1. ଆରମ୍ଭ ହୋଇଛି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ। ବର୍ଷକୁ ଥରେ ହରିଶୟନ ଏକାଦଶୀ ଦିନ ଏହି ପରମ୍ପରା ପାଳନ କରାଯାଇଥାଏ। ୫ଟାରୁ ରାତି ୧୧ଟା ଯାଏ ପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଉପରେ ଭକ୍ତଙ୍କୁ ସୁନାବେଶ ଧାରଣ କରି ଦର୍ଶନ ଦେବେ। ଏହାକୁ ଦେଖିବା ଲାଗି ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଏକାଠି ହେବାର କାର୍ଯ୍ୟକ୍ରମ ଥିବାରୁ ସହରକୁ ପ୍ରବେଶ ପାଇଁ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଧାଡ଼ି ବ୍ୟକସ୍ଥା ହୋଇଛି। 


COMMERCIAL BREAK
SCROLL TO CONTINUE READING

2. କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜରେ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଭିତରେ ଚାଲିଥିବା ବିବାଦ ଉଗ୍ର ରୂପ ନେଇଛି। ଉଭୟ ନିଜ ଜିଦରେ ଅଟଳ ଥିବାରୁ ସମାଧାନର ବାଟ ମିଳିପାରି ନାହିଁ। ଏଣୁ ହାଉସ୍‍ ସର୍ଜନ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ତେବେ ଜରୁରୀ ସେବାରେ ନିୟୋଜିତ ଡାକ୍ତରମାନେ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା କାଲି ନର୍ସିଂ ଷ୍ଟାଫ ମଧ୍ୟ ଆନ୍ଦୋଳନ ଡାକରା ଦେଇଛନ୍ତି।


3. ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି। ସେ କହିଛନ୍ତି, କାର୍ଯ୍ୟାଦେଶ କିଏ କରାଉଥିଲା ତାହାର ତଥ୍ୟ ପଞ୍ଚାୟତରାଜ ବିଭାଗ ପାଖରେ ରହିବା କଥା। କିନ୍ତୁ ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଏ ବାବଦରେ ଜାଣୁନଥିଲେ। 


4. ସରକାରୀ ଜମି ଜବରଦଖଲ କରି କୋଠା ନିର୍ମାଣ କରିଥିଲେ ବୁଲିବ ବୁଲଡୋଜର। ମାଟିରେ ମିଶିବ କୋଠା। ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହନ୍ତି। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଭଙ୍ଗାହେବ। ବଡ଼ବଡ଼ ଲୋକଙ୍କ ମୁଖା ଖୋଲିବ ବୋଲି କହିଛନ୍ତି ଶ୍ରୀ ପୂଜାରୀ। 


5. ବାହୁଡ଼ାଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ଆଉ ଜଣେ ସେବକଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଅଭିଯୋଗ  କରିଛି। ଦେବଦଳନ ରଥରେ ମା’ ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପୃକ୍ତ ସେବାୟତ ଫୋନ୍ ବ୍ୟବହାର କରୁଥିବା ଫଟୋ ତଥା ଖବରକାଗଜରେ ପ୍ରକାଶିତ ଲେଖା ମଧ୍ୟ ଏଥି ସହ ସଲଗ୍ନ କରାଯାଇଛି। ନିକଟରେ ଆଉ ଦୁଇ ସେବାୟତଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦାଏର କରିଥିଲେ। 


6. ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ତେବେ ଦକ୍ଷିଣ ଓଡ଼ିଶାର ୭ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।


7. ଘରୋଇ ସଂସ୍ଥାରେ କନ୍ନଡ଼ ଲୋକଙ୍କ ପାଇଁ ୭୦% ଚାକିରି ସଂରକ୍ଷଣ କଲେ କର୍ଣ୍ଣାଟକ ସରକାର..


8. ନିତି ଆୟୋଗର ପୁନର୍ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ରହିଥିବାବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି। ନବଗଠିତ ନିତି ଆୟୋଗରେ ଅର୍ଥନୀତିଜ୍ଞ ସୁମନ କେ. ବେରୀ ଉପାଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଜାରି ରଖିବେ। ବୈଜ୍ଞାନିକ ଭି.କେ. ସାରସ୍ଵତ, କୃଷି ଅର୍ଥନୀତିଜ୍ଞ ରମେଶ ଚାନ୍ଦ, ଶିଶୁ ରୋଗ ବିଶେଷଜ୍ଞ ଭି.କେ. ପଲ୍‌ ଏବଂ ଅର୍ଥନୀତିଜ୍ଞ ଅରବିନ୍ଦ ବିରମାନି ପୂର୍ବପରି ସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏବଂ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି।


9. ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ରାଜସ୍ଥାନର ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ । ସେ କହିଛନ୍ତି ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା।  , ଯେଉଁମାନଙ୍କର ‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ରହିଛନ୍ତି ସେମାନେ ଏଥିଲାଗି ଦାୟୀ। ଏମିତି ଅଗଣିତ ଉଦାହରଣ ଅଛି। ଏହା ଭୁଲ। ସମସ୍ତଙ୍କ ପାଇଁ ଆଇନ ସମାନ ହେବା ଉଚିତ ବୋଲି କହିବା ସହ ଏମିତି ଜାରି ରହିଲେ ଦେଶ କିପରି ଆଗକୁ ବଢ଼ିବ ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଛି।


10. ଦିଲ୍ଲୀରେ ପ୍ରସ୍ତାବିତ କେଦାରନାଥ ମନ୍ଦିରକୁ ବିରୋଧ କରିଛନ୍ତି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ପୂଜାରୀ  ଏବଂ ଟ୍ରଷ୍ଟ। ଦିଲ୍ଲୀର ଉପାନ୍ତରେ ଥିବା ବୁରାରିଠାରେ ଏହି ମନ୍ଦିର ନିର୍ମାଣ ଲାଗି ୩ ଏକର ଜାଗା ସ୍ଥିର କରାଯାଇଛି। ଏହାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂଧାମି ଶିଳାନ୍ୟାସ କରିଥିଲେ।