାରେ ନିର୍ମାଣ ହୋଇଛି ବୋଲି କହିଛି। 


HL-4 ବୈଦେଶିକ ବ୍ୟାପାରରେ ସରକାରଙ୍କୁ ସହଯୋଗ କରିବା ପାଇଁ କେରଳ ସରକାର ଶ୍ରମ ଓ ଦକ୍ଷତା ବିଭାଗ ସଚିବ କେ ବାସୁକୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏହାକୁ ସାମ୍ବିଧାନିକ ବ୍ୟବସ୍ଥାରେ କେନ୍ଦ୍ର ପାଖରେ ଥିବା କ୍ଷମତା ଉପରେ ହସ୍ତକ୍ଷେପ ବୋଲି ଆଲୋଚନା ହେଉଛି। ଏପରିକି କ’ଣ ପାଇଁ ଏପରି ଏକ ଆବଶ୍ୟକତା ପଡ଼ିଲା ବୋଲି ବି ରାଜନୀତିକ ସ୍ତରରେ ଆଲୋଚନା ହେଉଛି। 


HL-5 କେରଳରେ ପୁଣିଥରେ ନିପା ଭୂତାଣୁ ସଂକ୍ରମଣ ମୁଣ୍ଡ ଟେକିଛି। ମାଲାପୁରମ୍‍ଠାରେ ୨୧୪ ବ୍ୟକ୍ତି ଏହିଭଳି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ ହୋଇଛି। ୬୦ଜଣ ସଂକ୍ରମିତ ହୋଇ ଚିକିତ୍ସାଧୀନ ହୋଇଛି। ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସଂଗରୋଧ ଆବଶ୍ୟକତା ରହିଛି। ଅପରପକ୍ଷେ ଆବଶ୍ୟକ ମାର୍ଗ ଦର୍ଶିକା ସହ ରୋଗକୁ ରୋକିବା ଲାଗି ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେରଳ ସରକାରଙ୍କ ପକ୍ଷରୁ କୁହାଯାଇଛି।   



HL-6 ଖୁବ୍‍ ଶୀଘ୍ର ଭିତର ରତ୍ନଭଣ୍ଡାରକୁ ଯାଞ୍ଚ କରାଯାଇ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାକୁ ପ୍ରଦାନ କରାଯିବ। ମରାମତି ଶେଷ ହେବା ପରେ ରତ୍ନ ଅଳଙ୍କାରର ଗଣତି, ମଣତି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ୧୮ ତାରିଖରେ ଭିତର ରତ୍ନ ଭଣ୍ଡାରକୁ ଖାଲି କରାଯାଇ ଏଠାରେ ଥିବା ରତ୍ନ ଓ ଅଳଙ୍କାରକୁ ଖଟଶେଯ ଘରେ ଅସ୍ଥାୟୀ ଭାବେ ନିର୍ମିତ ରତ୍ନ ଭଣ୍ଡାରରେ ରଖାଯାଇଛି। ମରାମତି ସରିବା ପରେ ଏସବୁକୁ ସ୍ଥାନାନ୍ତରଣ କରାଯିବ ବୋଲି ପୂର୍ବ ପ୍ରସ୍ତୁତ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ହେଲେ ଗତକାଲି ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିବା ସମୟରେ ଏହି କଥାକୁ ଦୋହରାଇଛନ୍ତି ଆଇନ ମନ୍ତ୍ରୀ। 



HL-7 ଫାଇଭ୍‍ ଟି ନାଁରେ ୫୦ ହଜାର କୋଟି ଲୁଟ ହୋଇଥିବା ଅଭିଯୋଗ କରିଛି ବିଜେପି। ସାରା ଭାରତରେ ଦୁର୍ନୀତିର ଏନ୍ତୁଡ଼ିଶାଳ ଏହି ରାଜ୍ୟ ପାଲଟିଥିଲା। ଲୋକେ ଏବେ ବିଜେପି ସରକାରକୁ ବାଛି ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ଆଶା କରିଛନ୍ତି। ବିଜେପି ଆସନ୍ତା ୧୨ ବର୍ଷ ଲାଗି ରୋଡ୍‍ ମ୍ୟାପ ପ୍ରସ୍ତୁତ କରୁଛି ଏବଂ ଓଡ଼ିଶାକୁ ଆତ୍ମ ନିର୍ଭର ଓ କ୍ଷୁଧାମୁକ୍ତ ରାଜ୍ୟରେ ପରିଣତ କରିବା ଲାଗି ପ୍ରତିଶୃତିବଦ୍ଧ ରହିଛି ବୋଲି ବିଜେପି କାର୍ଯ୍ୟକାରିଣୀରେ କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। 


HL-8 ବିଶିଷ୍ଟ ଶିକ୍ଷାବିତ୍‍ ତଥା ୟୁପିଏସ୍‍ସି ଅଧ୍ୟକ୍ଷ ମନୋଜ ସୋନୀ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳର ୫ ବର୍ଷ ପୂର୍ବରୁ ଇସ୍ତଫା ଦେବା ନେଇ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି। ଅପରପକ୍ଷେ ବର୍ତ୍ତମାନ ୟୁପିଏସ୍‍ସିରେ ସୃଷ୍ଟି ହୋଇଥିବା ସଙ୍କଟକୁ ତଥା ପୂଜା ଖେଦକର ବିବାଦକୁ ଏଡ଼ାଇବା ଲାଗି ସରକାର ଜାଣି ଶୁଣି ତାଙ୍କୁ ପଦବୀରୁ ବାହାର କରିଥିବା ଅଭିଯୋଗ କରିଛି କଂଗ୍ରେସ। 



HL-9 ଲୋକଜନଶକ୍ତି ପାର୍ଟି ବିବାଦରେ ନିର୍ବାଚନ କମିଶନ ଅଧିକ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୫ ତାରିଖ ସୁଦ୍ଧା ଦୁଇ ଗୋଷ୍ଠୀଙ୍କ ପାଇଁ ଏହି ଆଦେଶ ଜାରି କରାଯାଇଛି। ୨୦୨୦ରେ ରାମ ବିଳାସ ପାଶ୍‍ଓ୍ୱାନଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକଜନଶକ୍ତି ପାର୍ଟିକୁ ନେଇ ବିବାଦ ଉପୁଜିଥିଲା। ରାମ ବିଳାସଙ୍କ ପୁଅ ଚିରାଗ ପାଶଓ୍ୱାନ ଏବଂ ଭାଇ ପଶୁପତି କୁମାର ପାରସ୍‍ ଙ୍କ ଭିତରେ ବିବାଦ ଉପୁଜି ତାହା ନିର୍ବାଚନ କମିଶନଙ୍କ ପାଖକୁ ଆସିଥିଲା। ଏହି ବିବଦାଦ ଅମୀଂମାସିତ ରହିଥିବାରୁ ଜୁଲାଇ ୨୫ ତାରିଖ ସୁଦ୍ଧା  ଉଭୟ ଚିରାଗ ପାଶଓ୍ୱାନ ଏବଂ ପାରସଙ୍କ ଗୋଷ୍ଠୀଙ୍କୁ ନିଜ ଦାବି ସମୃଦ୍ଧ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 


HL-10 କାଉଡ଼ିଆ ଯାତ୍ରା ପଥରେ ଖାଦ୍ୟ ବିକ୍ରି କରୁଥିବା  ଦୋକାନୀଙ୍କ ଅସଲ ନା ପ୍ରଘଟ କରାଯିବା ଆଦେଶକୁ ନେଇ ରାଜନୀତିକ ଜୋର ଧରିଛି। ଉତ୍ତରପ୍ରଦେଶରେ ଏହି ବିବାଦ ମୁସଲମାନଙ୍କ ବିରୁଦ୍ଧରେ ଘୃଣା ଭାବକୁ ପ୍ରଦର୍ଶନ କରୁଛି ବୋଲି ମତ ଦେଇଛନ୍ତି ଏଆଇଏମ୍‍ଆଇଏମ୍‍ ନେତା ଓସାଦୁଦ୍ଦିନ ଓଓ୍ୱେସୀ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ମଧ୍ୟ ସମାନ ଭାବେ ଦୋକାନୀଙ୍କ ନାଁ ଓ ପରିଚୟ ଉଲ୍ଲେଖ କରିବାକୁ କୁହାଯାଇଛି। କାଉଡ଼ିଆ ଯାତ୍ରୀଙ୍କ ଧାର୍ମିକ ଶୁଦ୍ଧତା ରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଉଜ୍ଜୟିନୀର ବୁଦ୍ଧିଜୀବୀ ସଂଗଠନ।